ଭୁବନେଶ୍ବରରେ ପାହାଡ଼ରାଣୀ କଲ୍ପନା ଦାସଙ୍କ ମରଶରୀର : ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିବା ପରେ କଳିଙ୍ଗ ଷ୍ଟାଡିୟମରେ ଶେଷ ଦର୍ଶନ
2/06/2019 at 9:45 AM

ଭୁବନେଶ୍ବର ୨/୬: ଭୁବନେଶ୍ବରରେ ପାହାଡ଼ରାଣୀ କଳ୍ପନା ଦାସଙ୍କ ପାର୍ଥିବ ଶରୀର। କିଛି ସମୟ ତଳେ କଳ୍ପନା ଦାସଙ୍କ ମରଶରୀର ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛି।। କଳିଙ୍ଗ ଷ୍ଟାଡିୟମର ସ୍ପୋର୍ଟସ କମ୍ପ୍ଲେକ୍ସରେ କଳ୍ପନା ଦାସଙ୍କ ଶେଷ ଦର୍ଶନ ପାଇଁ ଅପେକ୍ଷା କରି ରହିଛନ୍ତି ବହୁ ଲୋକ। ସେଠାରୁ କଳ୍ପନାଙ୍କ ମରଶରୀର ଢେଙ୍କାନାଳ ସହର କୁମ୍ଭାର ସାହିସ୍ଥିତ ବାସଭବନକୁ ଅଣାଯିବ । ସେଠାରୁ ତାଙ୍କର ପୈତୃକ ଘର ଓଡାପଡା ବ୍ଲକ ସାରିଆପଡା ଗାଁକୁ ନିଆଯିବ ।

ଏହା ପରେ ଶୋଭାଯାତ୍ରାରେ ଅଣାଯାଇ ଢେଙ୍କାନାଳ ମିନି ଷ୍ଟାଡିୟମରେ ସାଧାରଣ ଦର୍ଶନପାଇଁ ରଖାଯିବ । ପରେ ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ୍ୟ ସମ୍ପନ୍ନ ହେବ। ସେପଟେ କାଠମାଣ୍ଡୁରେ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟ ହସ୍ତଗତ ହୋଇଛି ।

ମାଉଣ୍ଟ ଏଭେରେଷ୍ଟରେ ଅକ୍ସିଜେନ୍ ଅଭବରୁ ତାଙ୍କର ମୃତ୍ୟୁ ଘଟିଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି । ଗତ ୨୩ ତାରିଖରେ କଳ୍ପନା ଦାସଙ୍କର ଦେହାନ୍ତ ହୋଇଥିଲା । ଦ୍ଵିତୀୟ ଥର ପାଇଁ ଏଭେରେଷ୍ଟ୍ ଆରୋହଣ କରିବାର କିଛି ଘଣ୍ଟା ପରେ ହିଁ କଳ୍ପନା ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ମଙ୍ଗଳବାର ବେସ୍ କ୍ୟାମ୍ପକୁ କଳ୍ପନାଙ୍କ ମୃତଦେହ ଅଣାଯାଇଥିଲା।
