କମଲନାଥ ହେବେ କଂଗ୍ରେସର କାର୍ଯ୍ୟକାରୀ ସଭାପତି ! ଆଜି ସୋନିଆଙ୍କୁ ଭେଟିବେ

Published By : Prameya-News7 Bureau | July 15, 2021 IST

ଭୁବନେଶ୍ୱର, ୧୫/୦୭:   କଂଗ୍ରେସ ଦଳର ନୂଆ ସଭାପତି କିଏ ହେବ ତାକୁ ନେଇ ଗତ କିଛିଦିନ ହେବ ଚର୍ଚ୍ଚା ଲାଗି ରହିଛି । ସୂତ୍ରାନୁସାରେ, ମଧ୍ୟପ୍ରଦେଶର ଦଳର ରାଜ୍ୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଏଆଇସିସିର ନୂଆ ଅଧ୍ୟକ୍ଷ ହୋଇପାରନ୍ତି । ଏନେଇ ଗୁରୁବାର ଦିନ ୧୨ଟାରେ ଏପ୍ରସଙ୍ଗରେ ସୋନିଆ ଗାନ୍ଧୀଙ୍କୁ ଭେଟିବେ ବୋଲି ସୂଚନା ମିଳିଛି ।

ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦ ସମ୍ଭାଳିବା ନେଇ ମନା କରିବା ପରେ ଓ ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ରହୁନଥିବାରୁ ଦଳ ପୁଣି କାର୍ଯ୍ୟକାରୀ ଅଧ୍ୟକ୍ଷ ବାଛିବା ପାଇଁ ଅଣ୍ଟା ଭିଡିଛି । ଗତ କିଛି ବର୍ଷ ଧରି କଂଗ୍ରେସ ଯେପରି ପ୍ରଦର୍ଶନ କରୁଛି ତାକୁ ନେଇ ନୂଆ ଅଧ୍ୟକ୍ଷ ଚୟନ ନେଇ ବାରମ୍ବାର ଦାବି ହେଉଛି । ଯେତେଦିନ ସୁଦ୍ଧା ଦଳକୁ ନୂଆ ଅଧ୍ୟକ୍ଷ ନମିଳିଛି ସେତେଦିନ ଯାଏଁ କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରିବାକୁ ଚାହୁଁଛି ଦଳ ।

ଏହି କାରଣରୁ ଦଳ ସବୁଠାରୁ ବିଶ୍ୱସ୍ତ ନେତା କମଲନାଥଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ କରିବାକୁ ବିଚାର କରୁଛି । ଏନେଇ କମଲନାଥଙ୍କୁ ଦିନ ୧୨ଟାରେ ସୋନିଆଙ୍କୁ ଭେଟିବା ପାଇଁ ଦିଲ୍ଲୀ ଡକାଯାଇଛି । ଏହାପୂର୍ବରୁ ଦଳ କରୋନା ମହାମାରୀକୁ ଦେଖି ଜୁଲ ୨୩ରେ ହେବାକୁ ଥିବା ଅଧ୍ୟକ୍ଷ ନିର୍ବାଚନକୁ ସ୍ଥଗିତ ରଖିଥିଲା । ଏପରି ଭାବେ ଗୋଟିଏ ବର୍ଷରେ ୩ ଥର ହେଲା ଅଧ୍ୟକ୍ଷ ନିର୍ବାଚନ ଘୁଞ୍ଚିଲାଣି ।

ସୂଚନାଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନରେ ବିଜେପିଠାରୁ ହାରିବା ପରେ ରାହୁଲ ଗାନ୍ଧୀ ନୈତିକତା ଦୃଷ୍ଟିରୁ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇତିଲେ । ଏହାପରେ ସୋନିଆ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.