କରୋନା : କାମାକ୍ଷାନଗର ଏନ୍ଏସି ୩ ଦିନ ପାଇଁ ସଟ୍‌ଡାଉନ୍‌

Published By : Prameya-News7 Bureau | August 09, 2020 IST

ଢେଙ୍କାନାଳ ୦୮।୦୯: କରୋନା ସଂକ୍ରମିତ ହାର ପ୍ରତିଦିନ ବଢିବାରେ ଲାଗିଛି । ସଂକ୍ରମଣକୁ ରୋକିବାକୁ ସରକାର ଓ ସ୍ଥାନୀୟ ପ୍ରଶାସନ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଢେଙ୍କାନାଳ ଜିଲ୍ଲାରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏହିପ୍ରରିପ୍ରେକ୍ଷୀରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସି ଅଂଚଳକୁ ୩ ଦିନ ପାଇଁ ସଟ୍‌ଡାଉନ ଘୋଷଣା କରାଯାଇଛି । ଏନେଇ ଢେଙ୍କାନାଳ ଜିଲ୍ଲାପାଳ ଘୋଷଣ କରିଛନ୍ତି ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କାମାକ୍ଷାନଗର ଏନଏସିକୁ ୩ଦିନ ପାଇଁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଆସନ୍ତା ୧୦ତାରିଖ ଠାରୁ ୧୨ତାରିଖ ଯାଏ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ଏହି ସଟ୍‌ଡାଉନ ସମୟରେ ସମସ୍ତଙ୍କୁ କୋଭିଡ଼ କଟକଣା ମାନିବାକୁ ପଡିବ । ଯଦି କେହି ନିୟମ ନମାନ୍ତି, ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.