ଇଣ୍ଡିଆଜ୍ ମୋଷ୍ଟ ପାୱାରଫୁଲ ୱିମେନ ଇନ ମିଡିଆ ପୁରସ୍କାରରେ ସମ୍ବର୍ଦ୍ଧିତ ହେଲେ କଲୀ ପୁରୀ

Published By : Prameya-News7 Bureau | September 28, 2019 IST

ବ୍ରିଟିଶ ପାର୍ଲାମେଣ୍ଟରେ ଅନୁଷ୍ଠିତ 'କନଫ୍ଲୁଏନ୍ସ ଏକ୍ସିଲେନ୍ସୀ ଆୱାର୍ଡ' ପ୍ରଦାନ ଉତ୍ସବରେ ଭାରତୀୟ ଗଣମାଧ୍ୟମର ପ୍ରତିଷ୍ଠିତ ମହିଳା କଲୀ ପୁରୀଙ୍କୁ ' ଇଣ୍ଡିଆଜ୍ ମୋଷ୍ଟ ପାୱାରଫୁଲ ୱିମେନ ଇନ ମିଡିଆ ' ପୁରସ୍କାରରେ ସମ୍ବର୍ଦ୍ଧିତ କରାଯାଇଛି। ମାତ୍ର ଦୁଇ ସପ୍ତାହ ପୂର୍ବରୁ କଲୀ ଟ୍ୱେଣ୍ଟି ଫାଷ୍ଟ ସେଞ୍ଚ୍ୟୁରୀ ଆଇକନ ଆୱାର୍ଡସରେ 'ଆଉଟ୍ ଷ୍ଟାଣ୍ଡିଂ ମିଡିଆ ଏଣ୍ଡ ଏମ୍ଟରଟେନମେଣ୍ଟ ' ପୁରସ୍କାରରେ ସମ୍ବର୍ଦ୍ଧିତ ହୋଇଥିଲେ। ଯାହାକି ଭାରତୀୟ ମିଡିଆ ଜଗତକୁ ଗୌରବାନ୍ୱୀତ କରିଛି।

{"id":163971}

ଅନ୍ତର୍ଜାତୀୟ ପୁରସ୍କାରକୁ କଲୀ ସ୍ୱୀକାର କରିବା ସହ ନୂତନ ପିଢୀର ବିଚାରକୁ ଧରିବାରେ ଆମେ ଉଲ୍ଲେଖନୀୟ କାମ କରିଛୁ ବୋଲି ଆଶାକରେ ବୋଲି କହିଛନ୍ତି। କସି ଅକ୍ସଫର୍ଡ ୟୁନିଭର୍ସିଟିରୁ ରାଜନୀତି, ଦର୍ଶନଶାସ୍ତ୍ର ଓ ଅର୍ଥଶାସ୍ତ୍ରରେ ସ୍ନାତକ ଉତୀର୍ଣ୍ଣ ହୋଇଛନ୍ତି। ଦେଶରେ ଏକ ପ୍ରତିଷ୍ଠିତ ମିଡିଆର ବିସ୍ତୃତ ନୋଟୱାର୍କକୁ ଚଳାଇବାରେ ତାଙ୍କ ପ୍ରଗାଢ ଅଭିଜ୍ଞତା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.