Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୭ କୋଭିଡ୍ ପଜିଟିଭ୍, ୩୩୭୧୯୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଓଡିଶା ହାତରୁ ଖସୁଛି ବନ୍ଧୁଗାଁ ବ୍ଲକ, ଲୋଭ ଦେଖାଇ ଗାଁ ଲୋକଙ୍କୁ ନିଜ ଆଡକୁ ଟାଣୁଛି ଆନ୍ଧ୍ର
  • ||
  • ଅଟୋକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ : ଜଣେ ମୃତ, ୩ ଗୁରୁତର
  • ||
  • ବାଇକକୁ ଧକ୍କା ଦେଲା ହାଇଓ୍ୱା, ଆରୋହୀ ମୃତ
  • ||
  • ଯୁବତୀଙ୍କୁ ଘରୁ ଉଠାଇ ନେଇ ୧୫ ଦିନ ଧରି ଦୁଷ୍କର୍ମ ! ଅଭିଯୁକ୍ତ ଦେଉଥିଲା ହତ୍ୟା ଧମକ, ଫଟୋ ଭାଇରାଲ ନେଇ କରୁଥିଲା ବ୍ଲାକମେଲିଂ…
  • ||
  • ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ସରକାର କା ମାଲ୍ : ୫୦ ଲକ୍ଷ ଟଙ୍କା ଖର୍ଚ୍ଚରେ ନିର୍ମାଣ ହେଲା କଲ୍ୟାଣ ମଣ୍ଡପ, ହେଲେ ଥରୁଟିଏ ବି କାମରେ ଲାଗିନି ହୋଇଗଲା ଭୂତକୋଠି

30/01/2019 at 5:54 PM

କେନ୍ଦ୍ରାପଡ଼ା ୩୦|୧:  ୫୦ ଲକ୍ଷ ଟଙ୍କା ଖର୍ଚ୍ଚରେ ନିର୍ମାଣ ହେଲା । ହେଲେ  ନିର୍ମାଣ ପରେ ଥରୁଟିଏ ବି କାମରେ ଲାଗିଲାନି । କେନ୍ଦ୍ରାପଡ଼ା ସହରରେ ଥିବା ଏକମାତ୍ର କଲ୍ୟାଣ ମଣ୍ଡପରେ ଝୁଲୁଛି ତାଲା । ଏହା ଏବେ ଅସାମାଜିକଙ୍କ ଆଡ୍ଡାସ୍ଥଳୀ  ପାଲଟିଥିବାବେଳେ  ପୌର କର୍ତ୍ତୃପକ୍ଷ ଖାମଖିଆଲ ମନୋଭାବ ବି ପଦାରେ ପଡ଼ିଛି ।

କାନ୍ଥରୁ ରଂଗ ଛାଡିଲାଣି। ବିଭିନ୍ନ ସ୍ଥାନରେ ଗଛ ଲତା ମାଡି ଗଲାଣି ।  କବାଟ ଝରକା ଭାଙ୍ଗିବା  ଭାଙ୍ଗିବା ହେଉଛି ।

ବାହାରୁ ଦେଖିଲେ ଏହା ଭୂତକୋଠି ପରି ଲାଗୁଛି । ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ଏହି କୋଠାଟି କେନ୍ଦ୍ରାପଡା ପୌରସଂସ୍ଥା ପକ୍ଷରୁ ନିର୍ମାଣ ହୋଇଥିବା ଏକ କଲ୍ୟାଣ ମଣ୍ଡପ । ତିନିମୁହାଣୀଛକସ୍ଥିତ ଉଦୟନଗର ଠାରେ ଥିବା  ଏହି କଲ୍ୟାଣମଣ୍ଡପକୁ ୨୦୧୬  ଅଗଷ୍ଟ ୩୧ ରେ ସର୍ବସାଧାରଣଙ୍କ ପାଇଁ ଉତ୍ସର୍ଗ କରାଯାଇଥିଲା । ଏହାର ନିର୍ମ।ଣରେ ବ୍ୟୟ ହୋଇଥିଲା 50 ଲକ୍ଷ ଟଙ୍କା । କିନ୍ତୁ କାମ ସରିବା  ପରଠାରୁ ବନ୍ଦ ହେଇ ପଡିଛି ଏହି କଲ୍ୟାଣ ମଣ୍ଡପ । ରକ୍ଷଣା ବେକ୍ଷଣ ଅଭାବରୁ ଏବେ  ଭୂତକୋଠୀରେ ପରିଣତ ହୋଇଛି ଏହି ଘର । ବିଦ୍ୟୁତ କିମ୍ବା ପାଣି  ସଂଯୋଗ ନାହିଁ । ପାଚେରୀ ନଥିବାରୁ  ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଏହି ସ୍ଥାନ ।  

ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ଏହି କଲ୍ୟାଣ ମଣ୍ଡପରେ ଏକ ମାର୍କେଟ୍ କମ୍ପ୍ଲକ୍ସେ ଓ ମିନି ଷ୍ଟାଡିୟମ ନିର୍ମାଣ ପାଇଁ ଲକ୍ଷ୍ୟ ରଖିଛି ପୌରସଂସ୍ଥା । ଏଠି  ପ୍ରଶ୍ନ ପୂର୍ବରୁ ୫୦ ଲକ୍ଷ ଟଙ୍କାର କୋଠା ଖତ ଖାଉଥିବା ବଳେ ଏବେ ପୁଣି କାହଁକି ସ୍ବପ୍ନ ଦେଖାଉଛନ୍ତି ପୌର କର୍ତ୍ତପକ୍ଷ । କଲ୍ୟାଣ ମଣ୍ଡପରେ ତାଲା ଝୁଲୁଥିବା ବଳେ ସାଧାରଣ ଲୋକେ ବାହା, ବ୍ରତ ପାଇଁ ଚଢା ଦରରେ ହୋଟେଲ ଓ ଘରୋଇ ମଣ୍ଡପ ଭଡା ନେଉଛନ୍ତି । ସାଧାରଣ ଲୋକଙ୍କ ଟିକସ ଅର୍ଥକୁ ଏଭଳି ବରବାଦ କରିବା ପୌରସଂସ୍ଥାର କେଉଁ ଯୋଜନାରେ ଅନ୍ତର୍ଭୁକ୍ତ ବୁଝା ପଡୁନି ।     

   Related Posts