କମଳନାଥଙ୍କୁ ରାଜ୍ୟପାଳଙ୍କ ଅଲଟିମେଟମ୍: 'ମଙ୍ଗଳବାର ଆସ୍ଥା ପ୍ରମାଣ ଦିଅ, ସଂଖ୍ୟା ନାହିଁ ତ ଗାଦି ଛାଡ'

Published By : Prameya-News7 Bureau | March 16, 2020 IST

ଭୋପାଲ, ୧୬|୦୩:  ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନ ସୋମବାର ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ଦିନ ଫ୍ଲୋର୍ ଟେଷ୍ଟର ସାମ୍ନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ରାଜ୍ୟପାଳ କମଲନାଥଙ୍କୁ ସୋମବାର ଫ୍ଲୋର ଟେଷ୍ଟର ସାମ୍ନା କରିବା ପାଇଁ କହିଥିଲେ।

ଏହି ନିର୍ଦ୍ଦେଶ ସେତେବେଳେ ସାମ୍ନାକୁ ଆସିଛି ଯେତେବେଳେ ମଧ୍ୟପ୍ରଦେଶ ସରକାର କରୋନା ଭାଇରସ ପାଇଁ  ଗୃହକୁ ଆସନ୍ତା ମାର୍ଚ୍ଚ ୨୬ ଯାଏଁ ମୁଲତବୀ ରଖିଛନ୍ତି।

ସୋମବାର ରାଜ୍ୟପାଳ ଆସନ୍ତା ୧୭ ତାରିଖ ଅର୍ଥାତ ମଙ୍ଗଳବାର ଦିନ ଫ୍ଲୋର ଟେଷ୍ଟର ସାମ୍ନା କରି ବହୁମତ ସାବ୍ୟସ୍ତ କରିବା ପାଇଁ କମଲନାଥଙ୍କୁ କହିଛନ୍ତି। ଏନେଇ ସେ କମଲନାଥଙ୍କୁ ଏକ ଚିଠି ମଧ୍ୟ ଲେଖିଛନ୍ତି। ଯଦି କମଲନାଥ ସରକାର ବହୁମତ ସାବ୍ୟସ୍ତ ନକରନ୍ତି ତେବେ ବହୁମତ ନାହିଁ ବୋଲି ଗ୍ରହଣ କରାଯିବ। ଏପରିକି ସଂଖ୍ୟା ନଥିଲେ ଗାଦି ଛାଡିବାକୁ କହିଛନ୍ତି।

{"id":239316,"width":748,"height":1009,"sizeSlug":"large"}

ଏହା ପୂର୍ବରୁ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଶିବରାଜ ସିଂ ଚୌହାନ କହିଥିଲେ ଯେ, କମଲନାଥ ଯୁଦ୍ଧ ପୂର୍ବରୁ ପଳାୟନ କରିଛନ୍ତି। ରାଜ୍ୟପାଳ କିନ୍ତୁ ରାଜ୍ୟବାସୀଙ୍କ ଭରସାକୁ ରକ୍ଷା କରିବେ। ବିଜେପି ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ମଧ୍ୟ ଯାଇଛି। ଗୋଟିଏ ମୁହୂର୍ତ୍ତ ମଧ୍ୟ କମଲନାଥଙ୍କ ସରକାର ଚଳାଇବା ପାଇଁ ଅଧିକାର ନାହିଁ। କଂଗ୍ରେସ ପାଖରେ କେବଳ ୯୨ଜଣ ବିଧାୟକ ରହିଛନ୍ତି। ଦଳ ବହୁମତ ହରାଇଛି।

wp:core-embed/twitter {"url":"https://twitter.com/OfficeofSSC/status/1239500283618549761?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1239500283618549761\u0026ref_url=https%3A%2F%2Faajtak.intoday.in%2Fnews%2Fliveblog%2Fmadhya-pradesh-political-crisis-kamalnath-govt-floor-test-speaker-congress-mla-bjp-shivraj-800.html","type":"rich","providerNameSlug":"twitter","className":""}
https://twitter.com/OfficeofSSC/status/1239500283618549761?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1239500283618549761&ref_url=https%3A%2F%2Faajtak.intoday.in%2Fnews%2Fliveblog%2Fmadhya-pradesh-political-crisis-kamalnath-govt-floor-test-speaker-congress-mla-bjp-shivraj-800.html
/wp:core-embed/twitter

ତେବେ ବିଜେପି ସମସ୍ତ ୧୦୬ ବିଧାୟକଙ୍କୁ ରାଜ୍ୟପାଳଙ୍କ ସାମ୍ନାରେ ପରେଡ୍ କରାଇଥିଲା। ଏହାସହ ସମର୍ଥନ ପତ୍ର ମଧ୍ୟ ଦାଖଲ କରିଥିଲା। ଏହି ସମୟରେ ରାଜ୍ୟପାଳ ସମ୍ବିଧାନ ଅନୁସାରେ ହିଁ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ବିଧାୟକଙ୍କୁ ଭରସା ଦେଇଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.