Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ନିଜଠୁ ୨୨ ବର୍ଷ ସାନ ଅଭିନେତ୍ରୀଙ୍କ ପ୍ରେମରେ ପଡିଥିଲେ ଏହି ଅଭିନେତା, ପତ୍ନୀ ଦେଇଥିଲେ ଛାଡପତ୍ର

7/11/2019 at 3:57 PM

ମୁମ୍ବାଇ୭|୧୧: ସାଉଥ ଇଣ୍ଡଷ୍ଟ୍ରିର ସୁପରଷ୍ଟାର କମଲ ହାସନଙ୍କୁ ଏବେ ୬୫ ବର୍ଷ। ୧୯୫୪ ମସିହା ନଭେମ୍ବର ମାସ ୭ ତାରିଖ ଚେନ୍ନାଇରେ କମଲଙ୍କ ଜନ୍ମ ହୋଇଥିଲା। ୬ ବର୍ଷ ବୟସରେ କମଲ ହାସନ ନିଜ କ୍ୟାରିଅର ଆରମ୍ଭ କରିଥିଲେ। ୧୯୫୯ ମସିହାରେ ସେ ଶିଶୁକଳାକାର ଭାବେ ଅଭିନୟ କରି ସିନେମା ଜଗତରେ ପାଦ ଦେଇଥିଲେ।

ହେଲେ ଫିଲ୍ମ ଅପୂର୍ବ ରାଗଂଗଲରେ ଅଭିନୟ କରିବା ପରେ କମଲ ହାସନଙ୍କୁ ସଫଳତା ମିଳିଥିଲା। ଏହି ଫିଲ୍ମରେ ସେ ନିଜଠୁ ବୟସରେ ବଡ ଅଭିନେତ୍ରୀଙ୍କ ସହ ପ୍ରେମରେ ପଡିଥିଲେ। ତାଙ୍କର ଏହି ଭୂମିକା ଦର୍ଶକଙ୍କୁ ବେଶ ଭଲ ଲାଗିଥିଲା। କମଲ ହାସନ ପ୍ରଫେସନାଲ ଲାଇଫ ବ୍ୟତୀତ ନିଜ ପର୍ସନାଲ ଲାଇଫ ପାଇଁ ଚର୍ଚ୍ଚାରେ ରୁହନ୍ତି। ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ସେ ଅଧିକାଂସ ସମୟ ଲାଇଲାଇଟ୍‌ରେ ରହୁଥିଲେ।  

୨୦୦୨ ମସିହାରେ ରିଲିଜ ହୋଇଥିବା ତାମିଲ ଫିଲ୍ମ ପଞ୍ଚତନ୍ତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ସିମରନଙ୍କ ପ୍ରେମରେ ପଡିଥିଲେ କମଲ ହାସନ। ଏହି ଫିଲ୍ମରେ ସିମରନ କମଲଙ୍କ ସହ କାମ କରିଥିଲେ। ସିମରନ ବୟସରେ କମଲଙ୍କଠାରୁ ୨୨ ବର୍ଷ ସାନ। କମଲଙ୍କ ଆଫେୟର ପାଇଁ ତାଙ୍କ ପରିବାରରେ ମଧ୍ୟ ଫାଟ ସୃଷ୍ଟି ହୋଇଥିଲା। କମଲ ଓ ସିମରନଙ୍କ ରିଲେସନଶିପ ଅଧିକ ଦିନ ଯାଏଁ ଚାଲିନଥିଲା। ଉଭୟଙ୍କ ସମ୍ପର୍କ ଯୋଗୁଁ କମଲ ଓ ପତ୍ନୀ ସାରିକାଙ୍କ ମଧ୍ୟରେ ଛାଡପତ୍ର ଯାଏଁ କଥା ଯାଇଥିଲା ।

ତେରେ ମେରେ ସପ୍ନେ ଫିଲ୍ମରେ ଅଭିନୟ କରିବା ପରେ ସିମରନ ଖୁବ ଚର୍ଚ୍ଚାରେ ଥିଲେ। ୧୯୭୬ ମସିହା ଏପ୍ରିଲ ମାସ ୪ ତାରିଖରେ ସିମରନଙ୍କ ଜନ୍ମ । ସିମରନ ପିଲାବେଳୁ ପଞ୍ଜାବୀ ପରିବେଶରେ ବଢିଛନ୍ତି।

୨୦୦୩ ମସିହା ଡିସେମ୍ବର ମାସ ୨ ତାରିଖରେ ସିମରନ ନିଜ ପିଲାବେଳର ସାଙ୍ଗ ଦୀପକ ବଗ୍ଗାଙ୍କୁ ବିବାହ କରିଥିଲେ। ସାଉଥ ଅଭିନେତ୍ରୀ ସିମରନଙ୍କ ଅସଲୀ ନାଁ ହେଉଛି ତ୍ରୀଷିବାଲା ନବଲ। ସିମରନ ୨ଟି ସନ୍ତାନଙ୍କ ମାଆ, ତାଙ୍କ ନାଁ ହେଉଛି ଅଧୀପ ଓ ଆଦିତ।

   Related Posts