ଅନୁଗୋଳ: ବହୁ ବାଦ ବିବାଦ ଭିତରେ ସିଙ୍ଗରାଣୀ କୋଲିୟାରୀର ପରିବେଶ ଜନ ଶୁଣାଣି ଶେଷ
20/01/2021 at 10:54 PM

ଅନୁଗୋଳ୨୦/୧: ବାଦ ବିବାଦ ମଧ୍ୟରେ କରଡାବାହଳ ଠାରେ ସିଙ୍ଗରାଣୀ କଲିୟାରୀ କମ୍ପାନୀର ପରିବେଶ ଜନିତ ଜନ ଶୁଣାଣି ଶେଷ।ଅନୁଗୋ ବ୍ରାହ୍ମଣୀବିଲ ପଞ୍ଚାୟତର କରଡାବାହଳ ଗ୍ରାମ ଦୋଳ ମଣ୍ଡପ ଠାରେ ସିଙ୍ଗରାଣୀ କଲିୟାରୀ କମ୍ପାନୀର ପରିବେଶ ଜନିତ ଜନ ଶୁଣାଣି ହୋଇଛି। ପରିବେଶ ପ୍ରଦୂଷଣ ଏବଂ ଜଙ୍ଗଲ କ୍ଷୟ ସାଙ୍ଗକୁ ଜୀବିକା ନଷ୍ଟ ହେବା ଆଶଙ୍କା କରି ଛେଣ୍ଡିପଦା ଓ ବ୍ରାହ୍ମଣୀବିଲ ଗ୍ରାମବାସୀ ବିରୋଧ ପ୍ରଦର୍ଶନ କରିଥିଲେ। କିନ୍ତୁ ଉପଯୁକ୍ତ କ୍ଷତିପୂରଣ, ଥଇଥାନ, ନିଯୁକ୍ତି ଏବଂ ପାରିପାର୍ଶ୍ବିକ ଉନ୍ନୟନ କାମ କମ୍ପାନୀ ସୁରୁଖୁରୁରେ କଲେ ସମର୍ଥନ ରହିବ ବୋଲି କରଡାବାହଳ ଏବଂ ଥଳିପଶି ଗ୍ରାମବାସୀ ସହମତି ଜଣାଇଛନ୍ତି।
ଦୀର୍ଘ ୫ ଘଣ୍ଟାର ଜନ ଶୁଣାଣିକୁ ଭିଡିଓ ଗ୍ରାଫି କରାଯାଇଛି। ଏହାକୁ ସରକାରଙ୍କ ନିକଟକୁ ପଠାଯିବ ବୋଲି ଉପସ୍ଥିତ ପ୍ରଶାସନିକ ଅଧିକାରୀ କହିଛନ୍ତି। ତେବେ କମ୍ପାନୀର ପ୍ରଜେକ୍ଟ ଅଧିକାରୀ ପ୍ରଭାକର ଚୌଧୁରୀ କମ୍ପାନୀର ଆଭିମୁଖ୍ୟ ବିଷୟରେ ଲୋକମାନଙ୍କୁ କହିଥିଲେ। ତେବେ ଲୋକମାନଙ୍କର ସହଯୋଗ ମିଳିଲେ କମ୍ପାନୀ ଆଗକୁ ଯାଇ ପାରିବ ବୋଲି ମତ ରଖି ସହଯୋଗ ଲୋଡିଥିଲେ। ତେବେ ସ୍ଥାନୀୟ ଲୋକ ସହଯୋଗ କରିବେ କି ନାହିଁ ପରବର୍ତ୍ତୀ ଜନ ଶୁଣାଣିରେ କହିବେ ବୋଲି ମତ ରଖିଛନ୍ତି।