କନ୍ୟା ସନ୍ତାନକୁ ଜନ୍ମ ଦେଲେ ଏହି ବଲିଉଡ ଅଭିନେତ୍ରୀ...

Published By : Prameya-News7 Bureau | February 09, 2020 IST

ମୁମ୍ବାଇ୯|୨: ଗଲି ବଏ ଅଭିନେତ୍ରୀ କଲ୍‌କି କୋଚ୍‌ଲିନ୍‌ ନୂଆ ବର୍ଷ ନିଜ ଘରେ ଜଣେ ନୂଆ ସଦସ୍ୟର ସ୍ବାଗତ କରିଛନ୍ତି।ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି କଲ୍‌କି । କଳ୍‌କୀ ୨୦୧୯ ମସିହା ଗର୍ଭବତୀ ଥିବା ନେଇ ଘୋଷଣା କରିଥିଲେ। ସେ ନିଜ ଦୀର୍ଘଦିନର ବୟଫ୍ରେଣ୍ଡ୍‌ ଗାୟ ହର୍ଶବର୍ଗଙ୍କ ସନ୍ତାନର ମା' ହୋଇଛନ୍ତି।

{"id":222232,"sizeSlug":"large"}

ଉଭୟ ଏଯାଏଁ ବିବାହ କରିନାହାନ୍ତି। କଳ୍‌କୀ ମାଆ ହେବା ଖବର ବିରଳ ଭବାନୀ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ମାଆ ହୋଇଥିବାରୁ ସେ ନିଜ ଖୁସି ମଧ୍ୟ ପ୍ରକାଶ କରିଛନ୍ତି। ସେ ଏବେ ଅନେକ ପରିବର୍ତ୍ତନ ଅନୁଭବ କରୁଛନ୍ତି ବୋଲି କହିଛନ୍ତି।

{"id":222233,"sizeSlug":"large"}

କଳ୍‌କି ନିଜ ଗର୍ଭାବସ୍ଥା ବେଳର ଫଟୋ ମଧ୍ୟ ଇନ୍‌ଷ୍ଟ୍ରାଗ୍ରାମ୍‌ରେ ସେୟାର କରୁଥିଲେ। ବିବାହ ପୂର୍ବରୁ ଗର୍ଭବତୀ ଥିବା ନେଇ ତାଙ୍କୁ ଅନେକ ପ୍ରଶ୍ନ କରାଯାଉଥିଲା। ଏନେଇ କଲ୍‌କି କହିଥିଲେ ଯେ, ସେ କେବଳ ସକାରାତ୍ମକ ଆଲୋଚନା କରୁଥିଲେ । କାରଣ ସେ ନିଜ ସନ୍ତାନକୁ ପଜିଟିଭ୍‌ ଭାଇଭ୍‌ସ ଦେବାକୁ ଚାହୁଁଥିଲେ।  

{"id":222234,"sizeSlug":"large"}

ସେ କେବଳ ନିଜ ପରିବାର ଓ ବନ୍ଧୁମାନଙ୍କ ସହ କଥାବାର୍ତ୍ତା ହେଉଥିଲେ। ସନ୍ତାନ ପାଇଁ ତାଙ୍କ ବୟଫ୍ରେଣ୍ଡ ସବୁଠାରୁ ଅଧିକ ଖୁସି ଅଛନ୍ତି ବୋଲି ସେ କହିଛନ୍ତି। କଲକି କୋଚ୍‌ଲିନ୍‌ ନିଜ ମାଟର୍ନିଟି ଫଟୋଶୁଟ୍‌କୁ ନେଇ ମଧ୍ୟ ବେଶ ଚର୍ଚ୍ଚାରେ ଥିଲେ। ଏବେ ସେ ମାଆ ହେବା ପରେ ମଧ୍ୟ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ହେଉଛି। ହେଲେ ସେ କୌଣସି କଥାକୁ ଗୁରୁତ୍ବ ନଦେଇ ନିଜ ସନ୍ତାନ ଜନ୍ମ ଖୁସିରେ ସେଲିବ୍ରେଟ୍‌ କରୁଛନ୍ତି।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.