ସଙ୍କଟରେ ୧୫ ମାସର ସରକାର: କଂଗ୍ରେସ ବୈଠକରେ କମଲନାଥ କହିଲେ, 'All is well'

Published By : Prameya-News7 Bureau | March 15, 2020 IST

ମଧ୍ୟପ୍ରଦେଶ୧୫/୩: ମଧ୍ୟପ୍ରଦେଶ ରାଜନୀତି ନାଟକର କାଲି ଶେଷ ଅଙ୍କ। ବଜେଟ ଅଧିବେଶନ ପୂର୍ବରୁ ଗୃହରେ କମଲନାଥ ସରକାରକୁ ବହୁମତ ସାବ୍ୟସ୍ତ କରିବାକୁ ନିର୍ଦେଶ ଦେଇଛନ୍ତି ରାଜ୍ୟପାଳ। ଏପେଟ ଅଜ୍ଞାତବାସରୁ ଫେରିଛନ୍ତି କଂଗ୍ରେସ ବିଧାୟକ। ବଜେଟ ଅଧିବେଶନରେ ଉପସ୍ଥିତ ରହିବାକୁ କଂଗ୍ରେସ ହ୍ବିପ୍ ଜାରି କରିଛି।  ସେପଟେ ମଧ୍ୟପ୍ରଦେଶ କଂଗ୍ରେସର ୨୧ ଜଣ ବିଧାୟକଙ୍କୁ ବେଙ୍ଗାଲୁରୁର ଆଉ ଏକ ହୋଟେଲକୁ ସ୍ଥାନାନ୍ତର କରାଯାଇଛି।

{"id":238898,"sizeSlug":"large"}

ଅଜ୍ଞାତ ବାସରୁ ଫେରୁଛନ୍ତି ବିଧାୟକ। ଜୟପୁରରରେ ବିମାନ ବନ୍ଦର ଦେଇ ଭୋପାଳରେ ପହଞ୍ଚିଲେ କଂଗ୍ରେସ ୮୬ ବିଧାୟକ। ।  ଭୋପାଳର ହୋଟେଲ ମାରିୟଟ ହୋଇଛି ଆଜିର ଠିକଣା। କାଲି ନିର୍ଣ୍ଣାୟକ ମୋଡ। କମଲନାଥ ସରକାର ଗୃହରେ ବହୁମତ ସାବ୍ୟସ୍ତ କରିବେ । ରାଜ୍ୟପାଳ ଲାଲଜି ଟଣ୍ଡନ ବାଚସ୍ପତି ନର୍ମଦା ପ୍ରସାଦ ପ୍ରଜାପତିଙ୍କୁ  ନିର୍ଦ୍ଦେଶ ଦେଇଛନ୍ତି ।

{"id":238899,"sizeSlug":"large"}

କାଲି ବଜେଟ ଅଧିବେଶନ ଆରମ୍ଭ ହେଉଛି। ରାଜ୍ୟପାଳଙ୍କ ଅଭିଭାଷଣ ପରେ ଆସ୍ଥାଭୋଟ ହେବ। କଂଗ୍ରେସର ୨୨ ବିଧାୟକ ଇସ୍ତଫା ଦେବା ପରେ କମଲନାଥଙ୍କ ୧୫ ମାସର ସରକାର ସଙ୍କଟକୁ ଆସିଯାଇଛି। ୨୨ ବିଧାୟକଙ୍କ ମଧ୍ୟରୁ ବାଚସ୍ପତି ୬ ଜଣ ଙ୍କ ଇସ୍ତଫାକୁ ଗ୍ରହଣ କରିନେଇଛନ୍ତି। ବହୁମତ ସାବ୍ୟସ୍ତ ପୂର୍ବରୁ କଂଗ୍ରସ ହ୍ବିପ୍ ଜାରି କରିଛି । ସମସ୍ତ ବିଧାୟକଙ୍କୁ ଉପସ୍ଥିତ ରହି ସରକାରଙ୍କ ସପକ୍ଷରେ ଭୋଟ ଦେବାକୁ କୁହାଯାଇଛି । ଆଜି ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ କଂଗ୍ରେସ ବିଧାୟକ ଦଳର ବୈଠକ ବସିବ। କମଲନାଥ କହୁଛନ୍ତି ଅଲ୍ ଇଜ୍ ୱେଲ୍ ।

{"id":238900,"sizeSlug":"large"}

ସେପଟେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ବାସଭବନରେ ମଧ୍ୟପ୍ରଦେଶ ରାଜନୀତିର ଆଲୋଚନା।  ବୈଠକରେ ଶିବରାଜ ସିଂ ଚୌହାନ, ଧର୍ମେନ୍ଦ୍ର ପ୍ରଧାନ, ଜ୍ୟୋତିରାଦିତ୍ୟ ସିନ୍ଧିଆ ଯୋଗ ଦେଇଥିଲେ।  ପରେ ସେମାନେ ସଲିସିଟର ଜେନେରାଲ ତୁଷାର ମହେଟ୍ଟାଙ୍କୁ ଭେଟିଥିଲେ। ଗୁରୁଗ୍ରାମ ଆଇଟିସି ଗ୍ରାଣ୍ଡ ହୋଟେଲରେ ଡେରା ପକାଇଥିବା ବିଜେପି ବିଧାୟକଙ୍କୁ ମଧ୍ୟ ଶିବରାଜ ଭେଟିଛନ୍ତି । ସେପଟେ ବେଙ୍ଗାଲୁରୁରେ ରହିଥିବା ମଧ୍ୟପ୍ରଦେଶ କଂଗ୍ରେସର ୨୧ ବିଧାୟକଙ୍କୁ  ପ୍ରେଷ୍ଟିଜ ଗଲ୍ପସାୟାର କ୍ଲବରୁ ୟେଲାହାଙ୍କାସ୍ଥିତ ରମାଡା ହୋଟେଲକୁ ସ୍ଥାନାନ୍ତର କରାଯାଇଛି।

{"id":238901,"sizeSlug":"large"}

ଏବେ ଗୃହରେ କଂଗ୍ରେସର ୧୦୮ ବିଧାୟକ ଥିବା ବେଳେ ବାକି ୭ ଜଣ ସହଯୋଗୀ ଦଳର ସମର୍ଥନ ରହିଛି।  ଯଦି ବିଦ୍ରେୋହ କରିଥିବା କଂଗ୍ରେସର ୨୨ ଜଣ ବିଧାୟକଙ୍କ ଇସ୍ତଫାକୁ ଗ୍ରହଣ କରାଯାଏ ତେବେ କଂଗ୍ରସର ସଂଖ୍ୟା ନୂଆ ମ୍ୟାଜିକ ନମ୍ବର ୧୦୪ ତଳକୁ ଖସିଯିବ।  ସେପଟେ ୧୦୭ ଜଣ ବିଧାୟକଙ୍କ ସହିତ ସରକାର ଗଠନ ପାଇଁ ପ୍ରସ୍ତୁତ ହେଉଛି ବିଜେପି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.