ଆମେରିକାର ଉପରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍
20/01/2021 at 10:18 PM

ଓ୍ବାଶିଂଟନ ୨୦/୦୧: ଆମେରିକା ପାଇଲା ନୂଆ ରାଷ୍ଟ୍ରପତି। ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍। ବାଇଡେନ୍ଙ୍କ ପୂର୍ବରୁ ଆମେରିକାର ଉପରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ମୂଳ ଭାରତୀୟ କମଳା ହ୍ୟାରିସ୍।
ଗଲେ ଟ୍ରମ୍ପ ଆସିଲେ ବାଇଡେନ୍। ବାଇଡେଙ୍କୁ ଶୁଭେଚ୍ଛା ଜଣାଇ ହ୍ବାଇଟ୍ ହାଉସ୍ ଛାଡ଼ିଛନ୍ତି ଡୋନାଲ୍ଡ ଟ୍ରମ୍ପ। ତେବେ କରୋନା କାଳରେ ବି ଓ୍ବାଶିଂଟନ୍ରେ ଚାଲିଛି ଶପଥ ଗ୍ରହଣ ସାମରୋହ।
ଜଣେ ପରେ ଜଣେ ନେତା ଶପଥ ଗ୍ରହଣ କରୁଛନ୍ତି। ଏହାରି ଭିତରେ ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ। ତାଙ୍କ ପରେ ଶପଥ ନେଇଛନ୍ତି ଆମେରିକାର ୪୬ ତମ ରାଷ୍ଟ୍ରପତି ଜୋ ବାଇଡେନ୍।