ଏସ୍ ସିବି ଭେଣ୍ଟିଲେଟରରେ ଚିକିତ୍ସାଧୀନ କାଳିଆର ସ୍ବାସ୍ଥ୍ୟବସ୍ଥା ସ୍ଥିର

Published By : Prameya-News7 Bureau | September 29, 2019 IST

କଟକ ୨୯/୯:  ଏସ୍ ସିବି ମେଡିକାର ଭେଣ୍ଟିଲିଟରରେ ରହି ଚିକିତ୍ସିତ ହେଉଥିବା କାଳିଆ ଅବସ୍ଥା ସ୍ଥିର ରହିଛି । ତାର ସ୍ବାସ୍ଥ୍ୟବସ୍ଥାରେ କିଛିଟା ସୁଧାର ଅସିଛି । ନିମୋନିଆ  ସହ ଫୁସ୍ ଫୁସ୍  ସଂକ୍ରମଣ ହୋଇଥିବାରୁ ଏମସ୍  ଡାକ୍ତରଙ୍କ ସହ ପରାମର୍ଶ ନିଆଯାଇ ଚିକିତ୍ସା ଚାଲୁରଖିଛନ୍ତି ଏସସିବ ଡାକ୍ତରୀ ଟିମ୍  ।

ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ କାଳିଆର କିଛି ରକ୍ତ ପରୀକ୍ଷା ଏବ˚ ଛାତିରେ ଏକ୍ସ-ରେ କରାଯାଇ ନିମୋନିଆ ସ୍ଥିତି ସ˚ପର୍କରେ ତର୍ଜମା କରାଯିବ । ଯଦି ନିହାତି ଆବଶ୍ୟକ ହୁଏ, ତା’ହେଲେ ଦିଲ୍ଲୀରେ ଚିକିତ୍ସା କରିଥିବା ଡାକ୍ତରୀ ଦଳଙ୍କ ମଧ୍ୟରୁ ଜଣେ ପ୍ରତ୍ୟେକ ଦିନ ଭିଡିଓ କନ୍ ଫରେନ୍ସି˚ରେ କାଳିଆର ଚିକିତ୍ସା କରିପାରିବେ । ଅନ୍ୟପକ୍ଷରେ କାଳିଆର ଭେଣ୍ଟିଲେଟର ସେଟ୍ ଅପରେ ଆଜି ପରିବର୍ତ୍ତନ କରାଯାଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.