ମଧ୍ୟ ପ୍ରଦେଶ ସଙ୍କଟରେ ଟୁଇଷ୍ଟ, ବିଧାୟକଙ୍କୁ ଧୋକାରେ ଦସ୍ତଖତ କରାଇଛନ୍ତି ସିନ୍ଧିଆ !

Published By : Prameya-News7 Bureau | March 10, 2020 IST

ଭୋପାଳ ୧୦।୦୩: ମଧ୍ୟ ପ୍ରଦେଶର ରାଜନୀତିରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଚାଲ ସାମ୍ନାରେ ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ନାହାନ୍ତି କମଲନାଥ। ମଙ୍ଗଳବାର ସନ୍ଧ୍ୟାରେ ଭୋପାଳରେ ଦୁଇଟି ବଡ ଘଟଣା ଘଟିଛି। ପ୍ରଥମେ ମଧ୍ୟ ପ୍ରଦେଶର ବିରୋଧୀ ଦଳ ନେତା ଗୋପାଳ ଭାର୍ଗବ ଓ ନରୋତ୍ତମ ମିଶ୍ର ବିଧାନସଭା ସଭାପତି ଏନପି ପ୍ରଜାପତିଙ୍କ ବାସଭବନ ପହଞ୍ଚିଥିଲେ। କଂଗ୍ରେସରୁ ଇସ୍ତଫା ଦେଇଥିବା ୧୯ ବିଧାୟକଙ୍କ ତାଲିକା ବାଚସ୍ପତିଙ୍କୁ ପ୍ରଦାନ କରିଥିଲେ। ଏହା ପରେ କମଲନାଥ ସରକାର ତୁରନ୍ତ ବିଧାୟକଙ୍କ ବୈଠକ ଡକାଇଛନ୍ତି।

ବୈଠକ ପରେ କଂଗ୍ରେସ ନେତା ପିସି ଶର୍ମା ଓ ଶୋଭା ଓଝା ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ, କମଲନାଥ ସରକାରଙ୍କ ପାଖରେ ବହୁମତ ରହିଛି। ସୂତ୍ର ମୁତାବକ, କମଲନାଥ ଅସନ୍ତୁଷ୍ଟ ବିଧାୟକଙ୍କୁ ମନାଇବାକୁ ଚେଷ୍ଟା କରିବେ। କର୍ଣ୍ଣାଟକରେ ଥିବା ଅସନ୍ତୁଷ୍ଟ ବିଧାୟକଙ୍କୁ ମନାଇବା ଲାଗି କମଲନାଥ ସଜ୍ଜନ ସିଂହ ବର୍ମା ସମେତ ତିନି ମନ୍ତ୍ରୀଙ୍କୁ କର୍ଣ୍ଣାଟକ ପଠାଇବେ। ପିସି ଶର୍ମା ସାମ୍ବାଦିକଙ୍କ ସହ ଆଲୋଚନା ବେଳେ କହିଛନ୍ତି ଯେ, କଂଗ୍ରେସ ବିଧାୟକଙ୍କୁ ବିଭ୍ରାନ୍ତ କରାଯାଇଛି। ବାଚସ୍ପତିଙ୍କୁ ଯେଉଁ ଇସ୍ତଫା ପତ୍ର ଦିଆଯାଇଛି, ସେସବୁ ଚାପ ପକାଇ ବିଧାୟକଙ୍କଠୁ ଦସ୍ତଖତ ନିଆଯାଇଛି।

wp:core-embed/twitter {"url":"https://twitter.com/ANI/status/1237389621303988227?ref_src=twsrc%5Etfw%7Ctwcamp%5Etweetembed\u0026ref_url=https%3A%2F%2Fnavbharattimes.indiatimes.com%2Fstate%2Fmadhya-pradesh%2Fbhopal%2Findore%2Fmp-kamal-nath-camp-claims-we-still-have-a-majority%2Farticleshow%2F74565769.cms","type":"rich","providerNameSlug":"twitter","className":""}
https://twitter.com/ANI/status/1237389621303988227?ref_src=twsrc%5Etfw%7Ctwcamp%5Etweetembed&ref_url=https%3A%2F%2Fnavbharattimes.indiatimes.com%2Fstate%2Fmadhya-pradesh%2Fbhopal%2Findore%2Fmp-kamal-nath-camp-claims-we-still-have-a-majority%2Farticleshow%2F74565769.cms
/wp:core-embed/twitter

ଶୋଭା ଝା କହିଛନ୍ତି ଯେ,  ବିଧାୟକଙ୍କୁ କୁହାଯାଇଥିଲା ଯେ, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ରାଜ୍ୟସଭା ନିର୍ବାଚନରେ ଟିକେଟ୍ ଦିଆଯିବ, ଏଥିପାଇଁ ଆପଣମାନେ ଦସ୍ତଖତ କରନ୍ତୁ। ଏହି ବାହାନାରେ କରାଯାଇଥିବା ହସ୍ତାକ୍ଷର କାଗଜକୁ ବିଧାୟକଙ୍କ ଇସ୍ତଫା ଭାବେ ଉପସ୍ଥାପନ କରାଯାଉଛି।

ଶୋଭା ଝା ଦମ୍ଭୋକ୍ତି ପ୍ରକାଶ କରି କହିଛନ୍ତି ଯେ, କମଲନାଥ ସରକାର ସଂପୂର୍ଣ୍ଣ ଭାବେ ସୁରକ୍ଷିତ। ବିଧାନସଭାରେ ଆସ୍ଥା ଭୋଟ୍ ସମୟରେ  କଂଗ୍ରେସ ବିଧାୟକ କମଲନାଥ ସରକାର ସମର୍ଥନରେ ଭୋଟ୍ ଦେବେ। ଏହି ବୈଠକରେ ଯୋଗ ଦେଇ ବାହାରକୁ ଆସିଥିବା ବିଧାୟକ କହିଛନ୍ତି ଯେ, କମଲନାଥଙ୍କ ପକ୍ଷରୁ ଡକାଯାଇଥିବା ବୈଠକରେ ୯୪ ରୁ ଅଧିକ ବିଧାୟକ  ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ସମସ୍ତ ବିଧାୟକଙ୍କୁ ନିର୍ଭୀକ ରୁହନ୍ତୁ ଏବଂ ବିଧାନସଭାର ଆସ୍ଥା ଭୋଟ୍ ସମୟରେ ଏକଜୁଟ୍ ହୋଇ ଭୋଟ୍ ଦେବାକୁ କହିଛନ୍ତି। କମଲନାଥ ସ୍ପଷ୍ଟ କରିଛନ୍ତି ଯେ, କଂଗ୍ରେସ ବିଧାୟକଙ୍କୁ କେଉଁଠି ବି ଏକତ୍ର କରି ରଖାଯିବ ନାହିଁ। ଶୋଭା ଝା  କହିଛନ୍ତି ଯେ ପର୍ଯ୍ୟନ୍ତ କୌଣସି ବିଧାୟକ ନିଜର ଇସ୍ତଫା ପତ୍ର ଲେଖି ବାଚସ୍ପତିଙ୍କ ନ ଦେଇଛନ୍ତି ସେ ପର୍ଯ୍ୟନ୍ତ ଏହାକୁ ଗ୍ରହଣ କରାଯିବ ନାହିଁ। ୧୯ ବିଧାୟକଙ୍କ ଇସ୍ତଫା ପତ୍ର ମିଳିବା ପରେ ବିଧାନସଭା ବାଚସ୍ପତି ଏନପି ପ୍ରଜାପିତା ବିଧାନସଭାର ନିୟମ ଅନୁକୂଳ କୌଣସି ନିଷ୍ପତ୍ତି ନେବେ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.