ଆପ୍ରୋଚ୍ ରୋଡରେ ୪୦ ଫୁଟର ଘାଇ, କାମାକ୍ଷାନଗର-ତାଲଚେର ଯାତାୟତ ବନ୍ଦ

Published By : Prameya-News7 Bureau | September 14, 2021 IST

କାମାକ୍ଷାନଗର,୧୪/୦୯:  ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ରବିବାର ଠାରୁ ବର୍ଷା ଲାଗି ରହିଛି । ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହୋଇଥିବା ଦେଖିବାକୁ ମିଳିଛି।

ଯାହା ଫଳରେ ଅନେକ ରାସ୍ତା ଜଳମଗ୍ନ ହୋଇ ପଡିଛି ।  ଲଗାଣ ବର୍ଷାରେ ୫୩ ନଂ ଜାତୀୟ ରାଜପଥ ସିଆରିମାଳିଆ ଠାରେ  ସଂପ୍ରସାରଣ କାମ ପାଇିଁ ତିଆରି ଆପ୍ରୋଚ ରୋଡରେ ୪୦ ଫୁଟର ଘାଇ ସୃଷ୍ଟି ହୋଇଛି। ଅନ୍ୟ ପକ୍ଷରେ  ମଧ୍ୟ କେନାଲ ରାସ୍ତାରେ ୫୦ ଫୁଟର ଘାଇ ସୃଷ୍ଟି ହୋଇଛି।

ସୋମବାର ବିଳମ୍ବିତ ରାତିରେ କେନାଲ ରାସ୍ତା ଦେଇ ଏକ ଟ୍ରକ ଯାଉଥିବା ବଳେ ରାସ୍ତା ଧୋଇଯିବାରୁ ଟ୍ରକଟି ମଧ୍ୟ ଫସି ରହିଥିବା ଦେଖିବାକୁ ମିଳିଥିଲା।୨ଟି ଯାକ ରାସ୍ତା ଧୋଇଯିବା କାରଣରୁ କାମାକ୍ଷାନଗର-ତାଳଚେର ମଧ୍ୟରେ ଗମନାଗମନ ସଂମ୍ପୁର୍ଣ ଭାବେ ବନ୍ଦ ହୋଇଯାଇଛି। ଉଭୟ ପାର୍ଶ୍ବରେ ଶହ ଶହ ସଂଖ୍ୟାରେ ଗାଡି ଅଟକି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.