କାଷ୍ଟିଂ କାଉଚ୍ ବିଷୟରେ ମୁହଁ ଖୋଲିଲେ କଲକୀ କୋଏଚ୍ଲିନ୍ – କହିଲେ ତାଙ୍କ ସହ ହୋଇଥିଲା ଏପରି କଥା
23/12/2019 at 6:48 PM

ମୁମ୍ବଇ – କାଷ୍ଟିଂ କାଉଚ୍ ସମ୍ପର୍କରେ ଅନେକ ମୁହଁ ଖୋଲିଛନ୍ତି । ଅନୁ ମଲ୍ଲିକ ଓ ନାନା ପାଟେକର୍ ମଧ୍ୟ ଏହାକୁ ନେଇ ବିବାଦରେ ଫସିଛନ୍ତି । ଏବେ ବଲିଉଡ୍ରୁ ଅନ୍ୟତମ ଲୋକପ୍ରିୟ କଳାକାର କଲ୍କୀ କୋଏଚ୍ଲିନ୍ କାଷ୍ଟିଂ କାଉଚ୍ ବିଷୟରେ ମୁହଁ ଖୋଲିଛନ୍ତି । ପିଙ୍କ ଭିଲାକୁ ଦେଇଥିବା ସାକ୍ଷାତକାରରେ ସେ ଏ ସମ୍ପର୍କରେ କହିଛନ୍ତି । ତାଙ୍କୁ ଜଣେ ନିର୍ଦେଶକ ଡେଟ୍ ଯିବା ପାଇଁ ବାଧ୍ୟ କରିଥିବା କଥା କଲକୀ କହିଛନ୍ତି ।

କଲକୀ ଦେବ ଡି, ଜିନ୍ଦେଗୀ ନା ମିଲେଗା ଦୁବାରା, ଦ୍ୟାଟ୍ ଗଲ୍ର ଅନ୍ ୟୋଲୋ ବୁଟ୍ , ମାର୍ଗାରିଟା ଓ୍ୱିଥ ଏ ଷ୍ଟ୍ର , ଗଲି ବଏ ପରି ସିନେମାରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଅନେକ ସିନେମାରେ ବେଶ୍ ନିଖୁଣ ଅଭିନୟ କରି କଲକୀ ପ୍ରଶଂସା ସାଉଁଟିଛନ୍ତି । ହେଲେ ସେ ବି କାଷ୍ଟିଂ କାଉଚ୍ର ଶିକାର ହୋଇଥିବା କଥା କହିଛନ୍ତି । ସେ ଗୋଟିଏ ସିନେମା ପାଇଁ ଅଡିସନ୍ ଦେଉଥିବା ବେଳେ ଏହାର ପ୍ରଯୋଜନକ କଡେଟ୍ରେ ଯିବା ପାଇଁ ବାଧ୍ୟ କରିଥିଲେ । ମାତ୍ର ସେ ମନା କରିଦେବାରୁ ତାଙ୍କୁ ସିନେମା ଅଫର୍ ମିଳି ନଥିଲା ।

ଅଭିନୟ ପାଇଁ ତାଙ୍କୁ ଅନେକ ଜାତୀୟ ପୁରସ୍କାର ବି ମିଳିଛି । ବିବାହ ପରେ ଏବେ ସେ ଗର୍ଭବତୀ ଅଛନ୍ତି । ମାତ୍ର ଲୋକପ୍ରିୟ ଅଭିନେତ୍ରୀଙ୍କୁ ବଲିଉଡ୍ରେ ପାଦ ଥାପିବା ବେଳେ କାଷ୍ଟିଂ କାଉଚ୍ର ସାମ୍ନା କରିବାକୁ ପଡିଥିଲା
