ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ତାମିଲ ସୁପରଷ୍ଟାର କମଲ୍‌ ହାସନ୍‌

Published By : Prameya-News7 Bureau | November 18, 2019 IST

ଭୁବନେଶ୍ୱର ୧୮।୧୧ - ତାମିଲ ନାଡୁର ଲୋକ ପ୍ରିୟ ଅଭିନେତା ତଥା ସୁପରଷ୍ଟାର କମଲ ହାସନ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି । ସନ୍ଧ୍ୟା ସମୟରେ ନବୀନ ନିବାସରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ।

୧୮ ଓ ୧୯ ତାରିଖରେ ଭୁବନେଶ୍ୱରରେ ରହିବେ । ଏକ ବିଶ୍ୱ ବିଦ୍ୟାଳୟର କାର୍ଯ୍ୟକ୍ରମରେ ତାଙ୍କର ଯୋଗ ଦେବାର ରହିଛି । ସେଠାରେ ସେ ପ୍ରଜାପତି ଉଦ୍ୟାନର ଉଦ୍‌ଘାଟନ କରିବେ । ସେଠାରେ କମଲ ହାସନ୍‌ଙ୍କୁ ସମ୍ମାନଜନକ ଡକ୍ଟରେଟ୍‌ ଉପାଧୀ ପ୍ରଦାନ କରାଯିବ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.