ଚିନ୍ତା ଓ ଆଶଙ୍କାରେ କଳିଙ୍ଗ ନଗର ଟାଟା ପ୍ରକଳ୍ପ ସନ୍ନିକଟ ହରିଜନ ପରିବାର

Published By : Prameya-News7 Bureau | May 12, 2018 IST

କଳିଙ୍ଗନଗର ଥାନା ଅନ୍ତର୍ଗତ ବାରାଗଡିଆ କଲୋନି ସାହିରେ ରୁହନ୍ତି ୩୦୦ରୁ ଉର୍ଦ୍ଦ୍ୱ ହରିଜନ ଆଦିବାସୀ ପରିବାର । ସାହି କଡରେ ରହିଛି କଳିଙ୍ଗନଗର ଶିଳ୍ପାଂଚଳର ସବୁଠୁ ବଡ କାରଖାନା ଟାଟା । ସାହିର ଲୋକମାନେ ଟାଟା କାରଖାନାର ଧୂଳିଧୁଆଁରେ ଅସ୍ତବ୍ୟସ୍ତ ହୋଇପଡିଥିଲାବେଳେ ବର୍ତମାନ ତାଙ୍କ ମୁଣ୍ଡରେ ଚଡକ ପକାଇଛି ଓପିଟିସିଏଲ । ସାଇର ଘର ଉପରେ ୧୩୨କେଭି ର ହାଇଭୋଲଟେଜ ତାର ଟାଣୁଛି ଓପିଟିସିଏଲ । ଏହାକୁ ନେଇ ବିଗତ ଦିନରେ ଏଠିକାର କଲୋନୀ ବାସିନ୍ଦା ଡୁବୁରି ଛକ ପାରାଦୀପ ଦଇତାରୀ ରାଜପଥକୁ ଅବରୋଧ କରିଥିଲେ । ଆଉ ସେମାନଙ୍କୁ ମଧ୍ୟ ଆଶ୍ୱାସନା ମିଳିଥିଲା ଜିଲ୍ଲାପ୍ରଶାସନ ତରଫରୁ । ଗୋଟିଏ ପଟରେ ଏହି ସାହିର ଜନସାଧାରଣ ତଫସିଲଭୁକ୍ତ ଜନଜାତି ସଂପ୍ରଦାୟର ହୋଇଥିବାବେଳେ ଅନ୍ୟପଟରେ ଏମାନେ ମଧ୍ୟ ଆର୍ଥିକ ଅନଗ୍ରସର ଅଟନ୍ତି ଏମାନଙ୍କୁ ସରକାରଙ୍କ ତରଫରୁ ସାହାଯ୍ୟ ମିଳିବା ପରିବର୍ତେ, ପୋଲିସର ଧମକ ଦେଇ କାର୍ଯ୍ୟ କରାଇନେବାକୁ ବସିଛି ଓପିଟିସିଏଲ ଆଉ ଓପିଟିସିଏଲ ଓ ସ୍ଥାନୀୟ କଳିଙ୍ଗନଗର ଏଡିଏମ ୬୦ ଦିନର ସମୟ ନେଇ ଏ ସମସ୍ୟାର ସମାଧାନ କରିବାକୁ କହିଥିଲାବେଳେ ରାତିଅଧିଆ ସ୍ଥାନୀୟ ଗୁଣ୍ଡା ଲଗାଇ କାମ କରୁଛି ସମ୍ପୃକ୍ତ ଓପିଟିସିଏଲର ଠିକାଦାର, ଆଉ ଏହାକୁ ନେଇ ପୋଲିସରେ ଅଭିଯୋଗ କରିବାକୁ ଗଲାବେଳେ ପୋଲିସ ଓଲଟି ଜେଲର ଧମକ ଦେଉଛି ବୋଲି ଅଭିଯୋଗ କରିଛନ୍ତି ଗ୍ରାମର ମହିଳା । ଅନ୍ୟପଟରେ ପୋଲିସ କହୁଛି ଏହା ଉପରେ ଆମେ ତଦନ୍ତ କରୁଛୁ ଆଉ ସେଠାରେ କାମ ହେବାର କୈ÷ାଣସି ସୂଚନା ନାହିଁ ପୋଲିସ ପାଖରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.