Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକକୁ ଧକ୍କା ଦେଲା ହାଇଓ୍ୱା, ଆରୋହୀ ମୃତ
  • ||
  • ଯୁବତୀଙ୍କୁ ଘରୁ ଉଠାଇ ନେଇ ୧୫ ଦିନ ଧରି ଦୁଷ୍କର୍ମ ! ଅଭିଯୁକ୍ତ ଦେଉଥିଲା ହତ୍ୟା ଧମକ, ଫଟୋ ଭାଇରାଲ ନେଇ କରୁଥିଲା ବ୍ଲାକମେଲିଂ…
  • ||
  • ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

କାଠ କାମରୁ କବିତା ଲେଖା: ଅଖ୍ୟାତ ଗ୍ରାମୀଣ କବି କାଳୁ ଚରଣ ପ୍ରଧାନ ପାଇବେ ‘ସାହିତ୍ୟ ଚର୍ଚ୍ଚା ସମ୍ମାନ’

23/01/2021 at 9:22 PM

ଗଞ୍ଜାମ ୨୩।୦୧: ଓଡ଼ିଶାର ଗାଁ ଗହଳିରେ ଲେଖା ଏବଂ କବିତା ପ୍ରତି ରୁଚି ରଖୁଥିବା ଏବଂ ଲେଖୁଥିବା ଲୋକଙ୍କୁ ପ୍ରୋତ୍ସାହିତ ଦେବା ପାଇଁ ସାହିତ୍ୟ ଚର୍ଚ୍ଚା ଇ-ପତ୍ରିକା ପକ୍ଷରୁ ଅଭିନବ ପ୍ରୟାସ। ଉକ୍ତ ପତ୍ରିକା ପକ୍ଷରୁ ଚଳିତ ବର୍ଷ ଦିଆଯାଉଥିବା ‘ସାହିତ୍ୟ ଚର୍ଚ୍ଚା ସମ୍ମାନ’ ପାଇବେ ଗଞ୍ଜାମ ଜିଲ୍ଲା ଗୁଣ୍ଠପଡା ଗ୍ରାମର ଅନାଲୋଚିତ କବି ଶ୍ରୀ କାଳୁ ଚଳଣ ପ୍ରଧାନ। ସାହିତ୍ୟ ଚର୍ଚ୍ଚା ଇ-ପତ୍ରିକା ପକ୍ଷରୁ ଶନିବାର ଏହି ଘୋଷଣା କରାଯାଇଛି।

ଶ୍ରୀ କାଳୁ ଚରଣ ପ୍ରଧାନ ବୃତ୍ତିରେ ଜଣେ ବଢେଇ ଏବଂ ତା’ଙ୍କର ଆର୍ଥିକ ଅବସ୍ଥା ସେତେଟା ସ୍ଵଚ୍ଛଳ ନୁହେଁ। ସେ ଅଦ୍ୟାବଧି  ସାତଟି ଉଚ୍ଚକୋଟିର କାବ୍ୟ ତଥା  ତିନି ହଜାରରୁ ଉର୍ଦ୍ଧ୍ବ  କବିତା ଲେଖିସାରିଛନ୍ତି। ‘କ’ ଅନୁପ୍ରାସରେ ତାଙ୍କ ଦ୍ଵାରା ରଚିତ ‘କର୍ଦ୍ଦମ କନ୍ୟା’ ଏକ ମନୋରମ କାବ୍ୟ ବେଶ ସମୃଦ୍ଧ ରହିଛି। ଏ ଲେଖା ଏ ପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ। ଏହା ବ୍ୟତୀତ ଜୀବନ ତତ୍ତ୍ଵ ସଂପର୍କରେ ସେ ଦୁଇଟି ପ୍ରବନ୍ଧ ରଚନା କରିଛନ୍ତି।

ପୁରସ୍କାର ଭାବେ ତାଙ୍କୁ ଏକ ମାନପତ୍ର ଓ ଦଶ ହଜାର ଟଙ୍କାର ସମ୍ମାନ ରାଶି ପ୍ରଦାନ କରାଯିବ।  ଏହି ପୁରସ୍କାରଟି ଆସନ୍ତା ଫେବୃଆରୀ ମାସରେ ଆୟୋଜିତ ହେବାକୁ ଥିବା ଏକ ଅନଲାଇନ୍ ସମାରୋହରେ ଶ୍ରୀ ପ୍ରଧାନଙ୍କୁ ପ୍ରଦାନ କରାଯିବ। ଉଲ୍ଲେଖଯୋଗ୍ୟ ଯେ ଗତ ବର୍ଷ  ଯାଜପୁର ଜିଲ୍ଲା କୋରାବନ୍ଦି ଗ୍ରାମର ଶ୍ରୀ କୈଳାସ ଚନ୍ଦ୍ର ପାତ୍ରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ସେ  ରିକ୍ସା ଚଳାଇ ଜୀବନଯାପନ କରୁଛନ୍ତି। ହେଲେ ସେ ଛଅ ହଜାରରୁ ଅଧିକ କବିତା ରଚନା କରିଛନ୍ତି।

   Related Posts