ଅନୁରାଗଙ୍କ ସହ ଛାଡପତ୍ର ପରର ଦୁଃଖଦ ସମୟର ଅନୁଭୂତି ବାଣ୍ଟିଲେ ଅଭିନେତ୍ରୀ କଲକୀ କଚଲୀନ, କହିଲେ ଏବେ ପୁରୁଷଙ୍କୁ ଦେଖିଲେ…

Published By : Prameya-News7 Bureau | March 26, 2019 IST

ମୁମ୍ୱାଇ୨୬|୩: “ଗଲିବୋଏ”, “ଜିନ୍ଦଗି ନା ମିଲେଗୀ” ଦୋବାରା ଭଳି ବଲିଉଡ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ଏବେ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ବଲିଉଡ ଅଭିନେତ୍ରୀ କଲକୀ କଚଲୀନ ନିଜ ଅଭିନୟ ପାଇଁ ଅନେକ ଦର୍ଶକଙ୍କ ଦିଲରେ ରାଜ କରନ୍ତି। ଏବେ କିଛି ଦିନ ତଳେ ଏକ ସାକ୍ଷାତକାରରେ କଲକୀ ନିଜ ଜୀବନର କିଛି ଭଲ ଓ ଖରାପ ଅନୁଭବ ବିଷୟରେ କହିଥିଲେ। ପିଲାବେଳୁ ଆରମ୍ଭ କରି ଅନୁରାଗ କଶ୍ୟପଙ୍କ ସହ ନିଜ ସଂପର୍କର କିଛି ଅଭୁଲା ସ୍ମୃତି ଓ ଛାଡପତ୍ର ପରେ ହୋଇଥିବା ଘଟଣା ବିଷୟରେ ମଧ୍ୟ ମନଖୋଲି କହିଥିଲେ ସେ।    

{"id":96991,"width":577,"height":360}

୨୦୦୯ ମସିହାରେ ଅନୁରାଗ କଶ୍ୟପଙ୍କ ସିନେମା “ଦେଭ୍‌ ଡି” ଚଳଚ୍ଚିତ୍ରରେ ଅଭିନୟ କରି କଲକୀ ବଲିଉଡରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମ ଶୁଟିଂ ସମୟରେ ଅନୁରାଗ ଓ କଲକୀ ପରସ୍ପରଙ୍କୁ ପସନ୍ଦ କରିଥିଲେ। ୨ ବର୍ଷ ଡେଟ କରିଲା ପରେ ୨୦୧୧ ମସିହାରେ ଉଭୟ ବିବାହ କରିଥିଲେ। କିଛି କାରଣ ପାଇଁ ବିବାହର ୨ ବର୍ଷ ପରେ ଦୁହେଁ ଅଲଗା ହୋଇଥିଲେ।

{"id":96992}

ଉଭୟ ଅଲଗା ହେବା ପରେ ଦୁହେଁଙ୍କୁ ନେଗେଟିଭ୍‌ ପବ୍ଲିସିଟିର ସାମ୍ନା କରିବା କଷ୍ଟକର ହୋଇଥିଲା। କଲକୀ କହିଥିଲେ ଯେ, ତାଙ୍କ ସ୍ୱାମୀଙ୍କଠୁ ଅଲଗା ହେବା ପରେ ଅନେକ ଗୁଜବର ସାମ୍ନା କରିବାକୁ ପଡିଥିଲା। ବିବାହ ଭାଙ୍ଗିଲା ପରେ ଜୀବନ କେମିତି କଟୁଛି, ଏହି ଭଳି ପ୍ରଶ୍ନ କରାଯାଉଥିଲା କଲକୀଙ୍କୁ। ପ୍ରତ୍ୟେକ ସାକ୍ଷାତକାରରେ ତାଙ୍କ ସହ କେବଳ ଏହି ସବୁ ଆଲୋଚନା ହେଉଥିଲା ।

{"id":96993}

ଏହି ସବୁ କଥାର ସାମ୍ନା କରିବା ସହ କ୍ୟାରିଅରରେ ଉନ୍ନତି କରିବା କଲକୀଙ୍କ ପାଇଁ ବହୁତ କଷ୍ଟ ଥିଲା। ସେହି ସମୟରେ ତାଙ୍କ ମାଁ ବାପା ମଧ୍ୟ ତାଙ୍କୁ ସାହାରା ଦେଇନଥିଲେ।  ତେବେ ସେହି ସମୟରେ ଏହି ସବୁ ଆଲୋଚନାକୁ ଏଭଏଡ୍‌ କରିବା ଆରମ୍ଭ କରିଥିଲେ କଲକୀ।  ଏହା ପରେ ସେ ନିଜ କ୍ୟାରିଅରରେ ସମ୍ପୂର୍ଣ୍ଣ ଭାବେ ଧ୍ୟାନ ଦେଇଥିଲେ।   

{"id":96994}

ବିଶେଷ କରି ତାଙ୍କ ସ୍ଥିତିର ପାଇଦା ନେବା ପାଇଁ ଅନେକ ଉଦ୍ୟମ କରିବାକୁ ପଛାଇନଥିଲେ । ସମବେଦନା ଛଳରେ ଫାଇଦା ନେବା ଲୋକଙ୍କର ଲମ୍ବା ଲାଇନ ଲାଗିଯାଇଥିଲା । ଅସମୟରେ ହିଁ ଲୋକ ଚିହ୍ନି ହୁଏ । ଏହି ସମୟରେ ହିଁ ସେ କିଏ କଣ ଜାଣିବାର ସୁଯୋଗ ପାଇଥିଲେ । ବହୁ ଲୋକଙ୍କ କୁମ୍ବୀର କାନ୍ଦଣା ବୁଝିପାରିଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.