Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିବାଦ ଘେରରେ କମଲ ହାସନଙ୍କ ବୟାନ : “ଭାରତର ପ୍ରଥମ ଆତଙ୍କବାଦୀ ହିନ୍ଦୁ”

13/05/2019 at 4:18 PM

ଦିଲ୍ଲୀ ୧୩\୫ : ଆତଙ୍କବାଦ ପ୍ରସଙ୍ଗରେ ଦେଶରେ ସରଗରମ ଆଲୋଚନା ଓ ନିର୍ବାଚନୀ ହାୱା ନେତାଏ ବୁହାଉଥିବା ବେଳେ ଏତିକିବେଳେ ଅଭିନେତା କମଲ ହାସନଙ୍କ ବୟାନ ବିବାଦ ଘେରକୁ ଆସିଛି। ମକଲ ନିଧି ମୈୟମ ରାଜନୈତିକ ଦଳ ପ୍ରତିଷ୍ଠା କରିଥିବା ଅଭିନେତା କମଲ ହାସନ କହିଛନ୍ତି ଯେ ଭାରତର ପ୍ରଥମ ଆତଙ୍କବାଦୀ ହିନ୍ଦୁ ହିଁ ଥିଲା। ମହାତ୍ମା ଗାନ୍ଧିଙ୍କୁ ହତ୍ୟା କରିଥିବା ନାଥୁରାମ ଗଡସେଙ୍କୁ ଆକ୍ଷେପ କରି ସେ ଏଭଳି କଥା କହିଛନ୍ତି। ସେ ଏକ ନିର୍ବାଚନ ରାଲିକୁ ସମ୍ବୋଧନ କରୁଥିଲେ । ତେବେ ଏହା ଏକ ମୁସଲମାନ ବହୁଳ ସ୍ଥାନ ବୋଲି ସେ ଏକଥା କହୁନାହାନ୍ତି ବରଂ ଗାନ୍ଧିଙ୍କ ପ୍ରତିମୂର୍ତ୍ତି ତଳେ ଠିଆ ହୋଇଥିବାରୁ ଏହି କଥା କହୁଥିବା କମଲ ହାସନ ବଖାଣିଥିଲେ।

ଗତକାଲି ମାତୃଦିବସ ପାଇଁ ନେଟ ଦୁନିଆ ଖୁବ ଚଳଚଞ୍ଚଳ ଥିବା ବେଳେ ଆଉ ଏକ ଖବର ପୁଣି ନେଟ ଦୁନିଆରେ ଚର୍ଚ୍ଚାର କେନ୍ଦ୍ରକୁ ଆସିଥିଲା। ମଣିପୁରର ଆଇରନ ଲେଡି ଇରମ ଶର୍ମିଲା ଗତକାଲି ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ଏହି ଦୁଇ ଶିଶୁ ପୁଣି କନ୍ୟାରତ୍ନ। ମଣିପୁରରୁ ଆଫସ୍ପା ପ୍ରତ୍ୟାହାର ଦାବିରେ ୧୬ ବର୍ଷ ଧରି ଅନଶନ କରି ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିଥିଲେ ଇରମ ଶର୍ମିଲା। ବିବାହ ପରେ ସେ ବେଙ୍ଗଳୁରର କୋଡ଼ାଇକେନାରେ ଅବସ୍ଥାପିତ ହୋଇଛନ୍ତି। 

   Related Posts