Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ସୁପ୍ରିମକୋର୍ଟରେ ମଧ୍ୟ ପ୍ରଦେଶ ଲଢେଇ: କଂଗ୍ରେସ କହିଲା ଆଜି ଶୁଣାଣି ନହେଲେ ଖସି ପଡିବନି ଆକାଶ, ବିଧାୟକଙ୍କ ସମର୍ଥନ ଦାବି କଲା ବିଜେପି

18/03/2020 at 3:45 PM

ନୂଆଦିଲ୍ଲୀ ୧୮।୦୩: ସୁପ୍ରିମକୋର୍ଟରେ ମଧ୍ୟ ପ୍ରଦେଶରେ ବହୁମତ ପରୀକ୍ଷଣ ତୁରନ୍ତ କରିବା ଦାବି ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହଙ୍କ ଯାଚିକା ଉପରେ ଆଜି ଶୁଣାଣି ସମୟରେ ପକ୍ଷ ଓ ପ୍ରତିପକ୍ଷ ଓକିଲଙ୍କ ପକ୍ଷରୁ ଦଲିଲ୍ ଉପସ୍ଥାପନ ସହ ଜୋରଦାର ବିତର୍କ ହୋଇଛି। କଂଗ୍ରେସ ଆରୋପ ଲଗାଇଛି ଯେ,  ବିଜେପି ବେଙ୍ଗାଲୁରୁରେ ତାର ବିଧାୟକଙ୍କୁ ବନ୍ଧକ କରି ରଖିଛି। ଯେ ପର୍ଯ୍ୟନ୍ତ ଇସ୍ତଫା ଦେଇଥିବା  ବିଧାୟକଙ୍କ ଆସନରେ ନିର୍ବାଚନ ନହୋଇଛି ସେ ଯାଏ ବହୁମତ ପରୀକ୍ଷଣକୁ ଘୁଞ୍ଚାଇ ଦିଆଯାଉ। କଂଗ୍ରେସ ଏହା ମଧ୍ୟ ଦଲିଲ୍ ଦେଇଛି ଯେ, ସେହି ସମୟ ପର୍ଯ୍ୟନ୍ତ କମଲନାଥ ସରକାର କ୍ଷମତାରେ ରହିଲେ ଆକାଶ ଭାଙ୍ଗିଯିବ ନାହିଁ।

ଯେବେ କୋର୍ଟ ରାଜ୍ୟ ସରକାରଙ୍କ ଓକିଲଙ୍କୁ ପ୍ରଶ୍ନ କଲେ ଯେ, କେବଳ ଛଅ ଜଣ ବିଧାୟକଙ୍କ ଇସ୍ତଫା କଣ ପାଇଁ ମଞ୍ଜୁର କଲ ? ଏହାର ଉତ୍ତରରେ ଅଭିଷେକ ମନୁ ସିଙ୍ଘଭି କହିଛନ୍ତି ଯେ, ସେମାନେ ସବୁ ମନ୍ତ୍ରୀ ଥିଲେ। ଏହି ସମୟରେ ଶିବରାଜ ସିଂହଙ୍କ ଓକିଲ ତଥା ପୂର୍ବତନ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗୀ ଏହାକୁ କଂଗ୍ରେସର ଚାଲ୍ ବୋଲି କହିଥିଲେ। ସେ କହିଛନ୍ତି ଯେ, ଯଦି କୋର୍ଟ କହିବ ତେବେ ସମସ୍ତ ୧୬ ବିଧାୟକଙ୍କୁ ଏଠାରେ ହାଜର କରି ଦେବୁ। ଏହା ଉପରେ ଅଦାଲତ କହିଛନ୍ତି ଯେ, ଏହାର କୌଣସି ଆବଶ୍ୟକତା ନାହିଁ।

କଂଗ୍ରେସ ଓକିଲ ଦୁଷ୍ୟନ୍ତ ଦୁବେ କହିଛନ୍ତି ଯେ, ଆଜି ଶୁଣାଣି ନହେଲେ ଆକାଶ ଖସି ପଡିବ ନାହିଁ। କଂଗ୍ରେସ ବହୁମତରେ ସରକାର ଗଠନ କରିଛି ଏବଂ ଏବେ ତାଙ୍କର  ବିଧାୟକଙ୍କୁ ବନ୍ଧକ କରି ରଖାଯାଇଛି। ଅନ୍ୟପଟେ ବିଦ୍ରୋହୀ  ବିଧାୟକଙ୍କ ଓକିଲ ମନିନ୍ଦର ସିଂହ କହିଛନ୍ତି ଯେ, କାହାରିକୁ ବନ୍ଧକ କରି ରଖାଯାଇ ନାହିଁ।

କଂଗ୍ରେସର ଓକିଲ ଦୁଷ୍ୟନ୍ତ ଦବେ କହିଛନ୍ତି ଯେ, ୧୬ ବିଧାୟକଙ୍କୁ ମୁକ୍ତ କରାଯିବା ଉଚିତ୍। ବିଧାୟକ ନିଜର  ବିଧାନସଭା ଅଞ୍ଚଳକୁ ଲୋକଙ୍କ ସେବା ଲାଗି ଯିବା ଉଚିତ୍। ଇସ୍ତଫା ଦେଇ ଏମିତି ଯାଇ ପାରିବେ ନାହିଁ। ଏହି ସବୁ ବିଧାୟକଙ୍କୁ ମୁକ୍ତ କରିବାକୁ ଆଦେଶ ଦିଆଯାଉ। ସେମାନଙ୍କୁ ଅପହୃତ କରି ରଖାଯାଇଛି। ଜନତା କଂଗ୍ରେସକୁ ୧୧୪ ଆସନ ଏବଂ ବିଜେପିକୁ ୧୦୯ ଆସନ ଦେଇଛନ୍ତି। ସବୁଠୁ ବଡ ପାର୍ଟି ହିସାବରେ କଂଗ୍ରେସ ବହୁମତ ହାସଲ କରିଛି। ଏକ ସ୍ଥାୟୀ ସରକାର ୧୮ ମାସ ଧରି ଚାଲିଛି।  ବିଧାୟକଙ୍କ ଗାଏବକୁ ନେଇ ମୁଖ୍ୟମନ୍ତ୍ରୀ କମଲନାଥ ଚିନ୍ତିତ ଅଛନ୍ତି। ବିଜେପି ଏକ ଦାୟିତ୍ଵବାନ ପାର୍ଟି। କଣ ଏମିତି ପାର୍ଟିଠୁ ଏହା ଆଶା କରାଯାଇ ପାରିବ। କାଲି ଆଉ କେଉଁ ପାର୍ଟିର ବିଧାୟକଙ୍କୁ ଅପହରଣ କରି ନିଆଯିବ ଓ ସୁପ୍ରିମକୋର୍ଟକୁ ଆସି କୁହାଯିବ ଯେ ଗୃହରେ ବହୁମତ ପରୀକ୍ଷଣ କରାଯାଉ, କାରଣ ସକରାରଙ୍କ ପାଖରେ ସଂଖ୍ୟା ବଳ ନାହିଁ। ଅଦାଲତଙ୍କୁ ଏହି ପରି ଯାଚିକା ଉପରେ ବିଚାର କରାଯିବା ଉଚିତ୍ ନୁହଁ।

ଶିବରାଜ ସିଂହଙ୍କ ଓକିଲ  ମୁକୁଲ ରୋହତଗୀ କହିଛନ୍ତି ଯେ, କଂଗ୍ରେସ ହେଉଛି ସେହି ପାର୍ଟି ଯିଏ ୧୯୭୫ରେ ଦେଶରେ  ଜରୁରୀକାଳୀନ ଲାଗୁ କରିଥିଲା। ଏହି ପାର୍ଟି କେବଳ କ୍ଷମତାରେ ରହିବାକୁ ଚାହେଁ। ବିଧାୟକ ଇସ୍ତଫା ଦେଇ ସାରିଛନ୍ତି ଏବଂ ସେମାନେ ପୁର୍ନବାର ଜନତାଙ୍କ ପାଖକୁ ଯିବାକୁ ଚାହାନ୍ତି। ଏହା ଦଳ ବଦଳ ଆଇନର ମାମଲା ନୁହଁ। ରାଜ୍ୟପାଳ ରାଜ୍ୟ ସମ୍ବିଧାନର ମୁଖିଆ। ତାଙ୍କର କର୍ତ୍ତବ୍ୟ ରାଜ୍ୟରେ ସରକାର ସୁନିଶ୍ଚିତ କରିବା। ସମ୍ଵିଧାନ ଆଧାରରେ ଏହା ତାଙ୍କର ଦାୟିତ୍ଵ। କଂଗ୍ରେସ ଗଣତନ୍ତ୍ରର ହତ୍ୟା ୧୯୭୫ରେ କରି ସାରିଛି। ତେଣୁ ଏହା ଉପରେ ସର୍ବୋଚ୍ଚ ଅଦାଲତ ବିଚାର କରିବା ଉଚିତ୍।

ଜଷ୍ଟିସ୍ ଡିଓ୍ଵାଇ ଚନ୍ଦ୍ରଚୂଡ କହିଛନ୍ତି ଯେ, ଏହି ମାମଲାରେ ପ୍ରଥମେ ବାଚସ୍ପତିଙ୍କୁ ଇସ୍ତଫା ସ୍ଵୀକାର କରିବାକୁ ପଡିବ। ଏହା  ଜଜଙ୍କ ପକ୍ଷରୁ ନୁହଁ ଯେ ଇସ୍ତଫା ତାଙ୍କ ହାତରେ ଅଛି। ଏହି ମାମଲାରେ ବାଚସ୍ପତିଙ୍କୁ ସନ୍ତୁଷ୍ଟ ହେବାକୁ ପଡିବ। ବିଧାୟକ ନିଜ ଇଚ୍ଛାରେ ଇସ୍ତଫା ଦେଇଛନ୍ତି ନା ଚାପରେ ତାହା ଦେଖିବା ବାଚସ୍ପତିଙ୍କ ଦାୟିତ୍ଵ।

   Related Posts