'କା'...ସିନେମାର କଥା...ଜାତୀୟ ଚଳଚ୍ଚିତ୍ର ସମ୍ମାନ କ୍ରମରେ ରାଷ୍ଟ୍ରପତି ରୌପ୍ୟ ପଦ ଦ୍ୱାରା ହୋଇଥିଲା ପୁରସ୍କୃତ

Published By : Prameya-News7 Bureau | April 20, 2021 IST

ଭୁବନେଶ୍ୱର ୨୦/୦୪ : ଓଡ଼ିଆ ସିନେମାର ଇତିହାସ ଯେତିକି ଦୀର୍ଘ ସେତିକି ସଫଳତା ସାଉଁଟିଛି ଏହି ସିନେମା ଶିଳ୍ପ । ମନୋରଞ୍ଜନର ଖୋରାକ ସହ କାହାଣୀ, ନିର୍ଦେଶନା, ସଂଗୀତ ଓ ଅଭିନୟ ସବୁଥିରେ ଛାପ ରଖିଛି କାଲିର ସିନେମା । ସ୍ମୃତି ଫର୍ଦରେ ଏବେ ବି ଅନେକ ଓଡ଼ିଆ ସିନେମାର ସଫଳତା ସତେଜ ରହିଛି । ପୁରୁଣା ସିନେମା ଉପରେ ନଜର ପକାଇଲେ ଯାହା ଜଣାପଡେ ସେତେବେଳେ ଓଡ଼ିଆ ସିନେମାକୁ ଦେଖିବା ପାଇଁ ଦର୍ଶକଙ୍କ ସଂଖ୍ୟା ଅଧିକ ଥିଲା ।

{"id":441501,"sizeSlug":"large","linkDestination":"none"}

ଏହାର କାରଣ ସିନେମାର କାହାଣୀ, ସଙ୍ଗୀତ, କଳାକାରଙ୍କ ଅଭିନୟ ବେଶ୍ ଉଚ୍ଚକୋଟିର ଥିଲା । ଯେଉଁଥିପାଇଁ ମନୋରଞ୍ଜନର ଖୋରାକ ବେଶ୍ ଭଲ ଥିଲା । ସେତେବେଳେ ବାହାର ରାଜ୍ୟର ଟେକନିସିୟାନଙ୍କ ସହିତ କଳାକାରଙ୍କ ଚୟନ ପ୍ରକ୍ରିୟା ନିର୍ଭର କରିବାକୁ ପଡୁଥିଲା । ମନେପଡ଼େ ସେଦିନର ଗୀତ ଏବେ ବି । ଯାହା ଖୁବ୍ ସ୍ମୃତି ମଧୁର ।

{"id":441499,"sizeSlug":"large","linkDestination":"none"}

ସେମିତି ଏକ ସିନେମା ରିଲିଜ ହୋଇଥିଲା “କା” । ସମସ୍ତେ ପ୍ରାୟ ଥିଲେ ଓଡ଼ିଆ, ଅଳ୍ପ କେତେ ସଂଖ୍ୟକ ଟେକ୍ନିସିୟାନଙ୍କୁ ଛାଡି ସମସ୍ତେ ଥିଲେ ଓଡ଼ିଆ । ଆଜିର ଆମର ବିଶେଷ ସ୍ତମ୍ଭ-କାଲିର ସିନେମା “କା”…..

ଅଭିନେତ୍ରୀ ପାର୍ବତୀ ଘୋଷଙ୍କ ପ୍ରଯୋଜିତ “କା” ଶୁଭମୁକ୍ତି ହୋଇଥିଲା ୧୯୬୬ ଅପ୍ରେଲ ୧୪ ତାରିଖରେ । ୩୭ ଦିନରେ ଶେଷ ହୋଇଥିଲା ସୁଟିଂ । ସିନେମାର ନିର୍ଦ୍ଦେଶନା ଦେଇଥିଲେ ସିଦ୍ଧାର୍ଥ । ସାରଥୀ ବ୍ୟାନରରେ ପ୍ରଯୋଜିତ ଏହି ସିନେମାର କାହାଣୀକାର ଥିଲେ କାହ୍ନୁଚରଣ ମହାନ୍ତି । ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶ୍ରୀକୁମାର । କୋଲକାତାର ଇନ୍ଦ୍ରପୁରୀ ଓ ଟେକ୍ନିସିୟାନ୍ ଷ୍ଟୁଡିଓରେ ଇନଡୋର ସୁଟିଂ ହୋଇଥିଲା ।

{"id":441500,"sizeSlug":"large","linkDestination":"none"}

ନନ୍ଦନକାନନ, କନିକା ରାଜବାଟୀ, ଗଡ଼ଗଡ଼ିଆ ମନ୍ଦିର ଓ କନିକା ପୋଖରିର ଆଖପାଖ ଅଞ୍ଚଳରେ ଆଉଟଡୋର ସୁଟିଂ ହୋଇଥିଲା । “କା” ର ସଙ୍ଗୀତକାର ଥିଲେ ଭୁବନେଶ୍ବର ମିଶ୍ର । କିନ୍ତୁ ଗୌରପ୍ରସାଦ ଦାଶଙ୍କ ଇଛାରେ ଚଳଚ୍ଚିତ୍ରର ସଙ୍ଗୀତକାରଙ୍କ ନାମ ରଖିଥିଲେ ଶ୍ରୀକୁମାର । “କା” ସିନେମାରେ ଥିବା “ଲିଭି ଲିଭି ଯାଏ ଆଖି ଲୁହ ଧାର” ଗୀତର ପରିକଳ୍ପନା କରିଥିଲେ ଦେଓଜୀ ଭାଇ । ସେଟ୍ ଡିଜାଇନ୍ କରିଥିଲେ ପାର୍ବତୀ ଘୋଷ । “କା” ସିନେମାର ଲଳିତା ଚରିତ୍ର ପାଇଁ ମାଳବିକା ରାୟ ଅଭିନୟ କରିବା ପାଇଁ ଠିକ୍ ହୋଇଥିଲା । ମାଳବିକାଙ୍କ ଘରେ ରାଜି ନହେବାରୁ ଅଭିନେତ୍ରୀ ମାଳବିକା ବାଦ୍ ପଡିଥିଲେ ।

{"sizeSlug":"large","linkDestination":"none"}

ନରସିଂହ ମହାପାତ୍ରଙ୍କ  “ଚୋରା ଚୋରା ଚାହାଣୀ” ଗୀତକୁ କଣ୍ଠଦାନ କରିଥିଲେ ରଘୁନାଥ ପାଣିଗ୍ରାହୀ । ସେହିପରି “ତୁମେ ଜାଣନା ଜାଣନା” ଗୀତକୁ ରଚନା କରିଥିଲେ ଦେବଦାସ ଛୋଟରାୟ ଏବଂ ଏହାକୁ କଣ୍ଠଦାନ କରିଥିଲେ ନିର୍ମଳ ମିଶ୍ର ଓ ପ୍ରଣବ ପଟ୍ଟନାୟକ । ଅକ୍ଷୟ ମହାନ୍ତି, ସଂଧ୍ୟା ମୁଖାର୍ଜୀ କଣ୍ଠଦାନ କରିଥିବା ଗୀତକୁ ସାରଦା ପ୍ରସନ୍ନ ନାୟକ ରଚନା କରିଥିଲେ । ଗୌରପ୍ରସାଦ, ଚନ୍ଦନା, ଗୀତା, ମଣିମାଳା, କୁମୁଦ, ସରୋଜିନୀ, ଶରତ, ବ୍ୟୋମକେଶ, ସ୍ବରୂପ, ସୁବାଷଙ୍କ ପରି ଅନେକ ଅଭିନେତା ଅଭିନୟ କରିଥିଲେ । “କା” ସିନେମା ସେତେବେଳେ ଜାତୀୟ ଚଳଚ୍ଚିତ୍ର ସମ୍ମାନ କ୍ରମରେ ରାଷ୍ଟ୍ରପତି ରୌପ୍ୟ ପଦ ପୁରସ୍କାର ପାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.