‘କରୋନାକୁ ନେଇ ଟ୍ରମ୍ପ କ୍ରମାଗତ ମିଛ କହିଆସୁଛନ୍ତି, ମୁଁ ତାଙ୍କର କୌଣସି ଦାବି କି ପ୍ରତିଶ୍ରୁତି ଉପରେ ବିଶ୍ବାସ କରିବି ନାହିଁ’: କମଲା ହାରିସ୍

Published By : Prameya-News7 Bureau | September 06, 2020 IST

ଓ୍ବାଶିଂଟନ୍ ଡିସି ୦୬/୦୯: ଆମେରିକାରେ ପାଖେଇ ଆସୁଛି ରାଷ୍ଟ୍ରପତି ନିର୍ବାଚନ। ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ବିବାଦ ସେତେ ବଢ଼ୁଛି। ଏବେ ତ ବ୍ୟକ୍ତିଗତ ଆକ୍ଷେପ ବି କରାଗଲାଣି। ପରସ୍ପର ପରସ୍ପର ଉପରକୁ ଦୋଷ ଲଦାଲଦି ହେଲେଣି। ନଭେମ୍ବର ୩ରେ ଆମେରିକାରେ ରାଷ୍ଯ୍ରପତି ନିର୍ବାଚନ ହେବ। ଡେମୋକ୍ରେଟିକ୍ ପାର୍ଟି ତରଫରୁ ଉପରାଷ୍ଟ୍ରପତି ପଦ ପାଇଁ ମଇଦାନକୁ ଓହ୍ଲାଇଛନ୍ତି କମଲା ହାରିସ। ସେହିପରି ଜୋଏ ହାଇଡେନ୍ ମଧ୍ୟ ଉପରାଷ୍ଯ୍ରପଦ ପତି ପାଇଁ ଲଢ଼ୁଛନ୍ତି। ଏବେ କମଲାଙ୍କ ଟାର୍ଗେଟ୍ ପୂରା ରାଷ୍ଯ୍ରପତି ଟ୍ରମ୍ପଙ୍କ ଉପରେ ଅଛି। ସେ ଟ୍ରମ୍ପଙ୍କ ଭରସାକୁ ବ୍ୟର୍ଥକୁ କରିବାରେ ସେ ଜୋରସୋର ଲାଗିପଡ଼ିଛନ୍ତି। ଏବେ ସେ କରୋନା ପ୍ରସଙ୍ଗକୁ ନେଇ ସିଧାସଳଖ ତାଙ୍କୁ ଟାର୍ଗେଟ୍ କରିଛନ୍ତି ।

ଟ୍ରମ୍ପ ଏବେ ଭରସା ଯୋଗ୍ୟ ନୁହନ୍ତି। କାରଣ କରୋନାକୁ ନେଇ ସେ ଅନେକ ଥର ମିଛ କହିଲେଣି। ଏଭଳି କିଛି ଦୋଷ ସେ ଟ୍ରମ୍ପଙ୍କୁ ଦେଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ଲୋକଙ୍କୁ କୋକୋନା ଭାକସିନ୍ ନାଁରେ ପ୍ରତାରଣା କରିବାକୁ ଚେଷ୍ଟା କରୁଛନ୍ତି। ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ସେ ଅାମେରିକାବାସୀଙ୍କ ପାଖରେ କରୋନା ଟିକା ପହଞ୍ଚାଇବା ଦାବି କରିଥିଲେ। ଏବେ କିନ୍ତୁ ସେ ତାଙ୍କ ପ୍ରତିଶ୍ରୁତି ଭୁଲି ଯାଇଥିବା ଲାଗୁଛି। ଏହାକୁ କେନ୍ଦ୍ର କରି ହାରିସ୍ କହିଛନ୍ତି ‘‘ମୁଁ ତାଙ୍କର କୌଣସି ଦାବି କି ପ୍ରତିଶ୍ରୁତି ଉପରେ ବିଶ୍ବାସ କରିବି ନାହିଁ। ଯେଉଁଥିରେ ସାର୍ସ ନ ଥିଲେ ବି ରିପେରାାର୍ଟରେ କିଛି ବି କୁହାଯାଉଛି।’’

କରୋନାକୁ ନେଇ ଟ୍ରମ୍ପ କ୍ରମାଗତ ମିଛ କହି ଅାସୁଛନ୍ତି ବୋଲି କାଲିଫର୍ନିଆର ସିନେଟର କମଲା ହାରିସ୍ କହିଛନ୍ତି। ଆମେରିକାରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୨ ଲକ୍ଷ ୩୨ ହଜାରରୁ ଅଧିକ ରହିଛି। ତେବେ ଲକ୍ଷେ ୮୨ରୁ ଅଧିକ ଲୋକ କରୋନାରେ ପ୍ରାଣ ହରାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.