Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଏବେ କେମିତି ବଞ୍ଚିବ କମଲନାଥ ସରକାର, କଣ କାଲି ହାତରୁ ଖସି ଯିବ ମଧ୍ୟ ପ୍ରଦେଶ ?

19/03/2020 at 10:12 PM

ନୂଆଦିଲ୍ଲୀ ୧୯।୦୩: ମଧ୍ୟ ପ୍ରଦେଶରେ ଗତ କିଛି ଦିନ ହେବ ରାଜନୈତିକ ଘଟଣାକ୍ରମରେ ଅନେକ ମୋଡ୍ ଆସିଛି। କ୍ଷମତା ପାଇଁ ଚାଲିଥିବା ରାଜନୈତିକ ସଂଗ୍ରାମ ମଧ୍ୟରେ ସୁପ୍ରିମକୋର୍ଟ ମଧ୍ୟ ପ୍ରଦେଶର କମଲନାଥ ସରକାରଙ୍କୁ ବିଧାନସଭାରେ ଶୁକ୍ରବାର ୫ଟା ସୁଦ୍ଧା ବହୁମତ ପରୀକ୍ଷଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ କମଲନାଥଙ୍କୁ ଚିନ୍ତାରେ ପକାଇଛି।

ସୁପ୍ରିମକୋର୍ଟ ନିଜର ଆଦେଶରେ କହିଛନ୍ତି ଯେ, ବିଧାନସଭାର ଅଧିବେଶନର ଏକ ମାତ୍ର ଏଜେଣ୍ଡା ବହୁମତ ପରୀକ୍ଷଣ ଉପରେ ରହିବ। ଆସ୍ଥା ଭୋଟର ସିଧା ପ୍ରସାରଣ ମଧ୍ୟ କରାଯିବ। ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଗୋଟିଏ ପଟେ ବିଜେପି ନେତାଙ୍କ ମଧ୍ୟରେ ଖୁସିର  ଝଲକ ଦେଖିବାକୁ ମିଳିଥିବା ବେଳେ ଅନ୍ୟପଟେ କଂଗ୍ରେସ ଶିବିରରେ ଚିନ୍ତାର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଛି।

କଂଗ୍ରେସ ପାଇଁ ସବୁଠୁ ବଡ ଚିନ୍ତାର କାରଣ ତାର ବିଦ୍ରୋହୀ ବିଧାୟକ। କାରଣ ବିଦ୍ରୋହୀ ବିଧାୟକଙ୍କ ସଂଖ୍ୟା ୧ କି ୨ ନୁହଁ ୨୨। ଏଥିରୁ ୬ ଜଣଙ୍କ ଇସ୍ତଫା ମଞ୍ଜୁର ହୋଇ ସାରିଥିବା ବେଲେ ବାକି ୧୬ ଜଣ ଏବେ ମଧ୍ୟ ବେଙ୍ଗାଲୁରୁରେ ଅଛନ୍ତି।

ଏହା ବ୍ୟତୀତ କଂଗ୍ରେସର ମୁସ୍କିଲ ଏହା ଯେ, ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯଦି ବେଙ୍ଗାଲୁରୁରେ ଥିବା ବିଦ୍ରୋହୀ ବିଧାୟକ ଆସିବାକୁ ଚାହିଁବେ ତେବେ କର୍ଣ୍ଣାଟକ ଓ ମଧ୍ୟ ପ୍ରଦେଶ ପୋଲିସ ସେମାନଙ୍କୁ ସୁରକ୍ଷା ଦେବେ। କୋର୍ଟ ଏହା ମଧ୍ୟ କହିଛନ୍ତି, ସେମାନେ ଆସିଲେ ମଧ୍ୟ ଗୃହରେ ଉପସ୍ଥିତ ରହିବାକୁ ତାଙ୍କ ଉପରେ କେହି ଚାପ ପକାଇ ପାରିବେ ନାହିଁ।

ଫଳରେ ଏବେ କଂଗ୍ରେସ ସରକାରର ସ୍ଥିତି ଆହୁରି ଟଳମଳ ହୋଇ ଉଠିଛି। ଅନ୍ୟପଟେ ଶିବରାଜ ସିଂହ ଚୌହାନ ଆସନ୍ତାକାଲି କଂଗ୍ରେସ ସରକାର ଭାଙ୍ଗିବା ନେଇ ଆଶ୍ଵସ୍ତି ଅଛନ୍ତି। ସାଂପ୍ରତିକ ସ୍ଥିତି ଉପରେ ନଜର ପକାଇଲେ ସରକାରକୁ ବଞ୍ଚାଇବା କମଲନାଥଙ୍କ ଲାଗି ମୁସ୍କିଲ ଲାଗୁଛି।

ସଂଖ୍ୟା ଗଣିତରେ ପଛେଇ ଯାଇଛି କଂଗ୍ରେସ

ମଧ୍ୟ ପ୍ରଦେଶ ବିଧାନସଭାର ମୋଟ୍ ବିଧାୟକ ସଂଖ୍ୟା ୨୩୦। ଏଥିରୁ ଦୁଇଟି ସିଟ୍ ସଂପ୍ରତି ଖାଲି ରହିଛି। ଏହା ବ୍ୟତୀତ ୨୨ ବିଧାୟକ ନିଜ ପଦରୁ ଇସ୍ତଫା ଦେଇ ସାରିଛନ୍ତି। ଏଥିରୁ ୬ ଜଣ ବିଧାୟକଙ୍କ ଇସ୍ତଫାକୁ ବାଚସ୍ପତି ମଞ୍ଜୁର କରି ସାରିଛନ୍ତି। ବାକି ୧୬ ବିଧାୟକଙ୍କ ବିଧାନସଭା ଆସିବା ବାଧ୍ୟତାକୁ ସୁପ୍ରିମକୋର୍ଟ ହଟାଇ ଦେଇଛନ୍ତି।

ଏହି ପରି ବର୍ତ୍ତମାନ ବିଧାନସଭାରେ ମୋଟ୍ ବିଧାୟକଙ୍କ ସଂଖ୍ୟା ହ୍ରାସ ହୋଇ ୨୦୬ ରହିଛି। ଏହି ପରି କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ହାସଲ ଲାଗି ୧୦୪ ବିଧାୟକଙ୍କ ସମର୍ଥନର ଆବଶ୍ୟକତା ରହିଛି। ଏହି ସଂଖ୍ୟା କଂଗ୍ରେସ ପାଇଁ ଚିନ୍ତାର କାରଣ ପାଲଟିଛି।

ସଂପ୍ରତି କଂଗ୍ରେସ ପାଖରେ ୯୨ ବିଧାୟକ ଅଛନ୍ତି। ଏହା ବ୍ୟତୀତ ଦୁଇ ଜଣ ବିଏସପି, ଜଣେ ଏସପି ଓ ୪ ନିର୍ଦ୍ଦଳୀୟ ବିଧାୟକଙ୍କ ସମର୍ଥନ ରହିଛି। ଏହି ପରି କମଲନାଥ ପାଖରେ ଏସବୁକୁ ମିଶାଇ ୯୯ ବିଧାୟକଙ୍କ ସମର୍ଥନ ରହିଛି। ମ୍ୟାଜିକ୍ ନମ୍ବରଠୁ କଂଗ୍ରେସ ପାଖରେ ୫ ବିଧାୟକ କମ ଅଛନ୍ତି। ଅନ୍ୟପଟେ ବିଜେପି ପାଖରେ ୧୦୭ ବିଧାୟକ ଅଛନ୍ତି।

ଯଦି ଧରାଯାଏ, ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ଆଭିମୁଖ୍ୟ ଏମିତି ରହେ ଏବଂ ରାତାରାତି ବିଜେପି ଦଳରେ କୌଣସି ବଡ ଫାଟ ନହୁଏ ତେବେ ଆସନ୍ତାକାଲି କମଲନାଥ ସରକାର ବହୁମତ ପରୀକ୍ଷଣରେ ପାସ୍ କରିବା ମୁସ୍କିଲ ହେବ। ଏହା ସହିତ ମଧ୍ୟ ପ୍ରଦେଶରୁ କମଲନାଥ ସରକାର ବିଦା ହୋଇପାରେ।

ଏମିତି ହେଲେ ବଞ୍ଚିଯିବ କମଲନାଥ ସରକାର

ଯଦି କଂଗ୍ରେସ ମଧ୍ୟ ପ୍ରଦେଶ ପରି ବଡ ହିନ୍ଦୀ ଭାଷୀ ରାଜ୍ୟରେ ନିଜର କ୍ଷମତାକୁ ବଜାୟ ରଖିବାକୁ ଚାହେଁ ତେବେ ଏହାକୁ ଘୋଡା ବେପାର କରିବାକୁ ପଡିବ। ତାକୁ ମଧ୍ୟ ସେହି କାମ କରିବାକୁ ପଡିବ ଯେଉଁ ଆରୋପ ସେ ବିଜେପି ଉପରେ ଲଗାଉଛି। କଂଗ୍ରେସକୁ ବିଜେପି ବିଧାୟକଙ୍କୁ ଭାଙ୍ଗିବାକୁ ପଡିବ।

ଯଦି ବହୁମତ ପରୀକ୍ଷଣ ସମୟରେ ବିଜେପିର କିଛି ବିଧାୟକ ଉପସ୍ଥିତ ନରୁହନ୍ତି ତେବେ କମଲନାଥ ସରକାର ଭାଙ୍ଗିବାରୁ ବଞ୍ଚି ଯାଇପାରେ। କିନ୍ତୁ ଏହା କଂଗ୍ରେସ ପକ୍ଷ କଷ୍ଟସାଧ୍ୟ ଲାଗୁଛି।

   Related Posts