କମଲ ନାଥଙ୍କ ପ୍ରଶ୍ନ,ସୋସିଆଲ ଡିଷ୍ଟାନସିଂରୁ କ’ଣ ବିଜେପି ବାଦ?

Published By : Prameya-News7 Bureau | May 24, 2020 IST

ଭୋପାଲ ୨୪।୫: ବିବାହ ଉତ୍ସବ ହେଉ କି ଜନ୍ମଦିନ ପାର୍ଟି ଏପରିକି ଦଳୀୟ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ବିଜେପି ନେତାଙ୍କ ଲାଗି କରୋନା ଲକଡାଉନ୍ର ନିୟମ ବୋଲି  କିଛି ନାହିଁ। ସେମାନେ ସରକାରୀ ଦଳର ଏଣୁ ସେମାନଙ୍କ ଇଛାରେ ସେମାନେ ଯାହା କରିପାରିବେ। ହେଲେ ସାଧାରଣ ଲୋକେ ଏ ସବୁ ମାନିବାକୁ ବାଧ୍ୟ। ବିଜେପିରେ ମଧ୍ୟପ୍ରଦେଶ କଂଗ୍ରେସର ଶତାଧିକ କର୍ମୀ ଯୋଗଦାନ କରିଛନ୍ତି। ସାରା ଦେଶରେ ଲକଡାଉନ ଥାଇବି ବିଜେପି ଏଥିଲାଗି ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଯେଉଁଠି ସାମାଜିକ ଦୂରତ୍ୱର ଚିହ୍ନବର୍ଣ୍ଣ ବି ନଥଲା।     

{"id":275187,"sizeSlug":"large"}

ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନିକଟତମ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଭୁରାମ ଚୌଧୁରୀଙ୍କ ରେୟସେନ ସମର୍ଥକମାନେ ଶନିବାର ମଧ୍ୟପ୍ରଦେଶ ବିଜେପିରେ ଯୋଗଦାନ କରିଛନ୍ତି। ଏଥିପାଇଁ ଭୋପାଲସ୍ଥିତ  ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସମାରୋହରେ କରୋନାରେ ସୋସିଆଲ ଡିଷ୍ଟାନସିଂର ସମସ୍ତ ନୀତିନିୟମ ଭାଙ୍ଗିଥିଲା। ଯାହାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲ ନାଥ ଏବେ ପ୍ରଶ୍ନ ଉଠାଇଛନ୍ତି। 

wp:html /wp:html

ଏ ନେଇ କମଲ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଏକ ପୋଷ୍ଟ କରିଛନ୍ତି। ଯେଉଁଥିରେ ତୃତୀୟ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ଶିବରାଜଙ୍କୁ ଶନିବାର ପ୍ରବାସୀ ଶ୍ରମିକଙ୍କୁ କଡା ଚେତାବନୀ କଥା ମନେ ପକାଇ ଦେଇଛନ୍ତି। ସରକାରଙ୍କ ଆଇନ ସମସ୍ତଙ୍କ ପାଇଁ ନା କେବଳ ଗରିବ, ଶ୍ରମିକ ଓ ସାଧାରଣ ଜନତାଙ୍କ ଲାଗି ବୋଲି ପ୍ରଶ୍ନ କରିଛନ୍ତି କମଲ। ଯଦି ସମସ୍ତଙ୍କ ପାଇଁ ତେବେ ବିଜେପି କାର୍ଯ୍ୟାଳୟରେ କଂଗ୍ରେସ ନେତାଙ୍କ ଯୋଗଦାନ ବେଳେ ନିୟମ କାହିଁକି ପାଳନ ହୋଇନଥିଲା ବୋଲି କମଲ ପଚାରିଛନ୍ତି ।

{"id":275185,"width":589,"height":407,"sizeSlug":"large"}

ସେହିପରି ଆଉ ଏକ ଟ୍ୱିଟ୍‌ରେ କମଲ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏ ନେଇ ପ୍ରଶ୍ନ କରିଥିବାର ଦେଖାଯାଇଛି। ତାଙ୍କ ସରକାର ଲାଗୁ  କରୁଥିବା ନିୟମ ତାଙ୍କ ଦଳର ନେତା ଓ ସରକାରଙ୍କ ପାଇଁ ଲାଗୁ କି ନା ସେ ନେଇ ପ୍ରଶ୍ନ କରିଛନ୍ତି। ଲଗାତାର ଲକଡାଉନରେ ସାରା ଦେଶ ଦୋହଲି ଯାଇଛି। ହେଲେ ଏହି ସମୟରେ ବିଜେପି ନେତା ଓ କର୍ମୀମାନେ ବେଶ ମଉଜ ମଜଲିସ୍ କରିଥିବାର ଦେଖାଯାଇଛି। ଏଥିପ୍ରତି ଶାସନ ଓ ପ୍ରଶାସନ ସମସ୍ତେ ଆଖିବୁଜିଦେଇଛନ୍ତି। ଏଥିରେ ବିଜେପି ନେତାଙ୍କ ଘରେ ବିବାହଉତ୍ସବ ଓ ଜନ୍ମଦିନ ପାର୍ଟି ବି ଧୁମଧାମରେ ପାଳିତ ହୋଇଥିବା କମଲନାଥ ଅଭିଯୋଗ କରିଛନ୍ତି।

{"id":275186,"width":590,"height":363,"sizeSlug":"large"}

ତେବେ ଉପୁଜିଥିବା ପରିସ୍ଥିତିରେ ବହୁଜନ ସମାଜପାର୍ଟି ନେତ୍ରୀ ମାୟାବତୀ ମଧ୍ୟପ୍ରଦେଶ ବିଧାନସଭା ଉପନିର୍ବାଚନ ଏକାକୀ ଲଢିବ ବୋଲି ଘୋଷଣା କରିଥିବା ବେଳେ ସମସ୍ତ ଆସନରେ ପ୍ରାର୍ଥୀ ଦେବେ ବୋଲି କହିଛନ୍ତି। ଯାହା ଏବେ ରାଜ୍ୟରେ ଉଭୟ ବିଜେପି ଓ କଂଗ୍ରେସକୁ ଚିନ୍ତାରେ ପକାଇଦେଇଛି। ଲକଡାଉନ ସତ୍ତ୍ୱେ ବିଜେପି କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିବାକୁ କର୍ମକର୍ତ୍ତାଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ କଂଗ୍ରେସ ମଧ୍ୟ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.