Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସଚିନ୍ ପାଇଲଟ୍‌ଙ୍କ ଫୁସଫୁସରେ ସଂକ୍ରମଣ, ଆଜି ଆସିବ ଟେଷ୍ଟ ରିପୋର୍ଟ
  • ||
  • ବରିଷ୍ଠ ବିଜେପି ନେତାଙ୍କ ବିବାଦୀୟ ବୟାନ୍-‘ମୁସଲମାନ୍ ପ୍ରାର୍ଥୀଙ୍କୁ କେବେ ବି ଦେବୁନି ଟିକେଟ୍’
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୧୮ କରୋନା ସଂକ୍ରମିତ, ୩୧୮୭୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ଏହି ଅଭିନେତାଙ୍କ ବାପା ତାଙ୍କ ମାଆ ଏବଂ ଭଉଣୀକୁ ହତ୍ୟା କରି ନିଜେ କରିଥିଲେ ଆତ୍ମହତ୍ୟା : ଜାଣନ୍ତୁ କିଏ?

25/03/2019 at 6:01 PM

ମୁମ୍ବାଇ ୨୫/୩: ଫିଲ୍ମ ‘ବେଖୁଦୀ’ରୁ ନିଜର କ୍ୟାରିୟର ଆରମ୍ଭ କରିଥିବା କମଲ ସଦାନାଙ୍କୁ ଆପଣ ଭୁଲି ସାରିଥିବେ। କିନ୍ତୁ ଆଜି ଆମେ କମଲଙ୍କ ବିଷୟରେ ଏପରି କଥା ଜାଣିବା ଯାହା ଶୁଣି ଆପଣଙ୍କ ସ୍ମୃତି ପୁଣି ଥରେ ତାଜା ହୋଇଯିବ। କମଲଙ୍କ ଫିଲ୍ମ ‘ବେଖୁଦୀ’ ୧୯୯୨ମସିହାରେ ଆସିଥିଲା। ଏହି ଫିଲ୍ମରେ ତାଙ୍କ ସହ କାଜୋଲ୍ କାମ କରିଥିଲେ।


ଏବେ ତାଙ୍କୁ ୪୮ବର୍ଷ ପୂରି ସାରିଲାଣି। ସେ ଅନେକ ଦିନ ତଳୁ ଅଭିନୟ ଛାଡ଼ି ସାରିଲେଣି। କିଛି ଦିନ ତଳେ କମଲ ଏକ ସାକ୍ଷାତକାରରେ ନିଜର ପ୍ରଥମ ଫିଲ୍ମର କାହାଣୀ ସେୟାର କରିଥିଲେ। ଏହି ଫିଲ୍ବ ପରେ କମଲ ‘ରଙ୍ଗ’ ଫିଲ୍ମରେ କାମ କରିଥିଲେ।


ଏହି ଫିଲ୍ବଟି ବକ୍ସ ଅଫିସରେ ସୁପରହିଟ୍ ସାବ୍ୟସ୍ତ ହୋଇଥିଲା। ଏହି ଫିଲ୍ମରୁ ତାଙ୍କ କ୍ୟାରିୟର ଉଜ୍ଜ୍ବଳ ହୋଇଥିଲା କିନ୍ତୁ ପରେ ଫିଲ୍ମରୁ ତାଙ୍କର ଗ୍ରାଫ ତଳକୁ ଖସି ଯାଇଥିଲା। ଏହି କାରଣରୁ ସେ ନିଜକୁ ଏକ ଅଭିନେତା ଭାବେ ପ୍ରତିଷ୍ଠା କରିପାରିନଥିଲେ। କମଲଙ୍କ ବ୍ୟକ୍ତିଗତ ଜୀବନ ଅତ୍ୟନ୍ତ ଦୁଃଖଦାୟକ ଥିଲା। କମଲଙ୍କ ବିଂଶତମ ଜନ୍ମଦିନରେ ତାଙ୍କ ପିତା ବୃଜ ସଦାନା ତାଙ୍କ ମାଆ ଏବଂ ଭଉଣୀକୁ ଗୁଳି ମାରି ହତ୍ୟା କରିଥିଲେ।


କମଲ ସଦାନାଙ୍କ ମାଆ ସୟିଦା ଖାନ୍ ଏବଂ ବୃଜ ସଦାନାଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହେଉଥିଲ। କମଲଙ୍କ ସଦାନାଙ୍କ ଜନ୍ମଦିନରେ ମଧ୍ୟ ଏପରି ହୋଇଥିଲା। ଏଥିରେ ରାଗିଯାଇ ମଦ ନିଶାରେ ସେ ତାଙ୍କ ଲାଇସେନ୍ସପ୍ରାପ୍ତ ବନ୍ଧୁକ ଆଣି ତାଙ୍କ ସ୍ତ୍ରୀ ଏବଂ ଝିଅକୁ ଗୁଳି ମାରି ହତ୍ୟା କରିଥିଲେ। ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ବୃଜ ସଦାନାହ ନିଜକୁ ମଧ୍ୟ ଗୁଳି ଚଳାଇ ଆତ୍ମହତ୍ୟା କରିଥିଲେ।


ଏସବୁ କମଲଙ୍କ ଆଖି ଆଗରେ ଘଟିଥିଲା ଯେଉଁଥିପାଇଁ ସେ ଅତ୍ୟନ୍ତ ଭାଙ୍ଗିପଡ଼ିଥିଲେ। ଏହାପରେ କମଲଙ୍କୁ କାଉନସିଲିଂ କରାଯାଇଥିଲା। ଆଶ୍ଚର୍ଯ୍ୟର କଥା ଏହିକି ଯେ ସେ ଆଜିଯାଏଁ ଜାଣିନାହାନ୍ତି ଯେ ତାଙ୍କ ବାପା ଗୁଳି କାହିଁକି ଚଳାଇଥିଲେ। ଏକ ସାକ୍ଷାତକାରରେ କମଲ କହିଥିଲେ ଯେ ସୈଫ ଅଲ୍ଲୀ ଖାନ୍ ତାଙ୍କର ଜଣେ ଭଲ ବନ୍ଧୁ ଥିଲେ।


କମଲ ବର୍ତ୍ତମାନ ଫିଲ୍ମର ନିର୍ଦେଶନା କରୁଛନ୍ତି। ସେ ‘ରୋର’ ଫିଲ୍ମର ନିର୍ଦେଶନା କରିଛନ୍ତି। କମଲଙ୍କ କହିବାନୁସାରେ ସେ ଆକ୍ଟିଙ୍ଗ୍ ଛାଡ଼ି ଖୁସି ଅଛନ୍ତି।

   Related Posts