Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

Lock down ରାଜନୀତି : କମଲ ନାଥ କହିଲେ ତଥାପି ବିଳମ୍ବ କରିଛନ୍ତି କେନ୍ଦ୍ର ସରକାର

12/04/2020 at 2:50 PM

ଭୋପାଲ ୧୨।୪: କେନ୍ଦ୍ର ସରକାରଙ୍କ ୨୧ ଦିନିଆ ଲକଡାଉନ୍‌କୁ ନେଇ ଜୋର ଧରିଲା ରାଜନୀତି। ପୂର୍ବତନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲ ନାଥ ନିଷ୍ପତ୍ତି ଲାଗୁ କରିବାରେ କେନ୍ଦ୍ର ସରକାର ବିଳମ୍ବ କରିଥିବା ରବିବାର ଏଠାରେ ଏକ ସମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି। ମଧ୍ୟପ୍ରଦେଶରେ ବିଜେପି ସରକାର ଗଠନରେ ଯେତିକି ବିଳମ୍ବ ହେଉଥିଲା ସରକାର ଲକଡାଉନ ଜାରି କରିବାରେ ସେତିକି ବିଳମ୍ବ କରିଥିଲେ ବୋଲି କହିଛନ୍ତି । ନଚେତ ଦେଶ ଏବେବି ସମ୍ପୂର୍ଣ୍ଣ କରୋନା ମୁକ୍ତ ଥାନ୍ତା ବୋଲି କହିଛନ୍ତି କମଲ ନାଥ।

ସେ କହିଛନ୍ତି ଯେ ମୁଁ ମାର୍ଚ୍ଚ ୨୦ ତାରିଖ ଦିନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲି। ତେବେ ମାର୍ଚ୍ଚ ୨୩ ତାରିଖରେ ଶିବରାଜ ସିଂ ଚୌହାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରିବା ପରେ କେନ୍ଦ୍ର ସରକାର ଲକଡାଉନ ଘୋଷଣା କରିଛନ୍ତି। ଏହା ପୂର୍ବରୁ ରାହୁଲ ଗାନ୍ଧି କରୋନା ମହାମାରୀରେ ଏବେଠୁ କାର୍ଯ୍ୟାନୁଷ୍ଠାନ ନ କଲେ ଆଗକୁ ପରିସ୍ଥିତି ଅନିୟନ୍ତ୍ରିତ ହୋଇପଡିବ ବୋଲି ଫେବୃଆରୀ ମାସରୁ ସତର୍କ କରାଇଥିଲେ। 

ତେବେ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ବେଳେ କରୋନା ସତର୍କତା ସ୍ୱରୂପ ଅନେକ କାର୍ଯ୍ୟାନୁଷ୍ଠାନ କରିଥିଲେ ବୋଲି କହିଛନ୍ତି କମଲ ନାଥ। ମାର୍ଚ୍ଚ ୮ ତାରିଖ ବେଳକୁ ରାଜ୍ୟର ସମସ୍ତ ବିଦ୍ୟାଳୟ ଛୁଟି ଘୋଷଣା ସହ ସମସ୍ତ ମଲ, ସିନେମା ହଲ ବନ୍ଦ ଲାଗି ସରକାର ନିର୍ଦ୍ଦେଶ ଦେଇ ସାରିଥିଲେ।  ଏପରିକି ମଧ୍ୟପ୍ରଦେଶ ବିଧାନସଭାକୁ ବାଚସ୍ପତି କୋଭିଡ-୧୯ ମହାମାରୀ ଲାଗି ମୁଲତବି ମଧ୍ୟ କରିଥିଲେ। ପରେ ପରେ ସାରା ଦେଶରେ କୋଭିଡ-୧୯ ଲକଡାଉନ୍ ଘୋଷଣା ହୋଇଥିଲା। ହେଲେ ରାଜ୍ୟରେ ନୂଆ ସରକାର ପରିସ୍ଥିତିର ଯେପରି ମୁକାବିଲା କରିବା କଥା ତାହା ଏବେ କରିବାରେ ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି।

ମଧ୍ୟପ୍ରଦେଶ ସୀମାକୁ ଲାଗି ୫ଟି ରାଜ୍ୟ ଥିବା ବେଳେ ସେହି ସବୁ ରାଜ୍ୟରେ ବସବାସ କରୁଥିବା ମଧ୍ୟପ୍ରଦେଶର ଲୋକେ ଲକଡାଉନ ପରେ ରାଜ୍ୟକୁ ଫେରି ଆସିଛନ୍ତି। ସେମାନଙ୍କର ସଠିକ ଯାଞ୍ଚ ହୋଇନଥିବା ବେଳେ ସେମାନେ ରାଜ୍ୟ ମୋଟ ଜନସଂଖ୍ୟାର ୨୫ରୁ ୩୦ ପ୍ରତିଶତ ହେବେ ବୋଲି ଆଶଙ୍କା କରିଛନ୍ତି। ଯାହା ଏବେ ରାଜ୍ୟ ଲାଗି କରୋନା ମୁକାବିଲାରେ ସବୁଠୁ ବଡ ଚାଲେଞ୍ଜ ପାଲଟିବ ବୋଲି କହିଛନ୍ତି କମଲନାଥ।

   Related Posts