Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବକଙ୍କୁ ପିଟିପିଟି ମାରିଦେଲେ ! ଥାନାଠୁ ୨୦୦ ମିଟର ଦୂରରେ ପଡିଛି ମୃତଦେହ
  • ||
  • ଆଜିଠୁ ସକାଳୁଆ ସ୍କୁଲ, ଦିନ ୧ଟା ଯାଏଁ ପାଠ ପଢିବେ ଛାତ୍ରଛାତ୍ରୀ
  • ||
  • ଆଜି ଅର୍ଚ୍ଚିତାଙ୍କ ହାତ ଧରିବେ ଅଭିନେତା ସବ୍ୟସାଚୀ, ରାଜସ୍ଥାନର ବିଳାସପୂର୍ଣ୍ଣ ହୋଟେଲରେ ପଡିବ ହାତଗଣ୍ଠି
  • ||
  • କରୋନା ଟିକା ନେଲେ ପ୍ରଧାନମନ୍ତ୍ରୀ ମୋଦୀ, ସୋସିଆଲ ମିଡିଆରେ ସେୟାର କଲେ ଫଟୋ
  • ||
  • କଟକ ବଦଳରେ ବାଲେଶ୍ୱର ପଳାଉଥିଲା ୧୦୮ ଆମ୍ବୁଲାନ୍ସ, ଗାଡିରୁ ଡେଇଁ ପଡିଲେ ରୋଗୀଙ୍କ ମାଆ
  • ||

ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କଲେ ଜଷ୍ଟିସ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀ

12/08/2018 at 12:14 PM

କଟକ ୧୨/୮ : ଓଡିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଆଜିଠାରୁ ଦାୟିତ୍ବ ଗ୍ରହଣ କଲେ ଜଷ୍ଟିସ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀ | ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଆଜି ନୂତନ ମୁଖ୍ୟବିଚାରପତିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି | ଏନେଇ ଆଜି ହାଇକୋର୍ଟ ପରିସରରେ ଏକ ବିଶେଷ ଆୟୋଜନ ହୋଇଥିଲା | ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ହାଇକୋର୍ଟର ସମସ୍ତ ବିଚାରପତି ଓ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇଥିଲେ |
ଓଡିଶା ହାଇକୋର୍ଟର ୩୦ ତମ ମୁଖ୍ୟ ବିଚାରପତି ଭାବେ ଆଜି ଜଷ୍ଟିସ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀ ଶପଥ ଗ୍ରହଣ କରିଛନ୍ତି | ଅପରାହ୍ନ ୪ ଟାରେ ଆୟୋଜିତ ହୋଇଥିଲା ଶପଥ ଗ୍ରହଣ ଉତ୍ସବ | ହାଇକୋର୍ଟ ପରିସରରେ ଆୟୋଜିତ ହୋଇଥିବା ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଆଇନମନ୍ତ୍ରୀ , ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକ ଏବଂ ହାଇକୋର୍ଟର ସମସ୍ତ ବିଚାରପତି ଓ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇଥିଲେ |
ନିକଟରେ ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ଶରନ୍ ପଦୋନ୍ନୋତି ପାଇ ସୁପ୍ରିମ କୋର୍ଟରେ ନିଯୁକ୍ତ ହୋଇଛନ୍ତି | ତାଙ୍କ ସ୍ଥାନରେ ଆଜିଠାରୁ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ତୁଲାଇବେ ଜଷ୍ଟିସ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀ | ୧୯୫୮ ମସିହା ଜାନୁୟାରୀ ୫ ତାରିଖରେ ଜନ୍ମ ଗ୍ରହଣ କରିଥିବା ଜଷ୍ଟିସ ଜାଭେରୀ ବି ଏସ ସି ପରେ ଏଲ ଏଲ ବି ଶେଷ କରିଛନ୍ତି | ୧୯୮୩ ମସିହାରୁ ସେ ଗୁଜୁରାଟ ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ | ୧୯୮୪ରେ ସେ ଗୁଜୁରାଟ ହାଇକୋର୍ଟ ବାର ଆସୋସିଏସନର ଯୁଗ୍ମ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ | ତେବେ ୨୦୦୪ ମସିହା ମାର୍ଚ୍ଚ ମାସ ୭ ତାରିଖରେ ତାଙ୍କୁ ଗୁଜୁରାଟ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା ଏବଂ ୨୦୦୫ ଜୁନ୍ ୨୨ ତାରିଖରେ ସ୍ଥାୟୀ ବିଚାରପତି ଭାବେ ମାନ୍ୟତା ପାଇଲେ | ୨୦୧୬ ରେ ତାଙ୍କର ରାଜସ୍ଥାନ ହାଇକୋର୍ଟକୁ ବଦଳି ହୋଇଥିଲା | ସେବେଠାରୁ ଜଣେ ବରିଷ୍ଠ ବିଚାରପତି ଭାବେ କାର୍ଯ୍ୟ ତୁଲାଉଥିବା ଜଷ୍ଟିସ ଜାଭେରୀ ଆଜିଠାରୁ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ବ ସମ୍ଭାଳିଛନ୍ତି |
ଜଷ୍ଟିସ ଜାଭେରୀ ଭାରତ ସ୍କଉଟ ଆଣ୍ତ ଗାଇଡ୍ ସଂସ୍ଥାର ସଦସ୍ୟ ଭାବେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିଛନ୍ତି | ଏହା ପରେ ସେ ରାଜ୍ୟ କମିଶନର ଭାବେ ମନୋନିତ ମଧ୍ୟ ହୋଇଥିଲେ |

   Related Posts