ମୃତ୍ୟୁର ୪୮ ଘଣ୍ଟା ପୂର୍ବରୁ ନିର୍ଦ୍ଦେଶକଙ୍କୁ ମ୍ୟାସେଜ ପଠାଇଥିଲେ ‘କାମସୂତ୍ର ଥ୍ରୀ-ଡି’ର ନାୟିକା ସାୟରା

Published By : Prameya-News7 Bureau | April 23, 2019 IST

ମୁମ୍ବାଇ ୨୩।୪ : ବିବାଦୀୟ ଫିଲ୍ମ ‘କାମସୂତ୍ର ଥ୍ରୀ-ଡି’ର ଅଭିନେତ୍ରୀ ସାୟରା ଖାନଙ୍କ ଗତ ୧୯ ତାରିଖ ଦିନ ପରଲୋକ ହୋଇଥିଲା । ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ତେବେ ତାଙ୍କ ପରଲୋକରେ ବଲିଉଡର କେହି ଜଣେ ବି ସେଲେବ୍ରିଟି ଶୋକ ପ୍ରକଟ ନ କରିବା ଯୋଗୁ ଚଳଚିତ୍ରର ନିର୍ମାତା ତଥା ନିର୍ଦ୍ଦେଶକ ରୂପେଶ ପଲ ଦୁଃଖ ବ୍ୟକ୍ତ କରିଥିଲେ । ସାୟରାଙ୍କ ପରଲୋକ ପରେ ନିର୍ଦ୍ଦେଶକ ତାଙ୍କ ସମ୍ପର୍କରେ ଉନ୍ମୋଚନ କରିଥିବା କିଛି ରହସ୍ୟ ଏବେ ସମସ୍ତଙ୍କୁ ଚକିତ କରିଛି।

{"id":106571,"width":588,"height":329}

ଏ ନେଇ ଇଣ୍ଟରନେଟ ପୋର୍ଟାଲ ସ୍ପଟବୟରେ ପ୍ରକାଶିତ ରିପୋର୍ଟରେ ମୃତ୍ୟୁର ୪୮ ଘଣ୍ଟା ପୂର୍ବରୁ ସାୟରା ରୂପେଶଙ୍କୁ ଭୟସ ମ୍ୟାସେଜ କରିଥିଲେ  ଓ ସେ ରୂପେଶଙ୍କ ଆଗାମୀ ଓ୍ବେବ୍ ସିରିଜରେ କାମ କରିବାକୁ ଆଗ୍ରହୀ ଥିଲେ ବୋଲି ସୂଚିତ କରିଥିଲେ। ଏଥି ପାଇଁ ତାଙ୍କର ଜଣେ ବନ୍ଧୁ ପ୍ରଜଯୋକ ହେବେ ବୋଲି ମଧ୍ୟ କହିଥିଲେ । ତେବେ ତାଙ୍କ ବିପକ୍ଷରେ ଅଭିନୟ କରିବାକୁ ସେଭଳି ବଡ କଳାକାରଙ୍କୁ ଯୋଗାଡ କରିବା ପାଇଁ ନିଜର ରୂପେଶ ଅସହାୟତା ପ୍ରକାଶ କରିଥିଲେ।

{"id":106567,"width":593,"height":356}

ଫିଲ୍ମ କାମସୂତ୍ର ଥ୍ରୀ-ଡି ପାଇଁ ପ୍ରଥମେ ଶର୍ଲିନ ଚୋପ୍ରାଙ୍କୁ ଷ୍ଟାର କାଷ୍ଟ କରାଯାଇଥିଲା ।ତେବେ  ବିବାଦ ଯୋଗୁ ନିର୍ମାତା ନିର୍ଦ୍ଦେଶକ ଶର୍ଲିନଙ୍କୁ ରିପ୍ଲେସ କରି ତାଙ୍କ ସ୍ଥାନରେ ସାୟରାଙ୍କୁ ନାୟିକା କରିଥିଲେ। ତେବେ ସାୟରାଙ୍କୁ ନାୟିକା କରିବା ପାଇଁ ରୂପେଶଙ୍କୁ ଅନେକ ଅପେକ୍ଷା କରିବାକୁ ବି ପଡିଥିଲା । ଏହା ସତ୍ତ୍ବେ ଫିଲ୍ମ ରିଲିଜ ହୋଇଥିବା ବେଳେ ପୁଣି ବିବାଦ ଯୋଗୁ ନାୟିକାଂକୁ ଯେଭଳି ପ୍ରସାର ମିଳିବା କଥା ତାହା ହୋଇ ପାରିନଥିଲା । ଏଣୁ ବଲିଉଡ ଡେବ୍ୟୁରୁ ତାଙ୍କୁ ଯେଉଁଭଳି ଫାଇଦା ମିଳିବା କଥା ତାହା ମିଳି ପାରିନଥିଲା। ଏଣୁ ବଣ ମଲ୍ଲି ପୁଣି ବଣରେ ଝରିଯାଇଛି ବୋଲି ଦୁଃଖ ବ୍ୟକ୍ତ କରିଥିଲେ ନିର୍ଦ୍ଦେଶକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.