ଦାମ୍ପତ୍ୟ ସୁଖ ପାଇବାକୁ ଚାହୁଁଛନ୍ତି କି : ତେବେ ଆଜି ରବି-ପ୍ରଦୋଷ ବ୍ରତରେ କରନ୍ତୁ ଶିବଙ୍କ ପୂଜା

Published By : Prameya-News7 Bureau | April 05, 2020 IST

ଭଗବାନ ଶିବଙ୍କ କୃପା ପ୍ରାପ୍ତ କରିବା ପାଇଁ ପ୍ରଦୋଷ ବ୍ରତ କରାଯାଇଥାଏ। ରବିବାର ଅପ୍ରେଲ୍ ୫ତାରିଖ ଅର୍ଥାତ୍ ଆଜି ତ୍ରୟୋଦଶୀ ହେବାରୁ ରବି ପ୍ରଦୋଷର ସଂଯୋଗ ହେଉଛି। ରବିବାର ପ୍ରଦୋଷ ବ୍ରତ ଏବଂ ପୂଜା କରିବା ଦ୍ବାରା ବୟସ ବଢ଼ିଥାଏ ଏବଂ ରୋଗ ଦୂର ହୋଇଥାଏ। ଏହା ସହିତ ଶିବ-ଶକ୍ତି ପୂଜା କରିବା ଦ୍ବାରା ଦାମ୍ପତ୍ୟ ସୁଖ ବୃଦ୍ଧି ଘଟିଥାଏ।

ପ୍ରଦୋଷ ବ୍ରତର ବିଧି :

୧. ପ୍ରଦୋଷ ବ୍ରତ କରିବା ପାଇଁ ତ୍ରୟୋଦଶୀ ଦିନ ସୂର୍ଯୋଦୟ ପୂର୍ବରୁ ଉଠିବା ଉଚିତ୍।

୨.ନିତ୍ୟକର୍ମରୁ ନିବୃତ୍ତ ହୋଇ ଭଗବାନ ଶିବଙ୍କ ଉପାସନା କରିବା ଉଚିତ୍।

୩. ଏହି ବ୍ରତରେ ଆହାର ଗ୍ରହଣ କରାଯାଏ ନାହିଁ। ପୂରା ଦିନ ଉପବାସ କରିବା ପରେ ସୂର୍ଯ୍ୟାସ୍ତ ପୂର୍ବରୁ ପ୍ରଥମେ ସ୍ନାନ କରି ଧଳା ବସ୍ତ୍ର ଧାରଣ କରିବା ଉଚିତ୍।

୪. ପୂଜା ସ୍ଥଳକୁ ଗଙ୍ଗାଜଳ ଏବଂ ଗାଈର ଗୋବରରେ ଲେପି ମଣ୍ଡପ ପ୍ରସ୍ତୁତି କରିବା ଉଚିତ୍। ଏହି ମଣ୍ଡପରେ ୫ଟି ରଙ୍ଗରେ ମୁରୂଜ କରିବା ଉଚିତ୍। ପୂଜା କରିବା ପାଇଁ କୁଶ ଆସନ ବ୍ୟବହାର କରିବା ଉଚିତ୍।

୫. ପୂଜା ପାଇଁ ପ୍ରସ୍ତୁତି କରିବା ପରେ ଉତ୍ତର-ପୂର୍ବ ଦିଗ ଆଡ଼କୁ ମୁଖ କରି ଭଗବାନ ଶିବଙ୍କ ଉପାସନା କରିବା ଉଚିତ୍।

୬. ପୂଜାରେ ଭଗବାନ ଶିବଙ୍କ ମନ୍ତ୍ର ‘ଓଁ ନମଃ ଶିବାୟ’ ଜପ କରି ଶିବଙ୍କୁ ଜଳ ଅଭିଷେକ କରିବା ଉଚିତ୍।

ରବି ପ୍ରଦୋଷର ମହତ୍ତ୍ବ :

ପ୍ରଦୋଷ ବ୍ରତର ମହତ୍ତ୍ବତା ସପ୍ତାହର ଦିନ ଅନୁସାରେ ଭିନ୍ନ ଭିନ୍ନ ହୋଇଥାଏ। ରବିବାର ପଡ଼ୁଥିବା ପ୍ରଦୋଷ ବ୍ରତ ଏବଂ ପୂଜା ଦ୍ବାରା ଆୟୁ ବୃଦ୍ଧି ତଥା ଉତ୍ତମ ସ୍ବାସ୍ଥ୍ୟ ପ୍ରାପ୍ତ ହୋଇଥାଏ। ରବିବାର ଶିବ-ଶକ୍ତି ପୂଜା କରିବା ଦ୍ବାରା ଦାମ୍ପତ୍ୟ ସୁଖ ବଢ଼ିଥାଏ। ଏହି ଦିନ ପ୍ରଦୋଷ ବ୍ରତ ଏବଂ ପୂଜା କରିବା ଦ୍ବାରା ସମସ୍ତ ସମସ୍ୟା ଦୂର ହୋଇଯାଇଥାଏ। ରବି ପ୍ରଦୋଷର ସଂଯୋଗ ଅନେକ ପ୍ରକାରର ଦୋଷକୁ ଦୂର କରିଥାଏ। ଏହି ସଂଯୋଗ ପ୍ରଭାବରେ ପ୍ରତିଷ୍ଠା ମିଳିଥାଏ। ଏହି ବ୍ରତକୁ କରିବା ଦ୍ବାରା ପରିବାର ସବୁବେଳେ ଆରୋଗ୍ୟ ରହିଥାଏ। ଏହା ସହିତ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.