ସଚ୍ଚିବାଳୟରେ 'କାଳିଆ' ଯୋଜନାର ଶୁଭାରମ୍ଭ: ଜାନୁଆରୀ ୨୫ ତିରଖ ପରେ ଚାଷୀ ଆକାଉଣ୍ଟକୁ ପ୍ରଥମ ପର୍ଯ୍ୟାୟରେ ଯିବ ୫ ହଜାର ଟଙ୍କା, ୨୧ ଲକ୍ଷ ଚାଷୀଙ୍କ ଚିଠା ତାଲିକା ଉନ୍ମୋଚିତ

Published By : Prameya-News7 Bureau | December 31, 2018 IST

ଭୁବନେଶ୍ୱର ୩୧/୧୨ : ଆଜି ରାଜ୍ୟ ସଚିବାଳୟ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଯୋଜନାର ଶୁଭାରମ୍ଭ କରିଛନ୍ତି | ଚାଷୀଙ୍କ ଆୟ ବୃଦ୍ଧି ଓ ସହାୟତା ପାଇଁ ଉଦ୍ଦିଷ୍ଟ ଏହି ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ଜାନୁଆରୀ ୨୫ ତାରିଖ ପରେ ଚାଷୀଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ଲେଖାଏଁ ଯିବା ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି | ସଚିବାଳୟରେ ଆଜି ମୁଖ୍ୟମନ୍ତ୍ରୀ ୨୧ ଲକ୍ଷ ଚାଷୀଙ୍କର ଚିଠା ତାଲିକା ମଧ୍ୟ ଉନ୍ମୋଚନ କରିଛନ୍ତି | ଯୋଜନା ଶୁବାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ପ୍ରଫୁଲ୍ଲ ସାମଲ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏବଂ ଅନ୍ୟାନ୍ୟ ସଚିବମାନେ ଉପସ୍ଥିତ ଥିଲେ ।

{"id":69208}

କୃଷକଙ୍କ ସହାୟତା ଏବଂ ରୋଜଗାର ବୃଦ୍ଧି ପାଇଁ ରାଜ୍ୟ କ୍ୟାବିନେଟ ଗତ ୨୧ ତାରିଖରେ 'କାଳିଆ' କୃଷକଙ୍କ ଜୀବନ ଜୀବିକା ପାଇଁ ସହାୟତା ସହ ଉପାର୍ଜନ ବୃଦ୍ଧି ଲାଗି ସହଯୋଗ ନାମକ ଏକ ନୂଆ ସ୍କିମକୁ ଅନୁମୋଦନ ପ୍ରଦାନ କରିଥିଲେ | ଏହି ସ୍କିମ ଜରିଆରେ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ କରି ସମସ୍ତ କରି ସମସ୍ତ କ୍ଷୁଦ୍ର, ନାମମାତ୍ର, ଭୂମିହୀନ ଚାଷୀ ଏବଂ କୃଷି ଶ୍ରମିକଙ୍କୁ ସହାୟତା ପ୍ରଦାନ ଲାଗି ସରକାର ଯୋଜନା କରିଛନ୍ତି | ଗତ୨୯ ତାରିଖରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ େହି ଯୋଜନା ନିମନ୍ତେ ଆବଶ୍ୟକୀୟ ପାଣ୍ଠି ବ୍ୟବସ୍ଥା ମଧ୍ୟ ସରକାର କରିଥିଲେ । 

ରାଜ୍ୟର ୯୦ ଭାଗ ଲୋକ ଜୀବନ ଜୀବିକା ପାଇଁ କୃଷି ଉପରେ ନିର୍ଭରଶୀଳ | କୃଷିର ଉନ୍ନତି ଜରିଆରେ ସମାଜର ସାମାଜିକ ଅର୍ଥନୈତିକ ସ୍ୱଚ୍ଛଳତା ସମ୍ଭବ ହୋଇପାରିବ | ସେଥିପାଇଁ ସରକାର ଲଗାତାର ଭାବେ କୃଷି କୃଷକଙ୍କ ମଙ୍ଗଳ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇ ଆସୁଛନ୍ତି | କାଳିଆ ଯୋଜନାର ୫ଟି ମୁଖ୍ୟ ଉପାଦାନ :-

. ଚାଷ କରିବା ଲାଗି ପ୍ରତ୍ୟେକ ବର୍ଷ ପ୍ରତି କ୍ଷୁଦ୍ର ନାମ ମାତ୍ର ଚାଷୀ ପରିବାରକୁ ୧୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯିବ | ଏଠି ମଧ୍ୟରୁ ହଜାର ଟଙ୍କା ଖରଫ ଏବଂ ହଜାର ଟଙ୍କା ରବି ଫସଲ ପାଇଁ ଉଦ୍ଧିଷ୍ଟ | ଏହି ଟଙ୍କାକୁ ଚାଷୀ ବିହନ, ସାର, କୀଟନାଶକ କିଣି ପାରିବେ | ଚାଷର ଅନ୍ୟାନ୍ୟ ଆବଶ୍ୟକତା ପାଇଁ ମଧ୍ୟ ଚାଷୀ ଏହି ରାଶିକୁ ବିନିଯୋଗ କରିପାରିବେ | ଏହାଦ୍ୱାରା ରାଜ୍ୟର ୩୦ ଲକ୍ଷ ଚାଷୀ ଉପକୃତ ହେବେ | ଏଥିପାଇଁ ବାର୍ଷିକ ,୦୧୬ କୋଟି ଟଙ୍କା ପାଣ୍ଠି ଆବଶ୍ୟକ ହେବ |

. ଭିତ୍ତିହୀନ ବାସଶୂନ୍ୟ ଲୋକଙ୍କ ଜୀବନ ଜୀବିକା ଲାଗି ସହାୟତା ପ୍ରଦାନ ପାଇଁ () କ୍ଷୁଦ୍ର ଛେଳି ପାଳନ ପ୍ରକଳ୍ପ () କ୍ଷୁଦ୍ର କୁକୁଡ଼ା ପାଳନ ପ୍ରକଳ୍ପ () ସ୍ୱଳ୍ପ ମୂଲ୍ୟ ଜ୍ଞାନ କୌଶଳ ସମ୍ପର୍କ ପକ୍ଷୀ ଚାଷ () ଗାଢ଼ ପାଳନ ୟୁନିଟ () ମତ୍ସ୍ୟଜୀବୀଙ୍କ ପାଇଁ ମାଛ ଧରା ଜିନିଷ () ଚାଟୁ ଚାଷ ଏବଂ ମହୁ ଚାଷକୁ ପ୍ରୋତ୍ସାହନ ପ୍ରଦାନ କରାଯିବ | ଭୂମିହୀନ , ବାସ ହୀନ ପରିବାର ଉପରୋକ୍ତ ଯେକୌଣସି ପ୍ରକଳ୍ପ କରିବା ପାଇଁ ବାଛି ପାରିବେ | ପ୍ରତ୍ୟେକ ପ୍ରକଳ୍ପର ମୂଲ୍ୟ ୧୨,୫୦୦ ଟଙ୍କା ରହିଛି | ଏଥିପାଇଁ ରାଜ୍ୟ ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ | ଆବଶ୍ୟକୀୟ ପ୍ରଶିକ୍ଷଣ ମଧ୍ୟ ସରକାର ଯୋଗାଇଦେବେ | ଏହି କାର୍ଯ୍ୟକ୍ରମରେ ୧୦ ଲକ୍ଷ ପରିବାରଙ୍କୁ ସାମିଲ କରାଯିବ | ଏଥି ନିମନ୍ତେ ବର୍ଷ ମଧ୍ୟରେ ୧୨୫୦ କୋଟି ଟଙ୍କା ଖର୍ଚ୍ଚ ହେବ |

. ଉପରୋକ୍ତ ଦୁଇଟି ଯାକ ସୁବିଧା ପାଇନଥିବା ପ୍ରାୟ ଲକ୍ଷ ଚାଷୀ ଭୂମିହୀନ ଚାଷୀଙ୍କୁ ଚାଷ ସେମାନଙ୍କ ଅନ୍ୟାନ୍ୟ ଆବଶ୍ୟକତା ପାଇଁ ସରକାର ୧୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିବେ | ଏହି ସୁବିଧା ୫୦ ପ୍ରତିଶତ ଭୂମିହୀନ ଚାଷୀଙ୍କୁ ମିଳିବ ଏବଂ ଆଉ ୫୦ ପ୍ରତିଶତ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ପାଇଁ ଉଦ୍ଧିଷ୍ଟ | ତେବେ କୌଣସି ଚାଷୀ ପରିବାର ଉପରୋକ୍ତ ୩ଟି ସୁବିଧା ମଧ୍ୟରୁ ଗୋଟିଏ ସୁବିଧା ହିଁ ପାଇବେ | ଏହି କାର୍ଯ୍ୟକ୍ରମରେ ୧୦୦୦ କୋଟି ଟଙ୍କା ଖର୍ଚ୍ଚ ଆକଳନ କରାଯାଇଛି |

. ଚାଷୀ ଏବଂ ଭୂମିହୀନ କୃଷି ଶ୍ରମିକଙ୍କୁ ଲକ୍ଷ ଟଙ୍କା ଲେଖାଏଁର ଜୀବନ ବୀମା ପ୍ରଦାନ କରାଯିବ | ଏଥି ସହିତ ବ୍ୟକ୍ତିଗତ ଦୁର୍ଘଟଣା ପାଇଁ ମଧ୍ୟ ସରକାର ଅତିରିକ୍ତ ଲକ୍ଷ ଟଙ୍କାର ଜୀବନ ବୀମା ପ୍ରଦାନ କରିବେ | ଏହା ଉଭୟ ଚାଷୀ ଭୂମିହୀନ କୃଷି ଶ୍ରମିକଙ୍କୁ ପ୍ରଦାନ କରାଯିବ | ଏହା ଦ୍ୱାରା ୫୭ ଲକ୍ଷ ପରିବାର ଉପକୃତ ହେବେ

. ସବୁ ଚାଷ ପାଇଁ ୫୦ ହଜାର ଟଙ୍କା ଋଣ ଉପରେ ସରକାର ସୁଧ ଛାଡ ପାଇଁ ନିଷ୍ପତ୍ତି ନେଇଛନ୍ତି % ରୁ % କୁ ଏହା ହ୍ରାସ କରାଯାଇଛି | . ଏହି ଯୋଜନା ପାଇଁ ଆସନ୍ତା ବର୍ଷ ଅର୍ଥାତ ୨୦୨୦-୨୧ ପର୍ଯ୍ୟନ୍ତ ଚଳାଇବା ଲାଗି ୧୦,୧୮୦ କୋଟି ଟଙ୍କାର ପାଣ୍ଠି ଆବଶ୍ୟକ | ୨୦୨୦-୨୧ ରେ ଏହି ଯୋଜନାର ସମୀକ୍ଷା କରାଯାଇ କୃଷକଙ୍କ କଲ୍ୟାଣ ପାଇଁ ଆବଶ୍ୟକୀୟ ପରିବର୍ତ୍ତନ କରାଯିବ |

EndFragment

 

{"id":69211}

{"id":69210}

{"id":69209}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.