Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||
  • ସୋର : ରୂପା ରାଧାକୃଷ୍ଣ ମୂର୍ତ୍ତି ନେଇଗଲେ ଚୋର, ସୁନା-ରୂପା ଅଳଙ୍କାର ବି ଲୁଟ୍
  • ||

ଅଭିନୟ ଜଗତରେ ୬୦ ବର୍ଷ ପୂରଣ କଲେ ଅଭିନେତା କମଲ ହାସନ, ତିନିଦିନ ପାଳନ ହେବ ଉତ୍ସବ, ବାଲଚନ୍ଦରଙ୍କ ମୃର୍ତ୍ତି ହେବ ଲୋକାର୍ପଣ

1/11/2019 at 9:46 PM

ମୁମ୍ବାଇ୩୧/୧୦: ଭାରତୀୟ ସିନେ ଜଗତରେ କମଲ ହାସନ ୬୦ ବର୍ଷ ପୂରଣ କରିବାକୁ ଯାଉଛନ୍ତି। ସେଥିଲାଗି ଚେନ୍ନାଇ ଓ କମଲଙ୍କ ହୋମଟାଉନ ପରମାକୁଡ଼ିରେ ତିନିଧରି ଉତ୍ସବ ପାଳନ କରାଯିବ। ଏହି କାର୍ଯ୍ୟକ୍ରମ ୭ରୁ ୯ ନଭେମ୍ବର ପର୍ଯ୍ୟନ୍ତ ହେବ। ଏହି ଖୁସି ଅବସରରେ ନିର୍ଦ୍ଦେଶକ ଓ ଲେଖକ ବାଲଚନ୍ଦରଙ୍କ ମୂର୍ତ୍ତି ସେ ଲୋକାର୍ପଣ କରିବେ। ଏହି ଅସବରରେ ସୁପରଷ୍ଟାର ରଜନୀକାନ୍ତ ମଧ୍ୟ ଉପସ୍ଥିତ ରହିବେ।

କମଲ ହାସନଙ୍କ ଅଭିନୀତ ଫିଲ୍ମକୁ ଦର୍ଶକ ବେଶ ପସନ୍ଦ କରିଥାଆନ୍ତି। ୧୯୬୦ ମସିହାରେ ଶିଶୁ କଳାକାର ଭାବେ ସେ ଅଭିନୟ ଜଗତରେ ପାଦ ଥାପିଥିଲେ। ତାମିଲ ଫିଲ୍ମ କଲାଥୁର କନ୍ନମ୍ମା ଫିଲ୍ମରେ ସେ ଶିଶୁ କଳାକାର ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମ ପାଇଁ ତାଙ୍କୁ ରାଷ୍ଟ୍ରପତି ଗୋଲ୍ଡ ମେଡାଲ ପୁରସ୍କାର ମିଳିଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ସେ ତାମିଲ, ହିନ୍ଦୀ, ତେଲଗୁ ଓ ମଲୟାଲମ ଭଳି ୨୦୦ରୁ ଅଧିକ ଫିଲ୍ମରେ ଅଭିନୟ  କରିଛନ୍ତି।

ଏହି ଖୁସି ଅବସରରେ ସେ ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳନ ଲା୍ଗି ଯୋଜନା କରିଛନ୍ତି। ସେଥିଲାଗି ତାଙ୍କ ପ୍ରଯୋଜନା ସଂସ୍ଥାର ଫିଲ୍ମ ହେ ରାମ ର ସ୍ବତନ୍ତ୍ର ସ୍କ୍ରିନ ରହିଛି। ଏହି ଫିଲ୍ମଟିକୁ ସେ ନିର୍ଦେଶନା ଦେଇଥିଲେ। ଏହି ଫିଲ୍ମରେ ରାନୀ ମୁଖାର୍ଜୀ ଓ ଶାହରୁକ୍ ମଧ୍ୟ ଅଭିନୟ କରିଥିଲେ।

   Related Posts