କମଲ ହାସନ ଏବଂ ରଜନୀକାନ୍ତ ମଧ୍ୟ ଅଭିନୟ କରିବାକୁ ଚାହୁଁଥିଲେ ଏହି ଅଭିନେତ୍ରୀଙ୍କ ସହ… ହେଲେ ଅତି ଦୟନୀୟ ଭାବେ ଏଡ୍ସରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିଲା ତାଙ୍କର… ଜାଣନ୍ତୁ କିଏ ଏଇ ଅଭିନେତ୍ରୀ

Published By : Prameya-News7 Bureau | September 25, 2018 IST

: ହାଇଦ୍ରାବାଦ ୨୫/୦୯: ଫିଲ୍ମ ଜଗତରେ କାଷ୍ଟିଂ କାଉଚ୍ ଅତି ସାଧାରଣ ମାମଲା ହୋଇଗଲାଣି। ଏହାର ସବୁଠାରୁ ବଡ଼ ଉଦାହରଣ ହେଉଛନ୍ତି ୮୦ଦଶକର ଅଭିନେତ୍ରୀ ନିଶା ନୁର୍। ଏହି ନାଁଟି ଶୁଣିବାକୁ ନୂଆ ଲାଗିପାରେ କିନ୍ତୁ ୧୯୮୦ରୁ ୧୯୮୬ ମଧ୍ୟରେ ନିଶା ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତରେ ବହୁତ ଲୋକପ୍ରିୟ ଥିଲେ। କୁହାଯାଉଥିଲା ଯେ, କମଲ ହାସନ ଏବଂ ରଜନୀକାନ୍ତଙ୍କ ଭଳି ନାମୀଦାମୀ ଅଭିନେତା ମଧ୍ୟ ତାଙ୍କ ସହ ଅଭିନୟ କରିବାକୁ ଇଛ୍ଛା ପ୍ରକାଶ କରିଥିଲେ। କିଛି ଫିଲ୍ମରେ ନିଶା ଏହି ଅଭିନେତାମାନଙ୍କ ସହ ମଧ୍ୟ କାମ କରିଥିଲେ। ତେବେ ଏତେ ଲୋକପ୍ରିୟ ଥିଲେ ମଧ୍ୟ ତାଙ୍କୁ ଆଶାଜନକ ସଫଳତା ମିଳିନଥିଲା। ସୂଚନା ଅନୁସାରେ ଜଣେ ଫିଲ୍ମ-ନିର୍ମାତା ତାଙ୍କୁ ଦେହ ବ୍ୟବସାୟରେ  ସାମିଲ କରିଦେଇଥିଲେ। ଏହା ପରେ ତାଙ୍କଠୁ ଚଳଚ୍ଚିତ୍ର ଜଗତର ସବୁ ଲୋକ ଦୂରେଇଗଲେ। ଯେତେବେଳେ କୈାଣସି ଉପାୟ ଦେଖାଗଲା ନାହିଁ ସେ ଚଳଚ୍ଚିତ୍ର ଜଗତରୁ ବିଦାୟ ନେଲେ। କିନ୍ତୁ ଏହା ପରେ ତାଙ୍କ ଅବସ୍ଥା ଆହୁରି ଖରାପ ହୋଇଗଲା। ସେ ଅସୁସ୍ଥ ହୋଇଗଲେ, କିନ୍ତୁ ତାଙ୍କୁ ଦେଖିବା ପାଇଁ  ଇଣ୍ଡଷ୍ଟ୍ରିରୁ କେହି ଆସିଲେ ନାହିଁ। ଫିଲ୍ବ ଜଗତରୁ ଦୂରେଇ ଯିବା ପରେ ତାଙ୍କ ଆର୍ଥିକ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଥିଲା। ଏହା ପରେ ତାଙ୍କ ମାଆ ମୃତ୍ୟୁବରଣ କଲେ ଏବଂ ସେ ଏକା ହୋଇଗଲେ। ଅନ୍ତିମ ଦିନରେ ତାଙ୍କ ଅବସ୍ଥା ଏତେ ଖରାପ ହୋଇଗଲା ଯେ ସେ ରାସ୍ତାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ସେତେବେଳେ ସେ ଜୀବନର ଅନ୍ତିମ ସୋପାନରେ ଥିଲେ। ତାଙ୍କ ଶରୀରରେ ପୋକ ଲାଗିଯାଇଥିଲେ। ତାମିଲନାଡ଼ୁର ଏକ ଏନଜିଓ  ଚେନ୍ନାଇ ନିକଟସ୍ଥ ଏକ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଇବାରୁ ଜଣାପଡ଼ିଥିଲା ଯେ ସେ ଏଡସରେ ଆକ୍ରାନ୍ତ । ୨୦୦୭ ମସିହାରେ ସେ ଆରପାରିକୁ ଚାଲିଗଲେ। ନିଶାଙ୍କର କେତେକ ଜଣାଶୁଣା ଚଳଚ୍ଚିତ୍ର ହେଲା –କଲ୍ୟାଣ ଅଗଥିଗଲ(୧୯୮୬),ଅୟର ଦି ଗ୍ରେଟ୍(୧୯୯୦),ଟିକ୍ ଟିକ୍ ଟିକ୍(୧୯୯୦),ଚୁବାପ୍ପୁ ନାଡା,ମିମିକ୍ ଆକ୍ସନ୍ ୫୦୦,ଇନିମୟି ଇଧୋ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.