ଏହି ଟୁଇଟ୍‌କୁ ସମ୍ଭାଳି କି ରଖନ୍ତୁ: ଏମପି କଂଗ୍ରେସର ଭବିଷ୍ୟବାଣୀ- ଅଗଷ୍ଟ ୧୫ରେ ମୁଖ୍ୟମନ୍ତ୍ରୀ ଭାବେ ଧ୍ଵଜାରୋହଣ କରିବେ କମଲନାଥ

Published By : Prameya-News7 Bureau | March 21, 2020 IST

ଭୋପାଳ ୨୧।୦୩: ରାଜନୈତିକ ଘଟଣା କ୍ରମ ମଧ୍ୟରେ ମାର୍ଚ୍ଚ ୨୦ରେ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ କମଲ ନାଥ ଗୃହରେ ଶକ୍ତି ପରୀକ୍ଷା ପୂର୍ବରୁ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହା ସହିତ ୧୫ ମାସର କଂଗ୍ରେସ ଉପରେ ଯବନିକା ପଡିଛି। କଂଗ୍ରେସ ହାତରୁ ଭାରତର ହୃଦୟ କୁହାଯାଉଥିବା ମଧ୍ୟ ପ୍ରଦେଶ ଚାଲି ଯାଇଛି। ଏହା ପରେ ବି ଅନେକ କଂଗ୍ରେସ ନେତା ଆଶା ଛାଡି ନାହାନ୍ତି। ଏହା ମଧ୍ୟରେ ଏମପି କଂଗ୍ରେସ ଟୁଇଟ୍ କରି ଭବିଷ୍ୟବାଣୀ କରିଛି ଯେ, ଆସନ୍ତା ଅଗଷ୍ଟ ୧୫ରେ କମଲନାଥ ମୁଖ୍ୟମନ୍ତ୍ରୀ ଭାବେ ପତାକା ଉତ୍ତୋଳନ କରିବେ।

ରାଜ୍ୟପାଳ ଲାଲଜୀ ଟଣ୍ଡନକୁ କମଲ ନାଥ ନିଜର ଇସ୍ତଫା ପତ୍ର ଦେବାର କିଛି ଘଣ୍ଟା ପରେ ଏମପି କଂଗ୍ରେସ ନିଜର ଟୁଇଟର ହ୍ୟାଣ୍ଡେଲରେ ଟୁଇଟ୍ କରି ଲେଖିଛି ଯେ, ଏହି ଟୁଇଟକୁ ସମ୍ଭାଳି କି ରଖନ୍ତୁ। ୨୦୨୦ ଅଗଷ୍ଟ ୧୫ରେ କମଲନାଥ ଜୀ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ପତାକା ଉତ୍ତୋଳନ କରିବେ ଓ ପରେଡର ସଲାମୀ ନେବେ।

wp:core-embed/twitter {"url":"https://twitter.com/INCMP/status/1241019257837604864?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1241019257837604864\u0026ref_url=https%3A%2F%2Fwww.news18.com%2Fnews%2Fpolitics%2Fkamal-nath-will-hoist-flag-on-aug-15-mp-congress-lays-hope-on-upcoming-by-polls-for-return-to-power-2545453.html","type":"rich","providerNameSlug":"twitter","className":""}
https://twitter.com/INCMP/status/1241019257837604864?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1241019257837604864&ref_url=https%3A%2F%2Fwww.news18.com%2Fnews%2Fpolitics%2Fkamal-nath-will-hoist-flag-on-aug-15-mp-congress-lays-hope-on-upcoming-by-polls-for-return-to-power-2545453.html
/wp:core-embed/twitter

ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ହାତ ମିଳାଇବା ନେଇ ବିଜେପି ଉପରେ ହମଲା କରି ଏମପି କଂଗ୍ରେସ କହିଛି ଯେ, ଚକ୍ରାନ୍ତ କରି  ବିଧାୟକଙ୍କୁ ବନ୍ଦୀ କରି ମଧ୍ୟ ପ୍ରଦେଶର କଂଗ୍ରେସ ସରକାରକୁ ଭଙ୍ଗା ଯାଇଛି। ରାଜ୍ୟ ଜନତା ପାଞ୍ଚ ବର୍ଷ ଲାଗି କମଲନାଥ ସରକାରଙ୍କୁ ମତଦାନ କରିଥିଲେ। କମଲନାଥ କହିଛନ୍ତି ଯେ,  ଆଜି ସର୍ବଦା ଆସନ୍ତାକାଲିକୁ ଅନୁସରଣ କରିଥାଏ। ଆଗାମୀ ସମୟରେ ଏମିତି କିଛି ରୋଚକ ଘଟଣା ଘଟିବ ବୋଲି କମଲନାଥ ଇସାରା କରିଛନ୍ତି।

ରାଜ୍ୟରୁ ସରକାର ଭାଙ୍ଗିଯିବା ପଛର ସବୁଠୁ ବଡ କାରଣ କଂଗ୍ରେସର ବିଦ୍ରୋହୀ ୨୨  ବିଧାୟକ ରହିଛନ୍ତି, ଯାହାକୁ ମନାଇବାରେ କଂଗ୍ରେସ ବିଫଳ ହୋଇଥିଲା। ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପରେ ଏହି ୨୨ ବିଧାୟକ ନିଜ ପଦରୁ ଇସ୍ତଫା ଦେଇଥିଲେ। ଏଥିରୁ ୬ ଜଣ ମନ୍ତ୍ରୀ ମଧ୍ୟ ସାମିଲ।  ଏତେ ସଂଖ୍ୟକ ବିଧାୟକଙ୍କ ଇସ୍ତଫା ପରେ କମଲନାଥ ସରକାର ଭାଙ୍ଗିଥିଲା।

{"id":242020,"sizeSlug":"large"}

ଏବେ ରାଜ୍ୟରେ ମୋଟ୍ ୨୫ଟି ସିଟ୍ ଉପରେ ବିଧାନସଭା ଉପ ନିର୍ବାଚନ ହେବାକୁ ଯାଉଛି। ମଧ୍ୟ ପ୍ରଦେଶର ମୋଟ୍ ବିଧାୟକ ସଂଖ୍ୟା ହେଉଛି ୨୩୦। ପୂର୍ବରୁ ଦୁଇଟି ଆସନ ଖାଲି ରହିଥିଲା। ଏବେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମେତ ୨୩ ବିଧାୟକ ଇସ୍ତଫା ଦେଇ ସାରିଛନ୍ତି। ଫଳରେ ରାଜ୍ୟରେ ୨୫ଟି ଆସନରେ ଉପ ନିର୍ବାଚନ ହେବାକୁ ଯାଉଛି। କଂଗ୍ରେସ ଆଶା ରଖିଛି ଯେ, ଏଥିରୁ ୧୭ଟି ସିଟ୍ ଜିତିଲେ ଦଳ ପୁନର୍ବାର ମଧ୍ୟ ପ୍ରଦେଶ ଦଖଲ କରିବ।

ରାଜନୈତିକ ବିଶେଷଜ୍ଞଙ୍କ ଅନୁଯାୟୀ ସମଗ୍ର ଦେଶରେ କଂଗ୍ରେସରେ ବଡ ଧରଣର ଆଭ୍ୟନ୍ତରୀଣ କନ୍ଦଳ ରହିଛି। ତେଣୁ ରାଜ୍ୟ କଂଗ୍ରେସ ପାଇଁ ଉପ ନିର୍ବାଚନରେ ଅଧିକ ସିଟ୍ ଜିତିବା କଷ୍ଟକର  ବ୍ୟାପାର। କ୍ଷମତା ନେଇ ରାଜନୈତିକ ଟଣା ଓଟରା ପରେ ଏବେ ରାଜ୍ୟ ରାଜନୀତି କିଛିଟା ଶାନ୍ତ ପଡିଛି। ମଧ୍ୟପ୍ରଦେଶରେ କମଲନାଥ ସରକାର ଭଙ୍ଗ ହେବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ବିଧାନସଭା ପହଞ୍ଚି ବାଚସ୍ପତି ଏନପି ପ୍ରଜାପତିଙ୍କୁ ସୌହାର୍ଦ୍ଦ୍ୟପୂର୍ଣ୍ଣ ସାକ୍ଷାତ କରିବା ସହିତ ଆଲିଙ୍ଗନ ମଧ୍ୟ କରିଛନ୍ତି।

ରାଜନୀତିରେ ନିଜର ବିନମ୍ରତା ପାଇଁ ପରିଚିତ ଶିବରାଜ ସିଂହ ଚୌହାନ ଆଶ୍ଚର୍ଯ୍ୟଜନକ ଭାବେ କମଲନାଥଙ୍କୁ ସାକ୍ଷାତ କରିଥିଲେ। ଦୁଇ ନେତା ନିଜର ତିକ୍ତତାକୁ ଭୁଲି ପରସ୍ପର ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସାକ୍ଷାତ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.