ଦୁଃଖଦ ଏହି ଅଭିନେତାଙ୍କ ଜୀବନ କାହାଣୀ, ତାଙ୍କ ଜନ୍ମ ଦିନରେ ମା ଓ ଭଉଣୀଙ୍କୁ ହତ୍ୟା କରି ଆତ୍ମହତ୍ୟା କରିଥିଲେ ପିତା

Published By : Prameya-News7 Bureau | October 21, 2019 IST

୯୦ ଦଶକର ଆଦ୍ୟ ଭାଗରେ ମୁକ୍ତିଲାଭ କରିଥିଲା ପ୍ରେମକାହାଣୀ ଆଧାରିତ ଏକ ବଲିଉଡ୍ ଫିଲ୍ମ। ଯେଉଁଥିରେ ଉଭୟ ନାୟକ ଓ ନାୟିକା ଥିଲେ ନବାଗତ। ତେବେ ଫିଲ୍ମରୁ ନାୟିକା କ୍ଲିକ୍ କରିଥିଲେ ହେଁ ନାୟକ କିନ୍ତୁ ଦୀର୍ଘ ବର୍ଷରେ ଲୋକଙ୍କ ମନରୁ ପୋଷୋର ଗଲେଣି। ଏହି ପୋଷୋରା ନାୟକ ହେଉଛନ୍ତି କମାଲ ସଦାନା। ୧୯୯୨ ମସିହାରେ କାଜୋଲଙ୍କ ସହ କମାଲଙ୍କ ପ୍ରଥମ ଫିଲ୍ମ 'ବେଖୁଦି' ମୁକ୍ତିଲାଭ କରିଥିଲା। ଫିଲ୍ମର କାହାଣୀ, ମ୍ୟୁଜିକ, ଷ୍ଟାରକାଷ୍ଟ ସବୁକିଛି ଠିକ୍ ଠାକ୍ ଥିଲା। ହେଲେ କାହିଁକି କେଜାଣି ଫିଲ୍ମଟି ହଲରେ ବେଶି ସମୟ ଚାଲି ପାରିନଥିଲା।

{"id":172978,"width":581,"height":386}

ଏହି ଫିଲ୍ମରେ କାଜୋଲ ତାଙ୍କର କ୍ୟାରିୟରର ଶୁଭାରମ୍ଭ କରିଥିଲେ। ପରେ କାଜୋଲଙ୍କର ସମାନ ଧରଣର ଫିଲ୍ମ 'ଦିଲୱାଲେ ଦୁଲ୍ହନିଆ ଲେ ଯାଏଁଗେ' ସୁପରଡୁପର ହିଟ୍ ହୋଇଥିଲା। ହେଲେ କମାଲ କିନ୍ତୁ ବଜାରରେ ଚାଲିପାରିନଥିଲେ। ବେଖୁଦି ପରେ କମାଲ ଆଉ ଗୋଟିଏ ବଲିଉଡ ଫିଲ୍ମ ଅଫର ପାଇଥିଲେ 'ରଙ୍ଗ'। ଏଥିରେ ତାଙ୍କର ଅଭିନୟ ଦର୍ଶକଙ୍କୁ ବେଶ୍ ଆକର୍ଶିତ କରିଥିଲା। ହେଲେ ପରେ ତାଙ୍କ କ୍ୟାରିୟର ଗ୍ରାଫ ନିମ୍ନଗାମୀ ହେବାରେ ଲାଗିଥିଲା। ଏଣୁ ତାଙ୍କୁ ଫିଲ୍ମରେ ନେବାକୁ ପ୍ରଯୋଜକ ରାଜି ହେଇନଥିଲେ। କେବଳ ଫିଲ୍ମ ନୁହେଁ କମାଲଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ସେହିପରି। ତାଙ୍କର ୨୦ତମ ଜନ୍ମ ଦିନରେ ତାଙ୍କ ମା ଓ ଭଉଣୀଙ୍କୁ ଗୁଳିକରି ପିତା ନିଜେ ଆତ୍ମହତ୍ୟା କରିଥିଲେ।

{"id":172980}

ତାଙ୍କ ଆଖି ଆଗରେ ଏତବଡ ଘଟଣା ଘଟିଯାଇଥିଲା ହେଲେ କମାଲ ଆଜି ବି ଜାଣିପାରିନାହାନ୍ତି ତାଙ୍କ ପିତା ବୃଜ ସଦାନା ଏପରି କାହିଁକି କଲେ। ଘଟଣାରେ କମାଲ ଗଭୀର ମର୍ମାହତ ହୋଇଥିଲେ। ଏଥିଲାଗି ତାଙ୍କୁ କାଉଁନସେଲିଂ କରିବାକୁ ପଡିଥିଲା। ପରେ ସ୍ୱଭାବିକ ହୋଇଥିଲେ ହେଁ ସେ ଆଗ୍ରହୀ ଥିବା ବିଷୟରେ କିନ୍ତୁ ସଫଳ ହୋଇ ପାରିନଥିଲେ। ଏଣୁ ରୂପେଲି ପରଦାରୁ କମାଲ ଦୂରେଇ ଯାଇଥିଲେ ହେଁ ପର୍ଦ୍ଦା ପଛରେ କିନ୍ତୁ ବେଶ ସଫଳତା ପାଇଛନ୍ତି। କେବେ କେବେ ସେ ତାଙ୍କ ପ୍ରଥମ ଫିଲ୍ମକୁ ମନେ ପକାନ୍ତି। ସ୍ମୃତିକୁ ସେୟାର ମଧ୍ୟ କରନ୍ତି। ହେଲେ ବିଫଳତା ଲାଗି କେବେ ଦୁଃଖବ୍ୟକ୍ତ କରିନାହାନ୍ତି। ତେବେ ଅଭିନୟରୁ ଦୂରରେ ନିର୍ଦ୍ଦେଶକ ଭାବେ ସେ ବେଶ ଖୁସ ଥିବା କହନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.