ପଦ୍ମଶ୍ରୀ ପାଇବେ ବୋଲି ଘୋଷଣା ହେବାର ଗୋଟିଏ ଦିନ ପରେ ଅସୁସ୍ଥ ହୋଇପଡିଲେ ଧାନ ଗବେଷିକା କମଳା ପୂଜାରୀ, ଜୟପୁର ଡାକ୍ତରଖାନା ଭର୍ତ୍ତି

Published By : Prameya-News7 Bureau | January 26, 2019 IST

ଜୟପୁର୨୬|୧: ପଦ୍ମଶ୍ରୀ ପାଇବେ କୋରାପୁଟର ଜଣାଶୁଣା ଧାନ ଗବେଷିକା ତଥା ରାଜ୍ୟ ଯୋଯନା ବୋର୍ଡର ସଦସ୍ୟା କମଳା ପୂଜାରୀ । ପଦ୍ମଶୀ ପାଇବାକୁ ସେ ମନୋନୀତ ହେବା ପରେ ଏହାକୁ ନେଇ ଜିଲ୍ଲାରେ  ଖୁସିର ମାହୋଲ ।ସେପଟେ କିନ୍ତୁ ବୟସାଧିକ୍ୟ କାରଣରୁ ଅସୁସ୍ଥ ହୋଇ କମଳା ଏବେ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରାଙ୍କ ସମେତ କୋରାପୁଟ ଜିଲ୍ଲାପାଳ ଓ ଅନେକ ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ଲୋକ କମଳାଙ୍କୁ ଭେଟି ତାଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ  ଶୁଭେଛା ଜଣାଇଛନ୍ତି।

{"id":78333}

ପଦ୍ମଶ୍ରୀ ପାଇବେ କୋରାପୁଟର ଜଣାଶୁଣା ଧାନ ଗବେଷିକା କମଳା ପୂଜାରୀ । ଏହି ଖବର ପ୍ରଚାରିତ ହେବା ପରେ ପୁରା କୋରାପୁଟରେ  ଉତ୍ସାହର ମାହୋଲ ଦେଖିବାକୁ ମିଳିଥିଲା ।ସେପଟେ କିନ୍ତୁ ବୟସାଧିକ୍ୟ କାରଣରୁ ଅସୁସ୍ଥ କମଳା ଏବେ ଜୟପୁର ସ୍ଥିତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତ ହୋଇଛନ୍ତି ।  ପୁରସ୍କାରକୁ ନେଇ କମଳା ଖୁସି ବ୍ୟକ୍ତ କରିଥିବା ବେଳେ ନିଜ ଅସୁସ୍ଥତାକୁ ନେଇ କିନ୍ତୁ  ଚିନ୍ତିତ । କମଳାଙ୍କ  ଚିକିତ୍ସା ପାଇଁ ଗଠନ କରାଯାଇଛି ୪ ଜଣିଆ  ଡାକ୍ତରୀ ଟିମ ।  ଡାକ୍ତରଖାନାରେ କ୍ରୀଡା ଓ ଯୁବ ବ୍ୟାପର ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା, କୋରାପୁଟ ଜିଲ୍ଲାପାଳ ଓ ଅନେକ ପ୍ରଶାସନିକ ଅଧିକାରୀ  କମଳାଙ୍କୁ ଭେଟି ତାଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ।

{"id":78334}

ପଛୁଆ ଅଂଚଳର ଜଣେ ଆଦିବାସୀ ମହିଳା କମଳା । ହେଲେ  ଧାନ ଚାଷ ଓ ସଂରକ୍ଷଣ ଉପରେ କମଳାଙ୍କର ଯଥେଷ୍ଟ ଜ୍ଞାନ ରହିଛି।୧୦୦ ରୁ ଉର୍ଦ୍ଧ ଲୁପ୍ତ ପାଇଯାଇଥିବା ଧାନକୁ ସେ ସଂରକ୍ଷଣ କରି ପାରିଛନ୍ତି । ଜୋହାନସବର୍ଗରେ ଭାରତକୁ ପ୍ରତିନିଧିତ୍ବ କରି ସାରିଛନ୍ତି ସେ ।

{"id":78335}

ଫାଭିଓ-କମଳା ପୂଜାରୀଙ୍କ ଭଳି ଜଣେ ଆଦିବାସୀ ମହିଳା ପଦ୍ମଶ୍ରୀ ପାଇବା କେବଳ କୋରାପୁଟ କାହିଁକି ପୁରା ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ।ତେବେ କମଳା ଶୀଘ୍ର ସୁସ୍ଥ ହୋଇ ଦିଲ୍ଲୀରୁ ଏହି ପୁରସ୍କାର ନିଜେ ଗ୍ରହଣ କରନ୍ତୁ ଏହା ହିଁ କାମନା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.