ଜମୁଛି କଳିଙ୍ଗ ବାଲିଯାତ୍ରା ; ନାଚ ଗୀତର ମଜା ନେଉଛନ୍ତି ଦର୍ଶକ

Published By : Prameya-News7 Bureau | November 28, 2018 IST

ପାରାଦୀପ ୨୮|୧୧:  ଶୀତୁଆ ସଂଧ୍ୟାରେ ବାଲିଯାତ୍ରା ବୁଲା ଟିକେ ନିଆରା । ପାରାଦୀପରେ ବେଶ ଜମୁଛି କଳିଙ୍ଗ ବାଲିଯାତ୍ରା ।  ଆଲୋକମାଳାରେ ଝଲସୁଛି ପୁରା ବିଜୁ ମଇଦାନ । ଯେଉଁଠି ଦେଖିବ ଖାଲି ଭିଡ ଆଉ ଭିଡ । ଚଳିତ ବର୍ଷ ୫୦୦ରୁ ଅଧିକ ଷ୍ଟଲ ପଡିଛି । କିଏ ଘରକରଣା କିଣିବାରେ ବ୍ୟସ୍ତ ତ ଆଉ କିଏ ପରିବାର କି ସାଙ୍ଗସାଥୀ ସହ ଚଟପଟି ଖାଇବାର ମଜା ନେଉଛି । ବ୍ୟବସାୟୀମାନେ ବି ଭଲ ଦି ପଇସା ରୋଜଗାର କରୁଛନ୍ତି । ସେପଟେ ଛୋଟ ଛୋଟ ପିଲାଙ୍କ ପାଇଁ ରାମଦୋଳି, ଟୋରାଟୋରା, ବ୍ରେକ ଡ୍ୟାନ୍ସ, ବିଭିନ୍ନ ପ୍ରକାରର ଝୁଲଣା ବାଲିଯାତ୍ରାର ମୁଖ୍ୟ ଆକର୍ଷଣ ପାଲଟିଛି । ପ୍ରତିଦିନ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ରାଜ୍ୟ ତଥା ରାଜ୍ୟ ବାହାରୁ କଳାକାରମାନଙ୍କ ନାଚ ଗୀତର ମଜା ନେଉଛନ୍ତି ଦର୍ଶକ ।  ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସବୁ ସ୍ଥାନରେ ସିସିଟିଭି ଲଗାଯାଇଥିବାବେଳେ ପୋଲିସ ମୁତୟନ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.