Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାନଦୀରେ ଭାସିଗଲେ ହାତୀପଲ : ମୁଣ୍ଡଳି ବ୍ରିଜରେ ଲାଖି ରହିଛି ହାତୀ ଛୁଆ
  • ||

୨୬ ସୁଦ୍ଧା ଚାଷୀ ଆକାଉଣ୍ଟରେ ଆସିବ କାଳିଆ ଯୋଜନାର ଟଙ୍କା ; ବିରୋଧୀ କହିଲେ ନିର୍ବାଚନୀ ଚାଲ

12/01/2019 at 5:40 PM

ଭୁବନେଶ୍ବର ୧୨|୧: ୨୬ ସୁଦ୍ଧା ଚାଷୀ ଆକାଉଣ୍ଟରେ ଆସିବ କାଳିଆ ଯୋଜନାର ଟଙ୍କା। ପ୍ରଥମ ପର୍ଯ୍ୟାୟରେ ୧୨ ଲକ୍ଷ ୪୦ ହଜାର ଚାଷୀ ଏହି ସୁବିଧା ପାଇବେ। ଜାନୁଆରୀ ୧୫ ପରେ ଅନ୍ୟ ହିତାଧିକାରୀଙ୍କ ଫର୍ମ ଯାଞ୍ଚ ହୋଇ ଟଙ୍କା ପଠାଯିବ। ସରକାରଙ୍କ ଏ ସବୁ ଘୋଷଣା ପରେ ବି କାଳିଆକୁ ନେଇ ଶାସକ-ବିରୋଧୀ କଳି ଥମୁନାହିଁ। ସେପଟେ ମଣ୍ଡି ପ୍ରସଙ୍ଗରେ ସୂର୍ଯ୍ୟଙ୍କ ସନ୍ନ୍ୟାସ ଚ୍ୟାଲେଞ୍ଜକୁ ଗଣ୍ଠି କରିଛି ବିଜେପି।

୨୬ ସୁଦ୍ଧା ମିଳିବ କାଳିଆ ଟଙ୍କା। କାଳିଆ ଯୋଜନାରେ ଲାଭ ପାଇବାକୁ ଥିବା ଚାଷୀଙ୍କ ଆକାଉଣ୍ଟକୁ ପ୍ରଥମ ପର୍ଯ୍ୟାୟରେ ଜାନୁଆରୀ ୨୬ ସୁଦ୍ଧା ଟଙ୍କା ପଠାଯିବ। ପୂର୍ବରୁ କୃଷି ବିଭାଗ ସହ ବିଭିନ୍ନ କାର୍ଯ୍ୟରେ ଆର୍ଥିକ ନେଣଦେଣ କରିଥିବା ୧୨ ଲକ୍ଷ ୪୦ ହଜାର ଚାଷୀ ଏହି ସୁବିଧା ପାଇବେ। ଜାନୁଆରୀ ୧୫ ପରେ ଅନ୍ୟ ହିତାଧିକାରୀଙ୍କ ଫର୍ମ ଯାଞ୍ଚ ହେବ। ଏହାପରେ ସେମାନଙ୍କ ଆକାଉଣ୍ଟକୁ କାଳିଆ ଯୋଜନା ଟଙ୍କା ଯିବ। କାଳିଆକୁ ନେଇ ଚାଷୀଙ୍କୁ ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ବି ପୁରୁଣା ଅଭିଯୋଗକୁ ପୁଣି ଦୋହରାଇଛନ୍ତି ବିରୋଧୀ। କଂଗ୍ରେସ ଏହାକୁ ଭୋଟ୍ ପାଇଁ ସରକାରଙ୍କ ବ୍ୟବସ୍ଥା କହିଛି । ବିଜେପି ବି କାଳିଆର କାର୍ଯ୍ୟାକାରିତାକୁ ନେଇ ପୁଣି ପ୍ରଶ୍ନ ଉଠାଇଛି।

ସେପଟେ ମଣ୍ଡିରେ ଚାଷୀ ଧାର୍ଯ୍ୟ ମୂଲ୍ୟଠାରୁ କମ୍‌ରେ ଶସ୍ୟ ବିକୁଥିବା ଅଭିଯୋଗ ଆସିଥିଲା। ଯାହାକୁ ଚ୍ୟାଲେଞ୍ଜକରି ରାଜନୀତିରୁ ସନ୍ୟାସ ନେବେ ବୋଲି କହିଥିଲେ ସୂର୍ଯ୍ୟପାତ୍ର। ଆଉ ଏହାକୁ ଗଣ୍ଠି କରିଛି ବିଜେପି। ଚାଷୀ ନିଜ ଶସ୍ୟର ଉଚିତ୍ ମୂଲ୍ୟ ପାଉ ନ ଥିବା ବିଜେପି କହିଛି। ଏ ନେଇ ପ୍ରତିଦିନ ଗଣମାଧ୍ୟମରେ ଖବର ବାହାରୁ ଥିଲେ ବି ମନ୍ତ୍ରୀ କିଭଳି ଫାଙ୍କୁଛନ୍ତି ବୋଲି ବିଜେପି ପ୍ରଶ୍ନ କରିଛି। ତେଣୁ ମନ୍ତ୍ରୀ ୨୪ ଘଣ୍ଟାରେ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି ଦଳ। ଯାହାର ଜବାବ ରଖିଛନ୍ତି ମନ୍ତ୍ରୀ ସୂର୍ଯ୍ୟ ପାତ୍ର

କାଳିଆକୁ ନେଇ ସରକାର ଓ ବିରୋଧୀଙ୍କ ଭିତରେ କଳି ବଢିବାରେ ଲାଗିଛି। ଠିକ୍ ଏତିକି ବେଳେ ମଣ୍ଡି ପ୍ରସଙ୍ଗରେ ସୂର୍ଯ୍ୟଙ୍କ ସନ୍ୟାସ ଚ୍ୟାଲେଞ୍ଜ ଲଢେଇକୁ ୨ ପାଦ ଆଗକୁ ନେଇଛି।

   Related Posts