ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ଼ : ଭୁଲିଗଲା ସଂପର୍କ, ମଦ୍ୟପ ବାପାର କଟୁରୀ ଚୋଟରେ ପୁଅ ମୃତ
  • ||
  • ଗଞ୍ଜାମ: ତାରାତାରିଣୀଙ୍କ ପୀଠରେ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||
  • ପୁରୀ : ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା, ଚକ ନିର୍ମାଣରେ ବ୍ୟସ୍ତ ମୁଖ୍ୟ ବିଶ୍ୱକର୍ମା
  • ||
  • ଉଦଳା: ପ୍ରେମିକାକୁ ଦେଖାକରିବାକୁ ଯାଇଥିଲେ ପ୍ରେମିକ ଧରାପଡିଗଲେ, ଦେଖାଇଲେ ବନ୍ଧୁକ
  • ||

ହକି ୱାର୍ଲଡ କପ ପାଇଁ ଭୁବନେଶ୍ୱର ଆସୁଥିବା ଶାହରୁଖ ଖାନଙ୍କ ଉପରକୁ କାଳି ଫୋପାଡିବ ବୋଲି ଧମକ ଦେଇଛି କଳିଙ୍ଗ ସେନା

24/11/2018 at 1:31 PM

ଭୁବନେଶ୍ୱର ୨୪/୧୧ : ବଲିଉଡ ବାଦଶାହ ଶାହରୁଖ ଖାନଙ୍କୁ କଳିଙ୍ଗ ସେନା ତରଫରୁ ଧମକୀ ଦିଆଯାଇଛି | ଆସନ୍ତା ହକି ୱାର୍ଲଡ କପର ଉଦଘାଟନୀ ଉତ୍ସବରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ଶାହରୁଖ ଖାନ, ଏ.ଆର.ରହମାନ ଏବଂ ମାଧୁରୀ ଦୀକ୍ଷିତଙ୍କ କାର୍ଯ୍ୟକ୍ରମ ରହିଛି | ତେବେ ଏହି ଦିନ କଳିଙ୍ଗ ଷ୍ଟାଡିୟମରେ ଶାହରୁଖ ଖାନଙ୍କୁ ନପସେଇ ଦେବାକୁ କଳିଙ୍ଗ ସେନା ଧମକୀ ଦେଇଛି | ଶାହରୁଖ ଆସିଲେ ତାଙ୍କ ଉପରକୁ କଳା ସାହି ଫୋପାଡ଼ି ଏବଂ କଳା ପତାକା ଦେଖାଇ ତାଙ୍କୁ ବିରୋଧ କରାଯିବ ବୋଲି କଳିଙ୍ଗ ସେନା ପକ୍ଷରୁ ସୂଚନା ମିଳିଛି |

ଅଶୋକା ଫିଲ୍ମରେ ସୁଟିଂ ବେଳେ ଓଡ଼ିଆ ପରମ୍ପରାକୁ ଆଘାତ ଦେବା ସହ କଳିଙ୍ଗ ଯୁଦ୍ଧକୁ ଭୁଲ ଉପାୟରେ ଫିଲ୍ମରେ ପ୍ରଦର୍ଶନ କରିଥିବା ନେଇ କଳିଙ୍ଗ ସେନା ସଂଗଠନ ଗତ ୧ ତାରିଖରେ ଭୁବନେଶ୍ୱର ଥାନାରେ ଏକ ମାମଲା ମଧ୍ୟ ରୁଜ୍ଜୁ କରିଥିଲେ |

ସୂଚନାଯୋଗ୍ୟ ଯେ, ୧୭ ବର୍ଷ ପୂର୍ବରୁ, ୨୦୦୧ ମସିହାରେ ହିନ୍ଦୀ ଚଳଚିତ୍ର ‘ଅଶୋକା’ର ସୁଟିଂ ବେଳେ ଶାହରୁଖ ଖାନ ଓଡିଶାକୁ ଅପମାନିତ କରିଥିଲେ | ସେ ଅପମାନ ବଦଳରେ କଳିଙ୍ଗ ସେନା ଦାବି କରିଛି ଯେ, ଶାହରୁଖ ଖାନ ଓଡିଶାବାସୀଙ୍କୁ ସେ କରିଥିବା ଭୁଲ ପାଇଁ କ୍ଷମା ମାଗନ୍ତୁ | କଳିଙ୍ଗ ସେନାର ସାଧାରଣ ସମ୍ପାଦକ ନିହାର ପାଣି କହିଛନ୍ତି ଯେ, “ଏୟାରପୋର୍ଟରୁ କଳିଙ୍ଗ ଷ୍ଟାଡିୟମ ଯିବା ବାଟରେ ଯେକୌଣସି ସ୍ଥାନରେ ଆମେ ଶାହରୁଖଙ୍କ ମୁହଁରେ କାଳି ଫୋପାଡ଼ି ଏବଂ କଳା ପତାକା ଦେଖାଇ ତାଙ୍କୁ ବିରୋଧ କରିବୁ | ଆମ ଦଳର କର୍ମକର୍ତ୍ତା ସେହି ସବୁ ଜାଗାରେ ଉପସ୍ଥିତ ରହିବେ ଯୁଆଡେ ଶାହରୁଖ ଯିବାର କାର୍ଯ୍ୟକ୍ରମ ରହିଛି | ”

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ୱାର୍ଡ କପର ଉଦଘାଟନୀ ଉତ୍ସବରେ ଯୋଗ ଦେବାକୁ ଥିବା ଶାହରୁଖ ଖାନଙ୍କୁ ନିମନ୍ତ୍ରଣ କରିଛନ୍ତି | ଗତ ନଭେମ୍ବର ୧୧ ତାରିଖ ଦିନ କଳିଙ୍ଗ ସେନା ଶାହରୁଖ ଖାନଙ୍କ ବିରୋଧରେ ଏକ ରାଲିରେ ବାହାରି ତାଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ |
ଏହି ସବୁ ଆଲୋଚନାକୁ ନଜରରେ ରଖି ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ସମସ୍ତ ଅତିଥିଙ୍କ ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି |

   Related Posts