ଦକ୍ଷିଣ କୋଏମ୍ୱାଟୁରରେ ଫୁଟିଲା ପଦ୍ମ, ଫେଲ୍ ମାରିଲା କମଲଙ୍କ ଚାଲ୍ : ବିଜେପି ପ୍ରାର୍ଥୀଙ୍କ ଠାରୁ ୧୫୦୦ ଭୋଟରେ ହାରିଲେ

Published By : Prameya-News7 Bureau | May 03, 2021 IST

ତାମିଲନାଡୁ ୩/୫: ଦକ୍ଷିଣ କୋଏମ୍ୱାଟୁରରେ ଅମାନତ ହାରିଛନ୍ତି ଅଭିନେତାରୁ ରାଜନେତା ପାଲଟିଥିବା କମଲ ହାସନ । ତାଙ୍କର ରାଜନୈତିକ କ୍ୟାରିୟରରେ ସେତେଟା ସଫଳତା ମିଳିପାରିନି । ଗତ ୨୦୧୯ ଲୋକସଭା ଆସନ ନିର୍ବାଚନ ଭଳି ଏଥର ବି କମାଲ କରିପାରଲେନି କମଲ । ବିଜେପି ପ୍ରାର୍ଥୀ ଭାନାଥି ଶ୍ରୀନିବାସନଙ୍କଠାରୁ ୧୫୦୦ ଭୋଟରେ ପରାସ୍ତ ହୋଇଛନ୍ତି ।

ଦକ୍ଷିଣ କୋଏମ୍ୱାଟୁରରେ ଥିବା ମକ୍କାଲ ନିଧି ମୟାମ କେବଳ ଗୋଟିଏ ଆସନରେ ନିଜେ ପ୍ରାର୍ଥୀରୂପେ ଦାବିଦାର ଥିଲେ କମଲ ହାସନ । ଯାହାକି କମଲଙ୍କ ଗଡ କହିଲେ ଅତ୍ୟୁକ୍ତି ହେବ ନାହିଁ । ହେଲେ ଏଠାରେ ତାଙ୍କର ମ୍ୟାଜିକ ନମ୍ୱର କାମ ଦେଇନଥିଲା । ଫଳରେ ବିଜେପି ମହିଳା ମୋର୍ଚ୍ଚା ସଭାପତି ଭାନାଥୀ ଶ୍ରୀନିବାସନର ବିପୁଳ ପରିମାଣର ବିଜୟ ହାସଲ କରିଛନ୍ତି ।

ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ କମଲ ହାସନଙ୍କୁ ୫୧,୦୮୭ ଖଣ୍ଡ ଭୋଟ ମିଳିଥିବାବେଳେ ଶ୍ରୀନିବାସନଙ୍କୁ ମିଳିଛି ୫୨, ୬୨୭ ଖଣ୍ଡ ଭୋଟ । ଅର୍ଥାତ୍୧୫୦୦ରୁ ଅଧିକ ଭୋଟରେ ଆଗୁଆ ରହିଲେ ବିଜେପି ପ୍ରାର୍ଥୀ । ପୂର୍ବରୁ ଏଠାରେ ବିପୁଳ ଜନସମର୍ଥନ ପାଇଥିଲେ କମଲ ହାସନ । ହେଲେ ବି ଶେଷ ସମୟରେ ବାଜି ମାରିନେଇଥିଲା ବିଜେପି । ଫଳରେ କମଲ ହାସନଙ୍କୁ ଅଭିନେତାରେ ଖୁସି ହେବାକୁ ପଡିଛି । ୨୦୧୯ ଲୋକସଭା ନିର୍ବାଚନରେ ଖରାପ ପ୍ରଦର୍ଶନ ପରେ ଏବେ ନିଜ ଆସନକୁ ବଞ୍ଚାଇବାରେ ସଫଳ ହୋଇପାରିନାହାଁନ୍ତି ଏହି ଭେଟେରାନ୍ ଅଭିନେତା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.