Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ସିରିଜ ବୋମାମାଡ ଓ ଗୁଳିକାଣ୍ଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ ଦାବି, କାମାକ୍ଷାନଗର ଥାନା ଘେରାଉ

25/06/2021 at 5:44 PM

କାମାକ୍ଷାନଗର ୨୫।୬: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଗତ ୧୬ ତାରିଖ ରାତିରେ ଘଟିଥିବା ସିରିଜ ବୋମା ମାଡ଼ ଓ ଗୁଳିକାଣ୍ଡ ଘଟଣାରେ ପୁଣି ଉତ୍ତେଜନା ପ୍ରକାଶ ପାଇଛି । ଏପରିକି ଏହି ଗୁଳିକାଣ୍ଡ ଘଟଣାରେ ତୋଫାନ ପାତ୍ର ନାମକ ଜଣେ ଦଳିତ ଯୁବକ ମୃତ୍ୟୁକୁ ନେଇ ରାଜ୍ୟ ଭୀମ ଆର୍ମି ପକ୍ଷରୁ କାମାକ୍ଷାନଗର ଥାନା ଘେରାଉ କରାଯାଇଛି ।

ଏହି ଗୁଳିକାଣ୍ଡ ଓ ସିରିଜ ବୋମା ମାଡ଼ ଘଟଣାରେ ଅଭିଯୁକ୍ତ ୨୧ଜଣଙ୍କ ମଧ୍ୟରୁ ମାତ୍ର ୮ଜଣ ଗିରଫ ହୋଇଥିବା ଜଣାପଡିଛି । ଇତି ମଧ୍ୟରେ ୯ଦିନ ବିତିଯାଇଥିଲେ ମଧ୍ୟ ଅନ୍ୟ ୧୩ଜଣ ଅଭିଯୁକ୍ତଙ୍କୁ କାହିଁକି ପୋଲିସ ଗିରଫ କରିନାହିଁ ତାହାର ପ୍ରତିବାଦ କରିଛନ୍ତି ଶତାଧିକ ମହିଳା ଓ ପୁରୁଷ । ରାଜ୍ୟ ଭୀମ ଆର୍ମିର ନେତୃତ୍ବରେ କାମାକ୍ଷାନଗର ଥାନା ଘେରାଉ କରି ଅଭିଯୁକ୍ତମାନଙ୍କ ଗିରଫ ଦାବିରେ  ଅଡି ବସିଥିଲେ ଏହି ଶତାଧିକ ଲୋକ । ଅଭିଯୁକ୍ତମାନଙ୍କ ଗିରଫ ନହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଜିଦ ଧରିବାରୁ  ଉତ୍ତେଜନା ପ୍ରକାଶ ପାଇଥିଲା ।

   Related Posts