ସଞ୍ଜୟ ଗାନ୍ଧିଙ୍କ ସହ ଜେଲରେ ରହିବା ଲାଗି ଜଜ୍ ଙ୍କ ସହ ଜାଣିଶୁଣି ଝଗଡା କରିଥିଲେ କମଲନାଥ

Published By : Prameya-News7 Bureau | November 18, 2019 IST

ଭୋପାଲ : ବରିଷ୍ଠ କଂଗ୍ରେସ ନେତା କମଲନାଥଙ୍କର ସୋମବାର ଥିଲା ଜନ୍ମଦିନ।  ୭୩ ବର୍ଷ ବୟରେ ପଦାର୍ପଣ କରିଛନ୍ତି କମଲନାଥ। ୧୮ ନଭେମ୍ବର ୧୯୪୬ରେ କାନପୁରର ଏକ ବ୍ୟବସାୟୀ ପରିବାରରେ ଜନ୍ମିତ କମଲନାଥ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ କନିଷ୍ଠ ପୁତ୍ର ସଞ୍ଜୟ ଗାନ୍ଧିଙ୍କ ସ୍କୁଲ ଦିନର ସାଙ୍ଗ ଥିଲେ। ସଞ୍ଜୟ ଓ କମଲଙ୍କ ବନ୍ଧୁତ୍ୱର ଏକ ମଜାଦାର କାହାଣୀ ରହିଛି। ପ୍ରାୟ କଂଗ୍ରେସ ନେତା ଏ କଥା ଜାଣନ୍ତି। ସଞ୍ଜୟଙ୍କ ଲାଗି କମଲ ୭ ଦିନ ତିହାର ଜେଲରେ କଟାଇଥିଲେ।

{"id":186055,"width":576,"height":375,"sizeSlug":"large"}

ଦେଶରେ ଜରୁରୀ ପରିସ୍ଥିତି ପରେ ୧୯୭୯ରେ କେନ୍ଦ୍ରରେ ଜନତାଦଳ ସରକାରରେ ଥାଏ। ଏକ ମାମଲାରେ ସଞ୍ଜୟ ଗାନ୍ଧିଙ୍କୁ ଗିରଫ କରାଯିବା ପରେ ଜେଲକୁ ପଠାଇ ଦିଆଯାଇଥିଲା। ତେବେ ଜେଲରେ ସଞ୍ଜୟଙ୍କ ସୁରକ୍ଷା ନେଇ ଇନ୍ଦିରାଙ୍କ ଉଦବେଗ ଖୁବ ବଢିଯାଇଥିଲା। ତେବେ ଇନ୍ଦିରା ତାଙ୍କ ଉଦବେଗ କାହାକୁ ଜଣାଇ ଦେଉନଥିଲେ ହେଁ ସଞ୍ଜୟଙ୍କ ବାଲ୍ୟ ବନ୍ଧୁ କମଲକିନ୍ତୁ  ଠିକ୍ ଅନୁମାନ କରିପାରିଥିଲେ। ଏଣୁ ସଞ୍ଜୟଙ୍କ ସହ ଜେଲରେ ରହିବା ଲାଗି ଉପାୟ ପାଞ୍ଚିଥିଲେ କମଲ। କୋର୍ଟକୁ ଯାଇ ଜନୈକ ଜଜ୍ ଙ୍କ ସହ ବିନା କାରଣରେ ଝଗଡା କରିଥିଲେ। ଫଳରେ କୋର୍ଟ ତୁରନ୍ତ କମଲଙ୍କୁ ଗିରଫ କରିବା ଲାଗି ପୋଲିସକୁ ନିର୍ଦ୍ଦେଶ ଦେବା ସହ ଅଦାଲତ ଅବମାନନା ଅଭିଯୋଗରେ ୭ ଦିନ ତିହାର ଜେଲକୁ ପଠାଇ ଦେଇଥିଲେ।

{"id":186056,"sizeSlug":"large"}

ସଞ୍ଜୟଙ୍କୁ ଜାମିନ ମିଳିବା ପର୍ଯ୍ୟନ୍ତ ସେ ତାଙ୍କ ସହ ଜେଲରେ କଟାଇଥିଲେ। କମଲ ନାଥ କଂଗ୍ରେସର ବରିଷ୍ଟ ନେତ୍ରୀ ଇନ୍ଦିରା ଗାନ୍ଧି, ସଞ୍ଜୟ ଓ ରାଜୀବ ଗାନ୍ଧି, ସୋନିଆ ଗାନ୍ଧି ଓ ଏବେ ରାହୁଲ ଗାନ୍ଧିଙ୍କ ସହ ଛାଇପରି ରାଜନୀତିରେ ଅଛନ୍ତି। କଂଗ୍ରେସର ଅଗ୍ରଗଣ୍ୟ ନେତାଙ୍କ ମଧ୍ୟରେ ଅନ୍ୟତମ କମଲ ନାଥ ମଧ୍ୟପ୍ରଦେଶର ଛିନ୍ଦୱାଡା ଲୋକସଭା ଆସନରୁ ଲଗାତାର ୯ ଥର ସାଂସଦ ନିର୍ବାଚିତ ହୋଇଥିବା ବେଳେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ସମେତ କଂଗ୍ରେସର ଅନେକ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହିଛନ୍ତି।

{"id":186058,"width":578,"height":541,"sizeSlug":"large"}

କମଲ ନାଥଙ୍କ ପରିବାର ଦେଶର ଅନ୍ୟତମ କର୍ପୋରେଟ୍ ଫ୍ୟାମିଲି ଭାବେ ଜଣାଶୁଣା। ଦେଶର ୨୩ଟି ପ୍ରମୁଖ କମ୍ପାନୀର ମାଲିକାନା କମଲନାଥଙ୍କ ପରିବାର ସଦସ୍ୟଙ୍କ ନାମରେ ରହିଛି। ଦେଶର ବଡ ବ୍ୟବସାୟୀଙ୍କ ପରିବାର ସହ କମଲନାଥଙ୍କ ପରିବାରର ସୁ ସମ୍ପର୍କ ରହିଛି। ତେବେ ବ୍ୟବସାୟ ସହ କମଲନାଥଙ୍କର କୌଣସି ସମ୍ପର୍କ ନାହିଁ। ହେଲେ ଏହି ସବୁ ବ୍ୟବସାୟ ଯୋଗୁ କମଲନାଥଙ୍କ ପରିବାର ଏବେ କୋଟି କୋଟି ଟଙ୍କାର ମାଲିକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.