ସରକାର ବଞ୍ଚାଇବାକୁ କଂଗ୍ରେସର କସରତ, ୬ ମନ୍ତ୍ରୀଙ୍କୁ ହଟାଇବା ପାଇଁ ରାଜ୍ୟପାଳଙ୍କୁ କମଲନାଥଙ୍କ ଚିଠି

Published By : Prameya-News7 Bureau | March 10, 2020 IST

ଭୋପାଳ, ୧୦|୦୩:   ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ରାଜ୍ୟପାଳଙ୍କୁ ପତ୍ର ଲେଖି ୬ଜଣ ମନ୍ତ୍ରୀଙ୍କୁ ବରଖାସ୍ତ କରିବା ପାଇଁ ସୁପାରିଶ କରିଛନ୍ତି। ସେ ନିଜ ତତ୍କାଳ ପ୍ରଭାବରେ ୬ଜଣ ମନ୍ତ୍ରୀଙ୍କୁ ହଟାଇବା ପାଇଁ ଚିଠିରେ ଉଲ୍ଲେଖ କରିଛନ୍ତି।

ଏହାପୂର୍ବରୁ ୨୦ଜଣ ବିଧାୟକ ନିଜ ଇସ୍ତଫା ପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିଥିଲେ। ଏହାକୁ ଦେଖିଲେ କମଲନାଥ ସରକାର ବହୁମତଠୁ ଦୂରେଇ ଯାଇଛି।

{"id":236119,"width":752,"height":422,"sizeSlug":"large"}

କମଲନାଥ ପତ୍ରରେ ଲେଖିଛନ୍ତି ଯେ, ମନ୍ତ୍ରୀମଣ୍ଡଳରୁ ନିମ୍ନଲିଖିତ ସଦସ୍ୟଙ୍କୁ ମନ୍ତ୍ରୀ ପଦରୁ ହଟାଇବା ପାଇଁ ସୁପାରିଶ କରାଯାଇଛି। ଏଥିପାଇଁ ରାଜ୍ୟପାଳ ତୁରନ୍ତ ଆଦେଶ ଜାରି କରନ୍ତୁ। ଯେଉଁମନ୍ତ୍ରୀଙ୍କୁ କମଲନାଥ କ୍ୟାବିନେଟରୁ ବାହାର କରିବା ପାଇଁ ସୁପାରିଶ କରିଛନ୍ତି ସେମାନଙ୍କ ମଧ୍ୟରେ ଇମରତୀ ଦେବୀ, ତୁଲସୀ ସିଲାବଟ, ବୋଗିନ୍ଦ ସିଂ ରାଜପୁତ, ମହେନ୍ଦ୍ର ସିଂ ସିସୋଦିଆ, ପ୍ରଦ୍ୟୁମ୍ନ ସିଂ ଓ ପ୍ରଭୁରାମ ଚୌଦ୍ଧରୀ ରହିଛନ୍ତି।

{"id":236121,"width":749,"height":427,"sizeSlug":"large"}

ଶିବରାଜଙ୍କୁ ଭେଟିଲେ ଏସପି-ବିଏସପି ବିଧାୟକ

ଏହା ମଧ୍ୟରେ ମଧ୍ୟପ୍ରଦେଶର ସମାଜବାଦୀ ପାର୍ଟି ବିଧାୟକ ରାଜେଶ ଶୁକ୍ଲା ଓ ବିଏସପି ବିଧାୟକ ସଞ୍ଜୀବ କୁଶବାହ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି।

ଏହା ପୂର୍ବରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ପ୍ରଦାନ କରିଥିଲେ। ସେ ମଙ୍ଗଳବାର ସକାଳେ ନରେନ୍ଦ୍ର ମୋଦୀ ଓ ଅମିତ ଶାହଙ୍କ ସହ ବୈଠକ କରି ନିଜ ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପ୍ରଦାନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.