ହାଇକୋର୍ଟରେ କାଳିଆ ଯୋଜନା: ମୁଖ୍ୟ ଶାସନ ସଚିବଙ୍କୁ ଅଦାଲତଙ୍କ ନୋଟିସ

Published By : Prameya-News7 Bureau | January 24, 2019 IST

କଟକ୨୪|୧: ଅଦାଲତି ମାମଲାରେ ଛନ୍ଦି ହେବାକୁ ଯାଉଛି ସରକାରୀ ଯୋଜନା ( କାଳିଆ ) । ଏହି ଯୋଜନାର ବୈଧତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସାମାଜିକ କର୍ମୀ ସୁବାସ ମହାପାତ୍ର । ଏଭଳି ଏକ ସରକାରୀ ଯୋଜନା ପାଇଁ ଷ୍ଟେଟ କନଟିଜେନ୍ସି ଫଣ୍ଡରୁ କେମିତି ଅର୍ଥ ବରାଦ କରାଯାଇପାରିଲା ବୋଲି ସେ ପ୍ରଶ୍ନ କରିବା ସହିତ, ଯୋଜନାର ବୈଧତାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି, ଆଜି ଏହାର ପ୍ରାରମ୍ଭିକ ଶୁଣାଣି କରିଛନ୍ତି  ହାଇକୋର୍ଟ, ଏବଂ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ସମେତ ସମସ୍ତ ପ୍ରତିପକ୍ଷଙ୍କୁ ଆଜି ହାଇକୋର୍ଟ ନୋଟିସ ଜାରି କରିଛନ୍ତି ।

{"id":77630,"width":584,"height":389}

ଆବାଦନକାରି ସୁବାସ ମହାପାତ୍ର ନିଜ ପିଟିସନରେ ଉଲ୍ଲେଖ କରିଛନ୍ତି ଯେ, ଷ୍ଟେଟ କନଟିଜେନ୍ସି ଫଣ୍ଡକୁ ଏମିତି ସେମିତ ଭାବରେ ବ୍ୟବହାର କରାଯାଇପାରିବ ନାହିଁ, ସେଥିଲାଗି ସରକାର ବିଧାନସଭାରେ ସ୍ବତନ୍ତ୍ର ବିଲ ଆଣିବାର ଆବଶ୍ୟକତା ଥିଲା , ଯାହା କରାଯାଇନାହିଁ, ସେହିପରି ଏଭଳି ଯୋଜନା କାର୍ଯ୍ୟକାରି କରିବା ଆଗରୁ ରାଜ୍ୟପାଳଙ୍କ ଅନୁମୋଦନ ମଧ୍ୟ ନେବାର ଥିଲା , ଯାହାକୁ ସରକାର କରିନାହାଁନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ତେଣୁ ସରକାରୀ ବିଦ୍ଧି ବ୍ୟବସ୍ଥାର ଉଲଂଘନ କରି ରାଜ୍ୟ ସରକାର ତରବରିଆ ଭାବେ ଏଭଳି ଯୋଜନା କାର୍ଯ୍ୟକାରି କରିଛନ୍ତି ବୋଲି ସୁବାସ ଅଭିଯୋଗ କରିବା ସହିତ ହାଇକୋର୍ଟଙ୍କ ଆଶ୍ରୟ ନେଇଛନ୍ତି ।

{"id":77631}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.