ଲାଞ୍ଚ ନେବା ସହ ଦୁର୍ବ୍ୟବହାର ଘଟଣାରେ ନିଲମ୍ବିତ ହେଲେ କମର୍ଦ୍ଦା ASI

Published By : Prameya-News7 Bureau | January 08, 2021 IST

ଭୋଗରାଇ ୮।୧: ଅଭିଯୋଗକାରୀଙ୍କଠାରୁ ଲାଞ୍ଚ ନେବା ଏବଂ ପୋଲିସ କ୍ଷମତାର ଅପବ୍ୟବହାର, ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ନିଲମ୍ବିତ ହେଲେ କମର୍ଦ୍ଦା ASI ଭକ୍ତହରି ପଟ୍ଟନାୟକ । ଏ ନେଇ ବାଲେଶ୍ଵର SP ସୁଧାଂଶୁ ଶେଖର ମିଶ୍ର ପ୍ରେସମିଟରେ ସୂଚନା ଦେଇଛନ୍ତି ।

ବାଲେଶ୍ଵର ଜିଲ୍ଲା କମର୍ଦ୍ଦା ଥାନାର ASI ଭକ୍ତହରି ପଟ୍ଟନାୟକଙ୍କ ଲାଞ୍ଚ ନେବା ଏବଂ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବା ଘଟଣାରେ ବାଲେଶ୍ଵର SPଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଏସପି ମନୋରଞ୍ଜନ ସାମଲ ତଦନ୍ତ ପାଇଁ କମର୍ଦ୍ଦା ଥାନାରେ ପହଞ୍ଚିଥିଲେ  । ୫ ତାରିଖରେ  ଦୁଇଟି ପୃଥକ ମାମଲାରେ କମର୍ଦ୍ଦା ଥାନାର ଦୁଇ ଅଭିଯୋଗକାରୀ  ଏନେଇ ତଦନ୍ତ କରିବା ପାଇଁ ଉଭୟଙ୍କଠାରୁ ଦୁଇ ହଜାର ଟଙ୍କା ଲେଖାଏଁ ନେଇଥିବା ଅଭିଯୋଗରେ ASI ଭକ୍ତହରି ପଟ୍ଟନାୟକଙ୍କ ସହ ଯୁକ୍ତ କରିଥିଲେ ।

ଏହି ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ଭିଡିଓ ଉତ୍ତୋଳନ କରିବା ବେଳେ ପ୍ରତିନିଧି ଙ୍କୁ ଦୁର୍ବ୍ୟବହାର କରିଥିଲେ ।  ଗଣମାଧ୍ୟମ ପ୍ରତିନିଧି ଏବଂ ସମସ୍ତ ଅଭିଯୋଗକାରୀମାନଙ୍କୁ ତଦନ୍ତ ପରିସର କରାଯାଇଥିଲା । ତେବେ ଶୁକ୍ରବାର ବାଲେଶ୍ଵର SP ସୁଧାଂଶୁ ଶେଖର ମିଶ୍ର କମର୍ଦ୍ଦା ଥାନା ASI ଭକ୍ତହରି ପଟ୍ଟନାୟକଙ୍କୁ ନିଲମ୍ବିତ କରାଯାଇଥିବା ପ୍ରେସମିଟ ଜରିଆରେ ସୂଚନା ଦେଇଛନ୍ତି   ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.