Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂହପୁରରେ ଲାଗି ରହିଛି ବର୍ଷା, ବାତ୍ୟା ମୁକାବିଲା ପାଇଁ ସଜାଗ ପ୍ରଶାସନ
  • ||
  • ଜଓ୍ୱାଦ ପ୍ରଭାବ : ମାଡି ଆସିବ ସମୁଦ୍ର, ଉଠିବ ବଡ ଜୁଆର
  • ||

ଭଦ୍ରକରେ ଚାଲିଛି କାଳୀପୂଜା, ଆଜି ବେଦମାତା ବେଶ ଧାରଣ କରିବେ ମା ଭଦ୍ରକାଳୀ

4/11/2021 at 3:09 PM

ଭଦ୍ରକ,୦୪। ୧୧: ଭଦ୍ରକ ଜିଲ୍ଲାର ଅଧିଷ୍ଠାତ୍ରୀ ମା’ ଭଦ୍ରକାଳୀଙ୍କ ପୀଠରେ ଗୁରୁବାର ଠାରୁ ଆରମ୍ଭ ହୋଇଛି କାଳୀପୂଜା । ତେବେ ମା’ ସପ୍ତମାତୃକା ବେଶରେ ଭକ୍ତଙ୍କୁ ଦର୍ଶନ ଦେବାକୁ ଥିବା ବେଳେ ଗୁରୁବାର ବେଦମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । କୋରୋନା କଟକଣା ସହିତ ମା’ଙ୍କ ପୂଜାର୍ଚ୍ଚନା ହେଉଛି । ପରମ ବୈଷ୍ଣବୀ ମା’ ଭଦ୍ରକାଳି ସଦା ସର୍ବଦା ବିଶ୍ଵମାତା ରୂପରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ହେଲେ ଜଗତ କଲ୍ୟାଣ ପାଇଁ କାଳୀପୂଜା ଠାରୁ ସାତ ଦିନ ଧରି ମା’ ସପ୍ତମାତୃକା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ।

ତେବେ ସପ୍ତମାତୃକା ବେଶର ପ୍ରଥମ ଦିନରେ ମା ବେଦମାତା ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି । ଏହି ଅବସରରେ ମାଙ୍କୁ ସ୍ଵତନ୍ତ୍ର ପୂଜାର୍ଚ୍ଚନା କରାଯିବା ସହ ଚଣ୍ଡିପାଠ ଅନୁଷ୍ଠିତ ହୋଇଛି । କିନ୍ତୁ କୋରୋନା କଟକଣା ଯୋଗୁଁ ଚଳିତ ବର୍ଷ ଫିକା ପଡିଛି ମା’ଙ୍କ ପୂଜା। କେବଳ ବିଧି ଅନୁଯାୟୀ ମା’ଙ୍କର ପୂଜା ଅନୁଷ୍ଠିତ ହେଉଛି । ମନ୍ଦିରରେ ମା’ଙ୍କ ଦର୍ଶନ ଲାଗି ଭକ୍ତମାନଙ୍କୁ ବାରଣ କରାଯାଇଛି । ବେଦମାତା ବେଶରେ ଭକ୍ତମାନେ ଦର୍ଶନ କଲେ ପରିବାରରେ ମଙ୍ଗଳ ହେବା ସହ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି। ଆସନ୍ତାକାଲି ସପ୍ତମାତୃକା ବେଶର ଦ୍ଵିତୀୟ ଦିନରେ ମା’ ମହାକାଳୀ ବେଶରେ ପୂଜା ପାଇବେ।

   Related Posts