Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

କମଲନାଥଙ୍କ ବିରୋଧରେ ସିବିଆଇ ଯାଞ୍ଚ ଦାବି କଲେ ମଧ୍ୟପ୍ରଦେଶ ମନ୍ତ୍ରୀ : ରାଜୀବ ଗାନ୍ଧୀ ଫାଉଣ୍ଡେସନ୍ ସହ ଚାଇନା ଲିଙ୍କ୍ ନେଇ ଅଭିଯୋଗ

6/07/2020 at 12:55 PM

ଭୋପାଲ ୦୬/୦୭ : ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଚୀନ ସହିତ ସମ୍ପର୍କ ମାମଲାର ଯାଞ୍ଚ ପାଇଁ ଶିବରାଜ ସରକାରଙ୍କ ଜଣେ ମନ୍ତ୍ରୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପତ୍ର ଲେଖିଛନ୍ତି | ସେ ଏହି ମାମଲାର ସିବିଆଇ କରିବାକୁ ଦାବି କରିଛନ୍ତି | ତେବେ ଅମିତ ଶାହ ସିବିଆଇ ତଦନ୍ତ ପାଇଁ ନିର୍ଦେଶ ଦେବେ ନା ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି |

ଶିବରାଜ ସରକାରଙ୍କ କୃଷିମନ୍ତ୍ରୀ କମଲ ପଟେଲ ରାଜୀବ ଗାନ୍ଧୀ ଫାଉଣ୍ଡେସନ ଚୀନ ଠାରୁ ଚାନ୍ଦା ଆଦାୟ କରି ଆମଦାନୀରେ ରିହାତି କରିଥିବା ତତ୍କାଳୀନ ଵାଣିଜ୍ୟମନ୍ତ୍ରୀ କମଲନାଥଙ୍କ ଭୂମିକାକୁ ସନ୍ଦିଗ୍ଧ ଦର୍ଶାଇଛି ଏବଂ ଏହି ମାମଲାର ସିବିଆଇ ତଦନ୍ତ ଦାବି କରିଛି | ପତ୍ରରେ କମଲ ପଟେଲ କହିଛନ୍ତି ଯେ ଚୀନ ସହ ସୀମା ବିବାଦକୁ ନେଇ କଂଗ୍ରେସ ଲଗାତାର ବୟାନ ଦେଇଚାଲିଛି | ମିଡ଼ିଆରୁ ମିଳିଥିବା ସୂଚନା ଆଧାରରେ ଚୀନ ଏବଂ ତତ୍କାଳୀନ ୟୁପିଏ ସରକାରଙ୍କ ସମ୍ପର୍କକୁ ଅଣଦେଖା କରାଯାଇ ପାଇବନାହିଁ ବୋଲି କମଲ ପଟେଲ କହିଛନ୍ତି |

ରାଜୀବ ଗାନ୍ଧୀ ଫାଉଣ୍ଡେସନ ଦାନ ନାଁରେ ପିପୁଲ୍ସ ରିପବ୍ଲିକ ଚାଇନାର ଦୂତାବାସଙ୍କ ଠାରୁ କୋଟି କୋଟି ଟଙ୍କାର ଆର୍ଥିକ ସହାୟତା ମିଳିଛି | ଚୀନ ସହିତ ଜାରି ଥିବା ସୀମା ବିବାଦ ସମୟରେ ୟୁପିଏ ସରକାରଙ୍କ ଉଦାରତା ଏହି ଆର୍ଥିକ ସହାୟତାର କାରଣ ହୋଇଥାଇପାରେ ବୋଲି ସେ ସନ୍ଦେହ କରିଛନ୍ତି |

କମଲ ପଟେଲ ପତ୍ରରେ ଲେଖିଛନ୍ତି ଯେ କେବଳ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ନୁହେଁ ବରଂ ତତ୍କାଳୀନ ବାଣିଜ୍ୟ ମନ୍ତ୍ରୀ କମଲନାଥ ମଧ୍ୟ ଚୀନରୁ ଆମଦାନୀ ପାଇଁ ଅପ୍ରତ୍ୟାଶିତ ରିହାତି ଦେଇଥିଲେ | ସେ କହିଛନ୍ତି ଯେ ପାକିସ୍ତାନ ଉଚ୍ଚ ଆୟୁକ୍ତ ମାଧ୍ୟମରେ ଯଦି କୌଣସି ବ୍ୟକ୍ତି ବିଶେଷ ଅଥବା ସଂସ୍ଥାକୁ କୌଣସି ପ୍ରକାର ଆର୍ଥିକ ସହାୟତା ଦିଆଯାଏ ତାହେଲେ ସେ ଯେକୌଣସି ଆତଙ୍କବାଦୀ ଗତିବିଧି ସହିତ ସମ୍ପର୍କିତ ବୋଲି କୁହାଯାଇଥାଏ | ସେ କହିଛନ୍ତି ଯେ ଯେଉଁଭଳି ଭାବେ ଚୀନ ପାକିସ୍ତାନ ସହ ମିଶି ଭାରତ ସୀମା ଉପରେ କବଜା କରୁଛି, ଏହିଭଳି ସ୍ଥିତିରେ ଚୀନ ଠାରୁ ମିଳିଥିବା ଆର୍ଥିକ ସହାୟତାକୁ ମଧ୍ୟ ଅଣଦେଖା କରାଯାଇ ପାରିବନାହିଁ | ଚୀନ ଓ ପାକିସ୍ତାନର ସମ୍ପର୍କକୁ ସେ ସନ୍ଦେହ ଘେରରେ ରଖିଛନ୍ତି | ସେଥିପାଇଁ ସେ ୟୁପିଏ ସରକାର ସମୟରେ ଚୀନରୁ ମିଳିଥିବା ଆର୍ଥିକ ସହାୟତା ଏବଂ ଅନୁଚିତ ଲାଭ ତଥା ସମ୍ପତ୍ତିର ସିବିଆଇ ଯାଞ୍ଚ କରିବାକୁ ଦାବି କରିଛନ୍ତି |

   Related Posts