‘ପ୍ରଧାନମନ୍ତ୍ରୀ କିଶାନ ଯୋଜନା’ରେ ମିଶିବ କାଳିଆ ଯୋଜନା

Published By : Prameya-News7 Bureau | December 04, 2019 IST

ଭୁବନେଶ୍ବର ୪/୧୨: କେନ୍ଦ୍ର ସରକାରଙ୍କ ‘ପ୍ରଧାନମନ୍ତ୍ରୀ କିଶାନ ଯୋଜନା’ରେ ମିଶିବ ରାଜ୍ୟ ସରକାରଙ୍କ ‘ କାଳିଆ’ ଯୋଜନା । ଏଥିପାଇଁ ରାଜ୍ୟ ସରକାର ମନ ସ୍ଥିର କରିବା ସହ କେନ୍ଦ୍ର କୃଷି ମନ୍ତ୍ରାଳୟ ସହ ଆଲୋଚନା ଆରମ୍ଭ କରିଛନ୍ତି । ସେପଟେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ବିଜେଡି କହିଛି ଏହା ଦ୍ବାରା କୃଷକ ଅଥିକ ଲାଭ ପାଇବେ ଅଡୁଆ କେଉଁଠି ।

{"id":193834,"sizeSlug":"large"}

 ‘ପ୍ରଧାନମନ୍ତ୍ରୀ କିଶାନ ଯୋଜନା’ରେ ମିଶିବ କାଳିଆ ଯୋଜନା । ଏମିତି କିଛି ପ୍ରକ୍ରିୟା  ଚୂଡ଼ାନ୍ତ ପର୍ଯ୍ୟାୟରେ । କୃଷକଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଥିବା ଦୁଇଟି ଅଲଗା ଅଲଗା ଯୋଜନା ମିଶି ଏବେ ଗୋଟିଏ ଯୋଜନା ହେବ ।  ଏନେଇ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇ ସାରିଥିବା ସୂଚନା ମିଳୁଛି । କିଷାନରେ ଚାଷୀଙ୍କୁ ବର୍ଷକୁ ୬ ହଜାର ଟଙ୍କା ମିଳୁଥିବାବେଳେ କାଳିଆରେ ସରକାର ଦୁଇଟି ଫସଲ ପାଇଁ ୧୦ ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି । କିଷାନରେ ବିଲୟ ହେବା ପରେ କେନ୍ଦ୍ର ୬ ହଜାର ଟଙ୍କା ଦେବ, ମାତ୍ର ଆଉ ୪ ହଜାର ଟଙ୍କାର ବୋଝ ରାଜ୍ୟ ବହନ କରିବାକୁ ରାଜ୍ୟ  ହୋଇଛି । ସେପଟେ ବିରୋଧୀ କିନ୍ତୁ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଆଗକୁ ଦ୍ବନ୍ଦ ଆହୁରି ବଢିବ ଚାଷୀ ଏଥିରୁ କିଛି ଲାଭ ପାଇବେନି ବୋଲି କଂଗ୍ରେସ କହିଛି । ସେପଟେ ବିଜେପି କହିଛି କେବଳ ଭୋଟ ପାଇଁ ସରକାର ଏମିତି କରିଥିଲେ ।

{"id":193835,"sizeSlug":"large"}

ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର କାଳିଆ ଯୋଜନା ଘୋଷଣା କରିଥିଲେ । କେନ୍ଦ୍ର ସରକାର ମଧ୍ୟ ଅନୁରୂପ ଭାବେ ପିଏମ କିଶାନ ଯୋଜନା ଲାଗୁ କଲେ । ହେଲେ ରାଜ୍ୟ ସରକାର ଓଡିଶାରେ ପିଏମ କିଶାନ ଯୋଜନାକୁ ଲାଗୁ କଲେନି । ରାଜ୍ୟରେ ପ୍ରାୟ ୫୧ ଲକ୍ଷ ପରିବାର ‘କାଳିଆ’ ଯୋଜନାର ପ୍ରଥମ କିସ୍ତି ଟଙ୍କା ବାଣ୍ଟିଲେ । ହିତାଧିକାରୀ ଚୟନକୁ ନେଇ ବିବାଦ ଲାଗି ରହିଛି। ସେପଟେ ପିଏମ କିଶାନ ଯୋଜନା ଲାଗି ସରକାର ୩୬ ଲକ୍ଷ ୪୭ ହଜାର ୭୧୧ ଚାଷୀଙ୍କ ତାଲିକା ଦେଇଛନ୍ତି । ତେବେ ନୂଆ ଯୋଜନା ଅନୁଯାୟୀ ଯେଉଁ ହିତାଧିକାରୀ  କିଶାନ ଯୋଜନାରୁ ବାଦ ପଡ଼ିଥିବେ କିନ୍ତୁ କାଳିଆ ଯୋଜନାରେ ନାଁ ଥିବ ସେମାନଙ୍କ ବ୍ୟବସ୍ଥା ରାଜ୍ୟ ସରକାର କରିବେ। ଏହା ଦ୍ବାରା ଚାଷୀ ଅଧିକ ଫାଇଦା ପାଇବେ ବୋଲି ବିଜେଡି କହିଛି ।

{"id":193836,"sizeSlug":"large"}

ଆନ୍ଧ୍ର ପ୍ରଦେଶ ସରକାର ‘ଅନ୍ନଦାତା ସୁଖିଭବ’ ଯୋଜନାକୁ ‘ପିଏମ କିଷାନ’ରେ ଗତ ଫେବ୍ରୁଆରୀରେ ମିଶାଇ ସାରିଛନ୍ତି । ସେଇ ଢାଞ୍ଚାରେ ଓଡ଼ିଶା ସରକାର ମଧ୍ୟ ‘କାଳିଆ’କୁ ବିଲୟ କରିବାକୁ ଚାହୁଁଛନ୍ତି ।

{"id":193837,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.