Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଅଧିକ ପ୍ରଭାବିତ ୧୦୦ ଜିଲ୍ଲାର କଲେକ୍ଟରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ବନ୍ଦ, ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲା ଶ୍ରୀ ମନ୍ଦିର ପ୍ରଶାସନ
  • ||
  • କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର
  • ||
  • କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ
  • ||
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||

ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ; ଖଣ୍ଡଗିରି ଥାନାରେ ଯାତ୍ରାପାର୍ଟି ମାଲିକ ଓ କଳାକାରଙ୍କ ନାଁରେ କଳିଙ୍ଗ ସେନା ପକ୍ଷରୁ ଏତଲା

25/02/2019 at 1:43 PM

ଭୁବନେଶ୍ବର ୨୫|୨: ଯାତ୍ରା ପେଣ୍ଡାଲରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ପ୍ରସଙ୍ଗରେ ଥାନାରେ ଏତଲା ହୋଇଛି । ଯାତ୍ରା ପାର୍ଟି ମାଲିକ ଓ କଳାକାରଙ୍କ ବିରୋଧରେ ଏତଲା ଦିଆଯାଇଛି । କଳିଙ୍ଗ ସେନା ପକ୍ଷରୁ ଖଣ୍ଡଗିରି ଥାନାରେ ଏତଲା ଦିଆଯାଇଛି ।

ଯାତ୍ରାରେ ଅଶ୍ଳୀଳତା ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଯାତ୍ରା ପାର୍ଟି ମାଲିକମାନେ ନିଜ ନିଜ ବ୍ୟବସାୟକୁ ବଢାଇବା ସହ ଦର୍ଶକଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ନାନା ଉପାୟ ଆପଣାଉଛନ୍ତି । କେହି କେହି ପାର୍ଟି ମାଲିକମାନେ ଆଇଟମ୍‌ ଗାର୍ଲଙ୍କୁ ଆଣି ଅଶ୍ଳୀଳ ନାଚ ଜରିଆରେ ଦର୍ଶକଙ୍କୁ ଆକୃଷ୍ଟ କରୁଥିବା ଦେଖିବାକୁ ମିଳୁଛି । ଏମିତିକି ଆଇଟମ୍‌ ଗାର୍ଲଙ୍କ ସମ୍ପର୍କରେ ମଧ୍ୟ ମାଇକ୍ ଜରିଆରେ ସହର ସାରା ବୁଲି ବୁଲି ପ୍ରଚାର ମଧ୍ୟ କରାଯାଉଛି । ଯାତ୍ରା ପେଣ୍ଡାଲରେ ଆଇଟମ୍‌ ଗାର୍ଲଙ୍କୁ ଦେଖିବା ପାଇଁ ନାହିଁ ନଥିବା ଭିଡ ମଧ୍ୟ ଜମୁଥିବା ଦେଖିବାକୁ ମିଳୁଛି ।

ତେବେ ଖଣ୍ଡଗିରି ମେଳା ଯାତ୍ରା ମହାକୁମ୍ଭରେ ସଚ୍ଚିଦାନନ୍ଦ ଗଣନାଟ୍ୟର ଆଇଟମ୍‌ ଗାର୍ଲ ରାନୀଙ୍କ ଆଇଟମ୍‌ ଡ୍ୟାନ୍ସ ସହ ଜଣେ ଦର୍ଶକଙ୍କ କାନକୁ ରାନୀ କାମୁଡିଥିବା ନେଇ ଚାରିଆଡେ ଚର୍ଚ୍ଚା । ମହାକୁମ୍ଭରେ ମେଲୋଡି ବେଳେ ଆଇଟମ୍ ଡ୍ୟାନ୍ସର ରାନୀ ନାଚି ନାଚି ନିଜ ବ୍ଲାଉଜ୍ ଖୋଲି ଦେଇଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏମିତି ମଧ୍ୟ ଜଣେ ଦର୍ଶକଙ୍କ କାନକୁ ରାନୀ କାମୁଡି ରକ୍ତାକ୍ତ କରିଦେଇଥିବା ମଧ୍ୟ ଶୁଣିବାକୁ ମିଳୁଛି । ରାନୀକୁ ମଧ୍ୟ କିଛି ଯାତ୍ରା କଳାକାର, ଡ୍ୟାନ୍ସର ବିରୋଧ କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।

   Related Posts