ଖେଳାଳୀ ଚୟନରେ ବୟସ ଜାଲିଆତିର ଅଭିଯୋଗ ଆଣିଲା କଳିଙ୍ଗ ସେନା

Published By : Prameya-News7 Bureau | October 14, 2018 IST

ଭୁବନେଶ୍ୱର ୧୪/୧୦ : ବୟସ ଜାଲିଆତିର ଅଭିଯୋଗ ଆଣିଲା କଳିଙ୍ଗ ସେନା । ଓଡିଶା କ୍ରିକେଟ ଆସୋସିଏସନରେ ୧୬ ବର୍ଷରୁ କମ ବୟସର ଖେଳାଳୀ ଚୟନରେ ବୟସ ଜାଲିଆତି ଅଭିଯୋଗ ଆଣିଛି କଳିଙ୍ଗ ସେନା । ଏହି ଜାଲିଆତିରେ ଓସିଏର ବଡ ପଣ୍ଡାମାନେ ଜଡିତ ଥିବା କହିଛନ୍ତି କଳିଙ୍ଗ ସେନା ମୁଖ୍ୟ ।୨୦୧୮-୧୯ ପାଇଁ ଓସିଏ କତୃପକ୍ଷ ୧୬ବର୍ଷରୁ କମ ବୟସର ୧୫ଜଣ ଖେଳାଳି ଚୟନ କରିଛନ୍ତି । ଏହି ଟିମ ଚଳିତ ମାସ ୨୧ରୁ ବିଜୟ ମର୍ଚାଣ୍ଟ ଟ୍ରଫି ଖେଳିବାପାଇଁ ପଶ୍ଚିମବଙ୍ଗ ଯିବାର ରହିଛି କାର୍ଯ୍ୟସୁଚି । ତେବେ ଏହାର ଖେଳାଳି ତାଲିକାର ୪ ନମ୍ବର ସ୍ଥାନରେ ଥିବା ବିଶ୍ବଜିତ ପାତ୍ରଙ୍କ ବୟସରେ ଜାଲିଆତି ହୋଇଥିବା ଦର୍ଶାଇଛନ୍ତି ଶ୍ରୀ ରଥ । ତେବେ, ନେଇ କଳିଙ୍ଗସେନା ପକ୍ଷରୁ ବିଶ୍ବଜିତ ପାତ୍ର ଓସିଏରେ ଦେଇଥିବା ତାଙ୍କ ଜନ୍ମ ସାର୍ଟିଫିକେଟର ଜାଲିଆତି କାଗଜ ପତ୍ର କୁ ଦର୍ଶାଯାଇଛି ମଧ୍ୟ । ତେବେ ଓସିଏ କତୃପକ୍ଷ କିଭଳି ଖେଳାଳିମାନେ ଦେଇଥିବା ଜନ୍ମ ସାର୍ଟିଫିକେଟକୁ ଯାଞ୍ଚ କରିଛନ୍ତି ତାହାକୁ ସନ୍ଦେହ କରିଛି କଳିଙ୍ଗ ସେନା । ତେଣୁ ଏନେଇ ଏହାର ସିବିଆଇ ତଦନ୍ତ ଦାବି କରିଛି କଳିଙ୍ଗ ସେନା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.